"ଚନ୍ଦନ ଯାତ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଛବି
୮ କ ଧାଡ଼ି:
==ବାହାର ଚନ୍ଦନଯାତ୍ରା==
ଦକ୍ଷିଣଘରୁ (ଅଣସର ଘରର ଦକ୍ଷିଣରେ ଥିବା ବେହରଣ ଦ୍ଵାର ମୁହଁରେ ଥିବା ଘର) ଅଷ୍ଟଧାତୁ ନିର୍ମିତ ତିନୋଟି ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ, ରାମ (ବଳରାମ) ଓ ରତ୍ନସିଂହାସନ ଉପରୁ ଦୁଇଟି ଚଳନ୍ତି ପ୍ରତିମା ଲକ୍ଷ୍ମୀଙ୍କର ସୁବର୍ଣ୍ଣ ପ୍ରତିମା ଓ ସରସ୍ଵତୀଙ୍କର ରୌପ୍ୟ ପ୍ରତିମା ବାହାର ଚନ୍ଦନରେ ଭାଗ ନିଅନ୍ତି ୤
ଚନ୍ଦନ ଯାତ୍ରା ପଟୁଆରରେ ସମୁଦାୟ ଦଶଗୋଟି ଚଳନ୍ତି ପ୍ରତିମା ବିମାନ ଓ ପାଲିଙ୍କିରେ ବିଜେ କରିଥାନ୍ତି ୤ ସବୁଠୁ ସୁଦୃଶ୍ୟ ବିମାନରେ ବିଜେ କରିଥାନ୍ତି [[ମଦନ ମୋହନ]], ଶ୍ରୀଦେବୀ<!--ଲକ୍ଷ୍ମୀ--> ଓ ଭୂଦେବୀ<!--ସରସ୍ଵତୀ-->୤ ବିମାନ ପଛ ପାଲିଙ୍କିଟିରେ [[ବଳରାମ]] ଓ [[କୃଷ୍ଣ]] ଆରୋହଣ କରିଥାନ୍ତି ପୁଣି ଅନ୍ୟ ପାଞ୍ଚଗୋଟି ବିମାନରେ ପଞ୍ଚୁପାଣ୍ଡବ ରୂପେ ପରିଚିତ ପଞ୍ଚ [[ମହାଦେବ]] ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ଵର, ଶ୍ରୀନୀଳକଣ୍ଠେଶ୍ଵର, ଶ୍ରୀଜମ୍ବେଶ୍ଵର ଓ ଶ୍ରୀକପାଳମୋଚନ ବିଜେ କରିଥାନ୍ତି୤ <ref> ସୂର୍ଯ୍ୟପ୍ରଭା, ଗୁରୁବାର, ୩ ମଇ ୨୦୧୨, ପୃଷ୍ଠା: ୮</ref>
 
ନରେନ୍ଦ୍ର ପୁଷ୍କରିଣୀ କୁଳରେ ଏକ ଛାମୁଣ୍ଡିଆ ତିଆରି ହୋଇଥାଏ ୤ ସେହି ଛାମୁଣ୍ଡିଆ ତଳେ ଦଶଟି ଯାକ ଚଳନ୍ତି ପ୍ରତିମାଙ୍କୁ ଅବସ୍ଥାପିତ କରାଯାଇ ରୁପା ପିଙ୍ଗଣରେ ଥିବା ସୁବାଷିତ ଜଳରେ ପଦଧୌତ କରାଯାଏ ୤
୧୪ କ ଧାଡ଼ି:
ଯୋଡ଼ିଏ ଲେଖାଁଏ ନୌକା ଯୁକ୍ତ ହୋଇ ଦୁଇ ଗୋଟି ଚାପ ପ୍ରସ୍ତୁତ ହୋଇ ଥାଏ ୤ ଚାପ ଗୁଡ଼ିକୁ ଜରିକାମ ହୋଇଥିବା ମଣ୍ଡଣି ଦ୍ଵାରା ସୁଶୋଭିତ କରାଯାଇଥାଏ ୤ ଗୋଟିଏ ଚାପରେ ଥିବା ରୁପା କାରୁକାର୍ଯ୍ୟ ସମ୍ପନ୍ନ ସିଂହାସନରେ [[ମଦନମୋହନ]], ଶ୍ରୀଦେବୀ<!--ଲକ୍ଷ୍ମୀ-->, ଭୂଦେବୀ<!--ସରସ୍ଵତୀ-->, [[ବଳରାମ]] ଓ [[କୃଷ୍ଣ]] ଉପବେଶନ କରନ୍ତି ୤ ଅନ୍ୟ ଚାପଟିରେ ବସନ୍ତି ପଞ୍ଚୁପାଣ୍ଡବ ରୂପେ ପରିଚିତ ମହାଦେବମାନେ ୤ ପ୍ରତିମାମାନଙ୍କ ସହ ଚାପଦ୍ଵୟରେ ପୂଜାପଣ୍ଡା, ସିଂହାରୀ, ଗରାବଡୁ, ସୁଆରବଡୁ, ପତ୍ରୀବଡୁ, ହଡ଼ପ, ଖୁଣ୍ଟିଆ ପ୍ରଭୃତି [[ଜଗନ୍ନାଥଙ୍କ ସେବକ|ସେବକ]] ରହିଥାଆନ୍ତି ୤ ଚାପ ଦ୍ଵୟ ନରେନ୍ଦ୍ର ଜଳରେ ଘେରାଏ ଘେରାଏ ବୁଲି ଆସନ୍ତି ୤
 
ସ୍ନାନରୀତି ନିମନ୍ତେ ତିନିଗୋଟି କୁଣ୍ଡରେ ଚନ୍ଦନ, କର୍ପୁର, କସ୍ତୁରୀ, ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ, ସୁଗନ୍ଧରାଜ, ଗୋଲାପ ପ୍ରଭୃତି ବ୍ୟବହାର କରି ସୁବାସିତ ଜଳ ପ୍ରସ୍ତୁତ କରାଯାଏ୤ ସେହି କୁଣ୍ଡରେ ବୁଡ଼ ପକାନ୍ତି ଚଳନ୍ତି ପ୍ରତିମାମାନେ ୤ ପାଣିରେ ଅବଗାହନ ପରେ ବେଶ କରାଯାଏ ଦେବ ଦେବୀ ମାନଙ୍କୁ[[ମଦନମୋହନ]]ଙ୍କୁ ୤ ୨୧ ଦିନରେ ୨୦ ପ୍ରକାର ବେଶର ପରମ୍ପରା ରହିଛି (୧୯ଶ ଦିନ ବେଶ କରାଯାଏ ନାହିଁ) ୤ <ref>ଦର୍ପଣ, ସୂର୍ଯ୍ୟପ୍ରଭାଓଡ଼ିଶା ଭାସ୍କର, ଗୁରୁବାରରବିବାର, ୬-୧୨ ମଇ ୨୦୧୨, ପୃଷ୍ଠା: </ref><!--କ୍ରମାନୁଯାୟୀ ବେଶଗୁଡ଼ିକ ହେଲା:
# ନଟବର ବେଶ
# ହରିଜନ୍ମ ବେଶ
୩୨ କ ଧାଡ଼ି:
# ଗିରିପୂଜା ବେଶ
# ଗଜ ଉଦ୍ଧାରଣ ବେଶ
# କୁଞ୍ଜଦୋଳି ବେଶ-->
# ଝୁଲଣ ବେଶ
 
ବେଶ ପରେ ରାତ୍ର ଚାପ ରୀତି ସମ୍ପନ୍ନ କରାଯାଏ ୤ ରାତ୍ରୀ ଚାପରେ ଦୁଇ ଚାପ ସହ ଗୋଟିଏ ବଜନ୍ତ୍ରୀ ନୌକା ଏହି ବିହରଣରେ ବ୍ୟବହୃତ ହୋଇଥାଏ ୤ ବଜନ୍ତ୍ରୀ ନୌକାରେ ଜଣେ ଘଣ୍ଟୁଆ, ଜଣେ କାହାଳିଆ, ଜଣେ ତେଲିଙ୍ଗି ବାଜା ବାଦକ ରହିଥାନ୍ତି ୤ ସେମାନଙ୍କ ସହ ଜଣେ ସେବାୟତ ପୋଲାଙ୍ଗ ତେଲର ଦିହୁଡ଼ୀ ଧରିଥାଏ ୤ ଦିନ ଚାପ ଗୋଟିଏ ଘେରାରେ ଶେଷ ହେଉଥିବାବେଳେ ରାତ୍ରୀ ଚାପରେ କେବଳ ଗୋଟିଏତିନି ଘେରା ବୁଲାଯାଏବୁଲାଯିବାର ପରମ୍ପରା ରହିଛି ।
 
<!--ବାହାର ଚନ୍ଦନ ଯାତ୍ରା ସମୟରେ ଶ୍ରୀଜୀଉଙ୍କର ଚଳନ୍ତିପ୍ରତିମା [[ମଦନମୋହନ]]ଙ୍କୁ ସୁସଜ୍ଜିତ ବୋଇତରେ ଚନ୍ଦନ ପୋଖରୀରେ ନୌକାବିହାର କରାଯାଏ । ଏହାକୁ ଚନ୍ଦନ ଚାପ ବୋଲି କହିଥାନ୍ତି ।-->ସଙ୍ଗୀତ ଓ ନୃତ୍ୟସହିତ ଏହି ଯାତ୍ରା ଅତି ମନୋରମ ହୋଇଥାଏ । ଏହି ଯାତ୍ରାର ଶେଷଦିନ ଭଉଁରୀ ଯାତ୍ରା ପାଳନ କରାଯାଏ।
 
====ଭଉଁରୀ====
[[ଜଗନ୍ନାଥ|ଶ୍ରୀଜଗନ୍ନାଥ]] ମହାପ୍ରଭୁଙ୍କର ୨୧ଦିନ ବ୍ୟାପି ବାହାର ଚନ୍ଦନଯାତ୍ରାର ଅନ୍ତିମ ଦିବସରେ ଭଉଁରୀଯାତ୍ରା ଅନୁଷ୍ଠିତ ହୋଇଥାଏ ୤ ପରମ୍ପରା ଅନୁଯାୟୀ [[ମଦନମୋହନ]], [[ବଳରାମ]], [[କୃଷ୍ଣ]], ଶ୍ରୀଦେବୀ<!--ଲକ୍ଷ୍ମୀ--> ଓ ଭୂଦେବୀ<!--ସରସ୍ଵତୀ-->ଙ୍କ ସମେତ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ଵର, ଶ୍ରୀନୀଳକଣ୍ଠେଶ୍ଵର, ଶ୍ରୀଜମ୍ବେଶ୍ଵର ଏବଂ ଶ୍ରୀକପାଳମୋଚନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରାଯାଏ ୤ ଭଉଁରୀ ଦିନ କେବଳ ଦିନଚାପ କରାଯାଏ, ରାତ୍ରିଚାପ କରାଯାଏ ନାହିଁ, ଦିନଚାପରେ ନରେନ୍ଦ୍ର ପୋଖରୀର ଦୀପଦାଣ୍ଡି ଚାରିପଟେ ୨୧ ଘେରା ବୁଲାଯାଇଥାଏ ୤ ଠାକୁରମାନେ ନରେନ୍ଦ୍ର ପୁଷ୍କରିଣୀରେପୋଖରୀରେ ୨୧ଘେରା ଚାପ ଖେଳିବା ପରେ [[ଶ୍ରୀମନ୍ଦିର]]କୁ ବାହୁଡ଼ାବିଜେ କରିଥାନ୍ତି ୤ <!--ଯାତ୍ରାର ଅନ୍ତିମ ଦିନ (୨୧ତମ ଦିନ) ପୋଖରୀର ଦୀପଦାଣ୍ଡି ଚାରିପଟେ ୨୧ ଘେରା ବୁଲାଯାଇଥାଏ ୤-->
 
ପରମ୍ପରା ଅନୁଯାୟୀ ଭଉଁରୀଦିନ ସକାଳଧୂପ ହେବାପରେ ପୂଜାପଣ୍ଡାମାନେ ଶ୍ରୀଜୀଉମାନଙ୍କ ଆଜ୍ଞାମାଳଧରି ରଥଖଳାକୁ ଯାଇଥାନ୍ତି ୤ ସେଠାରେ ଶ୍ରୀଅଙ୍ଗଲାଗି ଏହି ଆଜ୍ଞାମାଳଗୁଡ଼ିକୁ ମହାରଣା [[ଜଗନ୍ନାଥଙ୍କ ସେବକ|ସେବକ]]ମାନେ ପାଇବାପରେ ନିର୍ମାଣାଧିନ ତିନିରଥର ତିନୋଟି ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରିଥାନ୍ତି ୤