"ଭଦ୍ରକ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୦୧ କ ଧାଡ଼ି:
*[[ଆରଡ଼ି]]ସ୍ଥିତ [[ଆଖଣ୍ଡଳମଣୀ ମନ୍ଦିର]], ଭଦ୍ରକର ମୁଖ୍ୟ ଶୈବପୀଠ।
*[[ପାଳିଆ]] ବିନ୍ଧାସ୍ଥିତ [[ବିରଞ୍ଚି ନାରାୟଣ]] ସୂର୍ଯ୍ୟ ମନ୍ଦିର ଭଦ୍ରକର ସୂର୍ଯ୍ୟୋପାସନାର ଏକ ପ୍ରସିଦ୍ଧ କ୍ଷେତ୍ର। କୁହାଯାଏ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବାପାଇଁ ଏଠାରେ ସୂର୍ଯ୍ୟଙ୍କୁ ଉପାସନା କରିଥିଲେ। ସେଇ ବିଶ୍ୱାସର ନିଦର୍ଶନ ସ୍ୱରୂପ ଅଗିରା ପୁନେଇଁ ପରଦିନ ଏଠାରେ ଗୁଣ୍ଡୁଣିଯାତ୍ରା ଅନୁଷ୍ଠିତ ହୁଏ। ଚର୍ମରୋଗରୁ ରକ୍ଷାକରିବାକୁ ଲୋକେ ଠାକୁରଙ୍କୁ ଫୁଲଛତା ଓ ଫୁଲବିଞ୍ଚଣା ଦେଇ ପ୍ରାର୍ଥନା କରିଥାନ୍ତି। ଏଠି ସୂର୍ଯ୍ୟନାରାୟଣଙ୍କ ବିଗ୍ରହ ଚତୁର୍ମୂଖ ହୋଇଥିବାରୁ କେହି କେହି ଏହାଙ୍କୁ [[ବ୍ରହ୍ମା]] ବୋଲି କହିଥାନ୍ତି। ସମଗ୍ର ଭାରତରେ ଏମିତି ମନ୍ଦିର ବିରଳ।
*[[ଧାମରା]]ର [[ଧାମରେଇଧାମରେଈ]] ମନ୍ଦିର ବ୍ରାହ୍ମଣ, ବୌଦ୍ଧ ଓ ଶାବରୀ ସଂସ୍କୃତିର ସ୍ମୃତି ବହନ କରେ।
*ଏହାଛଡ଼ା ଦପାନାହାକାଣି ମନ୍ଦିର, କାଉପୁରର ସୀତାକୁଣ୍ଡ, ମଠସାହିର ଦକ୍ଷିଣେଶ୍ୱର ମନ୍ଦିର, [[ବାସୁଦେବପୁର]] ଥାନା ଅନ୍ତର୍ଗତ ପଢ଼ୁଆଁ ଗ୍ରାମରେ ଅଷ୍ଟଭୂଜା ଦୁର୍ଗାମଣ୍ଡପ, ବାସୁଦେବପୁରର ପ୍ରସନ୍ନଦେବ ଜୀଉ ମନ୍ଦିର, ରାଧାକୃଷ୍ଣ ମନ୍ଦିର [[ଚରମ୍ପା]]ର ହନୁମାନ ସାହି, ଏରେଇଁ ଓ ସାହାପୁରସ୍ଥିତ ହନୁମାନ ମନ୍ଦିର, ଆଦି ଭଦ୍ରକ ଅଞ୍ଚଳର ଧର୍ମ ଭାବନାର ବାର୍ତ୍ତା ବାହକ।
*ଭଦ୍ରକର [[କୁଆଁସ]]ଗ୍ରାମସ୍ଥ ଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଯେ ଏହାକୁ [[ଲସ୍ ଏଞ୍ଜେଲସ୍]]​ର ଜୁଲିଆନ ପାର୍କର ନାମକ ଜଣେ ଅଣହିନ୍ଦୁ ବିଦେଶୀ ଏହାକୁ ସ୍ଥାପନ କରିଛନ୍ତି। ଜୁଲିଆନ ଆତ୍ମତତ୍ତ୍ୱ ଦାସ ଓ ମାଳିନୀ ଦାସଙ୍କର ପାଳିତ ପୁତ୍ର ହୋଇଥିଲେ। ଭାରତକୁ ଆସିବା ପରେ ସେ ଜାହ୍ନବୀ ନିତାଇ ଦାସ ନାମରେ ପରିଚିତ ହୋଇଥିଲେ। [[ପୁରୀ]] [[ଶ୍ରୀମନ୍ଦିର]]ରେ ଅଣହିନ୍ଦୁମାନଙ୍କର ପ୍ରବେଶ ନିଷେଧ ହୋଇଥିବାରୁ ସେ ଏଠାରେ ୧୬ଫୁଟ ଉଚ୍ଚର [[ଜଗନ୍ନାଥ]], ୧୫ ଫୁଟ ଉଚ୍ଚର [[ବଳଭଦ୍ର]] ଓ ୭ ଫୁଟ ଉଚ୍ଚର [[ସୁଭଦ୍ରା]] ବିଗ୍ରହ ବୈଦିକ ରୀତିରେ ୨୦୦୫ ମସିହା ମେ ୨୨ରେ ସ୍ଥାପନ କରାଇଥିଲେ। ଅଦ୍ୟାବତ୍ ସେହି ବିଗ୍ରହମାନେ ସେହି ମନ୍ଦିରରେ ଯଥାବିଧି ପୂଜିତ ହେଉ ଅଛନ୍ତି।