"ନୃସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଛାଞ୍ଚ
ଟିକେNo edit summary
୧୮ କ ଧାଡ଼ି:
'''ଅନାଦି ପରମ କାରଣ'''’’<br />
 
ଅହଂକାରୀ ହିରଣ୍ୟକଶିପୁ ନିଜର ତପଶକ୍ତିର ମଦରେ ନିଜକୁ [[ଭଗବାନ]] ବୋଲି ପ୍ରଚାର କରୁଥିଲା ଓ ଭଗବାନ [[ବିଷ୍ଣୁ]]ଙ୍କର ସେବକମାନଙ୍କୁ ନିର୍ଯ୍ୟାତିତ କରି ହତ୍ୟା କରୁଥିଲା। ତା’ର ନିଜ ପୁତ୍ର ପ୍ରହଲ୍ଲାଦ [[ହରି]]ଭକ୍ତ ଥିଲେ। ସେ ପ୍ରହଲ୍ଲାଦଙ୍କୁ ହରିଭକ୍ତିରୁ ବିରତ କରିବାପାଇଁ ଶତ ଚେଷ୍ଟା କରି ବିଫଳ ହେବା ପରେ ତାଙ୍କୁ ହତ୍ୟା କରିବାପାଇଁ ତାଙ୍କ ନିକଟକୁ ଆସି ନିଜର ପ୍ରଭୁ କେଉଁଠାରେ ଅଛନ୍ତି ବୋଲି ପଚାରିଲେ। ପ୍ରହଲ୍ଲାଦ ନିଜ ପ୍ରଭୁଙ୍କର ସର୍ବତ୍ର ବିଦ୍ୟମାନତାର ଗୁଣ ଗାନ କରିବାରୁ ସେ ରୁଷ୍ଟ ହୋଇ ନିକଟସ୍ଥ ଖମ୍ବରେ ନିଜ ପ୍ରଭୁଙ୍କର ଉପସ୍ଥିତିକୁ ପ୍ରମାଣ କରିବାପାଇଁ ପ୍ରହଲ୍ଲାଦକୁ ବାଧ୍ୟକରି ନିଜ ଗଦାରେ ସେହି ଖମ୍ବକୁ ପ୍ରଚଣ୍ଡ ଆଘାତ କଲା। ହିରଣ୍ୟକଶିପୁକୁ ବର ମିଳିଥିଲା ଯେ ତା’ର ମୃତ୍ୟୁ ଦିନରେ କି ରାତିରେ ହେବନାହିଁ, [[ମଣିଷ]] କି [[ଦେବତା]]ଦ୍ୱାରା ହେବନାହିଁ, ଅସ୍ତ୍ର-ଶସ୍ତ୍ରାଦିଦ୍ୱାରା ହେବ ନାହିଁ। ବରଦାନ ଅନୁସାରେ ଅଦ୍ଭୁତରୂପନେଇ ବିଷ୍ଣୁ ପ୍ରକଟ ହେଲେ, ଦିନରେ ନୁହଁ କି ରାତିରେ ନୁହଁ ଗୋଧୂଳି ସମୟରେ, ନର ନୁହେଁ କି ଦେବତା ନୁହଁ ନରସିଂହ ରୂପରେ ଏବଂ ତା’ର ପ୍ରାଣ ନାଶିଲେ ଅସ୍ତ୍ର କି ଶସ୍ତ୍ର ନୁହଁ ନିଜ ନଖରେ। ତାଙ୍କର ଦେହ ନର ଆକାରର ଓ ମସ୍ତକ ଓ ନଖ ସିଂହ ମସ୍ତକ ଓ ନଖ ସଦୃଶ ଭୟଂକର। <ref>[http://srimadbhagavatam.com/7/8/19-22/en1 Bhag-P 7.8.19-22]</ref> ପ୍ରହଲ୍ଲାଦ ଏହି ରୂପକୁ ଦେଖି ଭୟାତୁର ହୋଇଥିବାରୁ ସେ ପରକ୍ଷଣରେ ତାଙ୍କୁ ଆଶ୍ୱାସନା ଓ ଅଭୟ ପ୍ରଦାନ କରିଥିଲେ। ତାଙ୍କର ଏହି ରୂପକୁ ମୁଖ୍ୟତଃ [[ହିନ୍ଦୁ ଧର୍ମ]]ର [[ବୈଷ୍ଣବ]] ମାନେ ପୂଜା କରିଥାନ୍ତି। ରକ୍ଷାକର୍ତ୍ତା ଓ ବିପଦ ତାରଣକାରୀ ରୂପେ ସେ ଅଗ୍ରପୂଜିତ। <ref>Steven J. Rosen, ''Narasimha Avatar, The Half-Man/Half-Lion Incarnation'', p5</ref>
==ଆଧାର==
{{ଆଧାର}}
"https://or.wikipedia.org/wiki/ନୃସିଂହ"ରୁ ଅଣାଯାଇଅଛି