"ସାକ୍ଷୀଗୋପାଳ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ-ପୂର୍ଣ୍ଣଛେଦ
ଟିକେ ବାବଦରେ
୧ କ ଧାଡ଼ି:
{{About|ସାକ୍ଷୀଗୋପାଳ ମନ୍ଦିର|'ସହର' ନିମନ୍ତେ |ସାକ୍ଷୀଗୋପାଳ}}
{{Infobox Mandir
|name = ସାକ୍ଷୀଗୋପାଳ ମନ୍ଦିର
Line ୪୧ ⟶ ୪୨:
|website =
}}
 
==କିମ୍ବଦନ୍ତୀ==
ରାଜା ଉନମାଧବ ଯମୁନା ନଦୀକୂଳରୁ ଆଣିଥିବା ଶ୍ରୀ[[କୃଷ୍ଣ]]ଙ୍କ ମଣିବିଗ୍ରହ ସାକ୍ଷାତ ମୂର୍ତ୍ତି ଭାବେ ବୃନ୍ଦାବନରେ ଅଧିଷ୍ଠିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଏହି ମଣିବିଗ୍ରହ ବୃନ୍ଦାବନରୁ କାଞ୍ଚିର ଜଣେ ଶ୍ରୀବତ୍ସ ବ୍ରାହ୍ମଣ ପାଇଁ ସାକ୍ଷୀ ଦେବା ପାଇଁ ଆସି କାଞ୍ଚିରେ ରହି ଆଉ ବୃନ୍ଦାବନ ଫେରିଲେ ନାହିଁ ଓ ସାକ୍ଷୀଗୋପାଳ ନାମରେ ପୂଜା ପାଇଲେ । ପରେ [[ଓଡ଼ିଶା]]ର ରାଜା ପୁରୁଷୋତ୍ତମଦେବ କାଞ୍ଚି ବିଜୟ କରି ପ୍ରଭୁ ଶ୍ରୀସାକ୍ଷୀଗୋପାଳଙ୍କୁ [[ପୁରୀ]]କୁ ସଙ୍ଗରେ ନେଇଆସିଲେ । [[ପୁରୀ]]ରୁ କଟକସ୍ଥ ବାରବାଟୀ ଦୁର୍ଗ, [[ବାରବାଟି ଦୁର୍ଗ]]ରୁ [[ଖୋର୍ଦ୍ଧା]]ସ୍ଥ ରଥିପୁର ଓ ପରେ କନ୍ତଳବାଇକୁ ପ୍ରଭୁଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ଶେଷରେ ପ୍ରଭୁଙ୍କ ମଣିବିଗ୍ରହ [[ପୁରୀ]] [[ଶ୍ରୀମନ୍ଦିର]]ର ଭୋଗମଣ୍ଡପ ନିକଟରେ ସ୍ଥାପିତ ହେଲା । ସାକ୍ଷୀଗୋପାଳ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠିତ ହେବାର ଅଳ୍ପଦିନ ପରେ ରାଜା ରାମଚନ୍ଦ୍ର ଦେବଙ୍କୁ ଶ୍ରୀ[[ଜଗନ୍ନାଥ]]ଙ୍କ ସ୍ୱପ୍ନାଦେଷ ହେଲା – ସାକ୍ଷୀଗୋପାଳ ଭୋଗବୁହା ବାଟ ପାଖରେ ବସି ଆମର ପିଠା ଆଦି ସମସ୍ତ ମିଷ୍ଟାନ୍ନ ପଦାର୍ଥଗୁଡ଼ିକୁ ଆଗରୁ ଉଚ୍ଛିଷ୍ଟ (ଅଇଁଠା) କରି ଦେଉଛି, ଆମେ ଉପବାସ ରହୁଛି । ରାଜାଙ୍କ ନିଦ ତତକ୍ଷଣାତ ଭାଙ୍ଗିଗଲା, ରାଜା ଭାରି ବ୍ୟସ୍ତ ହୋଇପଡ଼ିଲେ । ରାଜା ଏହିପରି ଅଶ୍ୱସ୍ତିକର ଅବସ୍ଥାରେ ଥିବା ସମୟରେ ବାବା ବ୍ରହ୍ମଚାରୀ ନାମକ ଜଣେ ସନ୍ନ୍ୟାସୀ ରାଜାଙ୍କ ପାଖକୁ ଯାଇ କହିଲେ ହେ ରାଜନ… [[ପୁରୀ]]ଠାରୁ ୧୫ମାଇଲ ଦୂର ବ୍ରାହ୍ମଣ ଶାସନର କେନ୍ଦ୍ରସ୍ଥଳ ପୁଣ୍ୟତୋୟା ରତ୍ନଚିରା ନଦୀ ତୀରବର୍ତ୍ତୀ ଛୁରିଅନା, ବକୁଳ, ତମାଳ, କେତକୀ ଓ ନାରିକେଳ ବୃକ୍ଷ ପରିପୂର୍ଣ୍ଣ ପ୍ରାକୃତିକ ବନରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ସ୍ଥାପନ କର । ଏହି ଧାମ ଠିକ ବୃନ୍ଦାବନ ଧାମ ପରି ।