"ରାଜେନ୍ଦ୍ର ନାରାୟଣ ସିଂହଦେଓ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୫୨ କ ଧାଡ଼ି:
 
ପୁରାତନ ଐତିହ୍ୟର ସୁରକ୍ଷାପାଇଁ ସେ ‘ପ୍ରତ୍ନତତ୍ତ୍ୱ ବିଭାଗ’ ଓ ‘ଐତିହାସିକ ଅନୁସନ୍ଧାନ ସୋସାଇଟି’ ନାମକ ଦୁଇଟି ସଂସ୍ଥା ଗଠନ କରିଥିଲେ। କେଦାରନାଥ ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ରଥଙ୍କ ପରି ଐତିହାସିକ ତାଙ୍କ ପୃଷ୍ଠପୋଷକତା ଲାଭ କରିଥିଲେ ।
=== ମହିଳା ସଶକ୍ତିକରଣ ===
=== ନାରୀମାନଙ୍କ ଉନ୍ନତି ===
ନାରୀମାନଙ୍କ ଭିତରେ ଜାଗରଣପାଇଁ ସେ [[ବଲାଙ୍ଗୀର]]ରେ ଏକ ମହିଳାକ୍ଲବ ସ୍ଥାପନ କରିଥିଲେ। ନାରୀମାନଙ୍କ ପାଇଁ ଚିକିତ୍ସାକୁ ସହଜ ସୁଲଭ କରିବାପାଇଁ ସେ ମାତୃମଙ୍ଗଳ କେନ୍ଦ୍ର ସ୍ଥାପନ କରିଥିଲେ, ଯାହା ତାଙ୍କ ପତ୍ନି କୈଳାଶ କୁମାରୀ ଦେବୀ ଉଦ୍ଘାଟନ କରିଥିଲେ । ମହିଳାମାନଙ୍କୁ ପ୍ରତ୍ୟକ୍ଷ ରାଜନୀତିରେ ଅଂଶଗ୍ରହଣ କରିବାପାଇଁ ସେ ଅନୁପ୍ରେରିତ କରୁଥିଲେ । ତାଙ୍କଦ୍ୱାରା ପ୍ରଭାବିତ ହୋଇ ତାଙ୍କ ଭଉଣୀ [[ଢେଙ୍କାନାଳ]]ର ରାଣୀ ରତ୍ନପ୍ରଭା ଦେବୀ ଓ ତିଗିରିଆ ରାଜମାତା ରାସ ମଞ୍ଜରୀ ଦେବୀ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେଇଥିଲେ ।
=== ସ୍ୱାସ୍ଥ୍ୟ ବ୍ୟବସ୍ଥାବ୍ୟବସ୍ଥାରେ ସୁଧାର ===
ପ୍ରଜାମାନଙ୍କ ସ୍ୱାସ୍ଥ୍ୟର ସୁବିଧା ପାଇଁ ସେ ଅନେକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରିଥିଲେ । ବଲାଙ୍ଗୀର ଚିକିତ୍ସାକେନ୍ଦ୍ରରେ ପ୍ରଥମ କରି ରଞ୍ଜନ ରଶ୍ମୀ ସ୍ଥାପନ କରାଇଥିଲେ। ସ୍ୱାଧୀନତା ପରେ ଏହା କଟକକୁ ସ୍ଥାନାନ୍ତରିତ ହୋଇ ଯାଇଥିଲା । ସେଠାରେ ଅଭିଜ୍ଞ ଚିକିତ୍ସକଙ୍କୁ ନିୟୋଜିତ କରିବା ସହିତ ବଲାଙ୍ଗୀରରେ ଏକ ଆୟୁର୍ବେଦିକ ଚିକିତ୍ସାଳୟ ମଧ୍ୟ ସ୍ଥାପନା କରାଇଥିଲେ। ରାମକୃଷ୍ଣ ପରମହଂସଙ୍କ ସହଧର୍ମିଣୀ ଶାରଦା ଦେବୀଙ୍କ ନାମ ଅନୁସାରେ ଏହି ଚିକିତ୍ସାଳୟର ନାମ ଶାରଦେଶ୍ୱରୀ ରଖାଯାଇଥିଲା। ବଲାଙ୍ଗୀର ସହରରେ ଏକ ଗୋପାଳନ କେନ୍ଦ୍ର ସ୍ଥାପନ କରିବା ସହିତ ସେଠାରେ ଉନ୍ନତ ଗୋ ମହିଷାଦି ପାଳନର ବ୍ୟବସ୍ଥା କରାଇଥିଲେ ।
=== ଧାର୍ମିକତା ଓ ସମାଜ ସଂସ୍କାର===