"ଭଦ୍ରକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

୨,୭୬୮ ବାଇଟଗୁଡିକ ଯୋଡାଗଲା ,  ୧୦ ବର୍ଷ ପୂର୍ବେ
ବଦଳ ସାରକଥା ଲୁଚାଇଦିଅନ୍ତୁ
No edit summary
No edit summary
{{ତିଆରି ଚାଲିଛି}}
{{About| 'ଭଦ୍ରକ ସହର'| 'ଭଦ୍ରକ ଜିଲ୍ଲା' ପାଇଁ|ଭଦ୍ରକ ଜିଲ୍ଲା}}
'''ଭଦ୍ରକ''' [[ଭାରତ]]ର [[ଓଡ଼ିଶା]]ରେ ଥିବା [[ଭଦ୍ରକ ଜିଲ୍ଲା]]ର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର ।
*ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ନାମାନୁସାରେ ଏହାର ନାମକରଣ ହୋଇଛି ବୋଲି ବିଶିଷ୍ଟ ସାହିତ୍ୟିକ [[ନିତ୍ୟାନନ୍ଦ ମହାପାତ୍ର]] ତାଙ୍କ ସନ୍ଦର୍ଭ ‘ଜନ୍ମ ଓ ଜନ୍ମଭୂମି’ରେ ଉଲ୍ଲେଖ କରିଛନ୍ତି।
*ଭଦ୍ରକସ୍ଥ ଚରମ୍ପା ଖ୍ରୀ.ପୂ.୪୪୦ରେ ଚମ୍ପାନଗର ନାମକ ସମୃଦ୍ଧିଶାଳୀ ରାଜ୍ୟରୂପେ ପରିଚିତ ଥିଲା। ସେଠାକର ଶାସକ ଥିଲେ [[ଜୈନ ଧର୍ମ]] ଅବଲମ୍ବୀ ରାଜା ଦଧିବାମନ। ମଗଧ ରାଜାଙ୍କର ସେନାପତି ଭଦ୍ରିକ ତାଙ୍କୁ ପରାସ୍ତ କରିଥିଲେ। ଭଦ୍ରିକଙ୍କ ନାମାନୁସାରେ ଏହି ଜାଗାର ନାମକରଣ ହୋଇଛି ବୋଲି ମଧ୍ୟ ଜଣାଯାଏ।<ref>[[ରାମନାରାୟଣ ରାୟ - ମା ଭଦ୍ରକାଳୀ]], ପୃଷ୍ଠା:୭୩</ref>
==ଇତିହାସ==
== ପରମ୍ପରା ==
=== ଜୈନ ଧର୍ମ ===
ଭଦ୍ରକର ସାଂସ୍କୃତିକ ପରମ୍ପରାର ଚିହ୍ନ [[ପାର୍ଶ୍ୱନାଥ]](ଖ୍ରୀ.ପୂ.୮୨୦-୭୫୦)ଙ୍କ ସମୟରୁ ମିଳିଥାଏ। [[ପାର୍ଶ୍ୱନାଥ]] ଧର୍ମପ୍ରଚାର ପାଇଁ କୋପକଟକ ବା ଆଧୁନିକ[[କୁପାରୀ]]କୁ ଆସିଥିଲେ। <ref>[[ଡଃ ଦ୍ୱିଜେନ୍ଦ୍ର କୁମାର ବେହେରା, ‘ଯୁଗେ ଯୁଗେ ଭଦ୍ରକ’, ସ୍ମରଣିକା ଭଦ୍ରକ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ]], ପୃଷ୍ଠା:୭୧</ref>
ଚରମ୍ପା ଅନ୍ତର୍ଗତ ରହଣିଆର ବଡ଼ ପୋଖରୀ ଚାରି ପାଖରେ [[ଚବିଶ ତୀର୍ଥଙ୍କର]]ଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିଲା। ସେହି ମୂର୍ତ୍ତିଗୁଡ଼ିକ ମଧ୍ୟରୁ [[ଅଜିତନାଥ]], [[ଶାନ୍ତିନାଥ]], [[ଋଷଭନାଥ]] ଓ [[ବର୍ଦ୍ଧମାନ ମହାବୀରଙ୍କ]] ମୂର୍ତ୍ତି ବର୍ତ୍ତମାନ [[ଓଡ଼ିଶା ରାଜ୍ୟ ସଂଗ୍ରହାଳୟ]]ରେ ସଂରକ୍ଷିତ। ତେବେ ଏ ପୋଖରୀ କୂଳରେ ଏବେ ମଧ୍ୟ [[ପାର୍ଶ୍ୱନାଥ]]ଙ୍କର ମୂର୍ତ୍ତି ଦେଖିବାକୁ ମିଳେ।<ref>[[ପଣ୍ଡିତ ନୀଳମଣି ମିଶ୍ର, ‘ଅଜ୍ଞାତ ଅଧ୍ୟାୟର ବୈଜ୍ଞାନିକ ବିଶ୍ଳେଷଣ : ଜୈନ ଓ ବୌଦ୍ଧ ପୀଠ’ ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି]], ପୃଷ୍ଠା:୧୬</ref>
=== ବୌଦ୍ଧ ଧର୍ମ ===
ଭଦ୍ରକ ଅନ୍ତର୍ଗତ [[ଧାମନଗର]]ର ମୂଳନାଆଁ ଧମ୍ମନଗର। [[ଧମ୍ମ]] ହେଉଛି [[ବୌଦ୍ଧ ଧର୍ମ]]ରେ [[ଧର୍ମ]]ର ପର୍ଯ୍ୟାୟବାଚୀ। ସେ ସମୟର ପ୍ରସିଦ୍ଧ ବୌଦ୍ଧପୀଠର [[ଖଡ଼ିଆଳ]] ଅଞ୍ଚଳରୁ ସଂଗୃହିତ ବିଶାଳ [[ବୁଦ୍ଧ]]ମୂର୍ତ୍ତି ଏବେ [[ଓଡ଼ିଶା ରାଜ୍ୟ ସଂଗ୍ରହାଳୟ]]ରେ ରହିଛି।<ref>[[ପଣ୍ଡିତ ନୀଳମଣି ମିଶ୍ର, ‘ଅଜ୍ଞାତ ଅଧ୍ୟାୟର ବୈଜ୍ଞାନିକ ବିଶ୍ଳେଷଣ : ଜୈନ ଓ ବୌଦ୍ଧ ପୀଠ’ ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି]], ପୃଷ୍ଠା:୩୮</ref>
ଭଦ୍ରକର ବାଉଦପୁର ନାଁ ବୌଦ୍ଧରୁ ଆସିଛି। ଧାମନଗରର ମୁସଲମାନ ବସ୍ତିସ୍ଥିତ ମନ୍ତ୍ରବାସୁଳି ବୌଦ୍ଧଧର୍ମର ଅବଲୋକିତେଶ୍ୱର ବୋଲି କେହି କେହି ମତ ଦିଅନ୍ତି।<ref>[[ପଣ୍ଡିତ ନୀଳମଣି ମିଶ୍ର, ‘ଅଜ୍ଞାତ ଅଧ୍ୟାୟର ବୈଜ୍ଞାନିକ ବିଶ୍ଳେଷଣ : ଜୈନ ଓ ବୌଦ୍ଧ ପୀଠ’ ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି]], ପୃଷ୍ଠା:୧୯</ref>
=== ମୋଗଲ ଓ ମରହଟ୍ଟା ପ୍ରଭାବ ===
ସେହିପରି ଜାନୁଗଞ୍ଜ [[ମରହଟ୍ଟା]] ଶାସକ [[ଜାନୋଜୀ]]ଙ୍କ ନାଁରୁ ଆସିଛି ବୋଲି କେତେକ ଗବେଷକ ମତ ଦିଅନ୍ତି।<ref>[[ଡଃ ଦ୍ୱିଜେନ୍ଦ୍ର କୁମାର ବେହେରା, ‘ଯୁଗେ ଯୁଗେ ଭଦ୍ରକ’, ସ୍ମରଣିକା ଭଦ୍ରକ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ]], ପୃଷ୍ଠା:୭</ref>
[[ମୋଗଲ]] ଓ [[ମରହଟ୍ଟା]] ଶାସକମାନେ ସେମାନଙ୍କ ଶାସନ କାଳରେ ଭଦ୍ରକରେ ଅନେକ ଜନ ହିତକର କାର୍ଯ୍ୟ କରିଥିଲେ। [[ଇନ୍ଦୋର]]ର ରାଣୀ [[ଅହଲ୍ୟାବାଈ]] [[ପୁରୀ]] ଯାତ୍ରା କରିବାବେଳେ ଗୋସେଇଁ ଶାଶୁଙ୍କ ନିମିତ୍ତ ଏକ ବଡ଼ ପୋଖରୀ ଖୋଳାଇଥିଲେ। ଏହାକୁ ରାଣୀ ତଲାୱ କୁହାଯାଉଥିଲା। ଭଦ୍ରକ ନିକଟସ୍ଥ ଏବେକାର [[ରାଣୀତାଲ]] ସେହି ରାଣୀତଲାୱରୁ ଆସିଛି।
[[ଧାମନଗର]]ରେ ମହହଟ୍ଟା ଶାସକ ଜଗୁ ପଣ୍ଡିତଙ୍କ ନାମାନୁସାରେ ଜଗୁସାଗର ପୋଖରୀ ରହିଅଛି।<ref>[[ଡଃ ଦ୍ୱିଜେନ୍ଦ୍ର କୁମାର ବେହେରା, ‘ଯୁଗେ ଯୁଗେ ଭଦ୍ରକ’, ସ୍ମରଣିକା ଭଦ୍ରକ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ]], ପୃଷ୍ଠା:୭</ref>
=== ହିନ୍ଦୁ ଧର୍ମ ===
[[ମିର୍ଜାପୁର]] ଓ [[ଛଡ଼ାକ]] ମହଲାରେ ରାଜା [[ପୁରୁଷୋତ୍ତମ ଦେବ]]ଙ୍କ ମନ୍ତ୍ରୀ [[ବିଦ୍ୟାଧର]] ଖୋଳାଇଥିବା ପୋଖରୀ ତାଙ୍କ ନାମାନୁସାରେ ବିଦ୍ୟାଧର ପୋଖରୀ ବୋଲି ପରିଚିତ।
୧୫୧୪ ଖ୍ରୀଷ୍ଟାବ୍ଦରେ [[ଶ୍ରୀଚୈତନ୍ୟ]] [[ପୁରୀ]]ରୁ ପ୍ରତ୍ୟାବର୍ତ୍ତନ କରି ବିଦ୍ୟାବାଚସ୍ପତି ନାମକ ଜଣେ ଧର୍ମଯାଜକଙ୍କ ଘରେ ପାଞ୍ଚଦିନ ଅବସ୍ଥାନ କରିଥିଲେ। ଏହି ସନ୍ଥଙ୍କ ମନେ ପକାଇବାପାଇଁ ଗାଁଟିର ନାମ [[ସନ୍ଥିଆ]] ହୋଇଛି। ସେ ଛାଡ଼ିଯାଇଥିବା କନ୍ଥାଟିକୁ ଶ୍ରଦ୍ଧାଳୁମାନେ ଏବେବି ସେହି ଗାଁରେ ରଖି ପୂଜା କରୁଛନ୍ତି। ଶ୍ରୀଚୈତନ୍ୟଙ୍କ ପାଦୁକା ନିକଟସ୍ଥ [[କୁଆଁସ]] ଗ୍ରାମରେ ଏବେ ବି ପୂଜା ପାଉଛି। ଏହା ଏ ଅଞ୍ଚଳର ଲୋକମାନଙ୍କର ସାଧୁ ସନ୍ଥମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନଭାବର ନିଦର୍ଶନ।<br />
୧୮୬୪ ଖ୍ରୀଷ୍ଟାବ୍ଦରେ [[ପୁରୀ]] [[ରାମାନୁଜ ମଠ]]ର ମହନ୍ତଙ୍କ ଶିକ୍ଷାଗୁରୁ ରାମାୟଣ ଦାସ [[ବୃନ୍ଦାବନ]] ଯିବା ବାଟରେ [[ସାଳନ୍ଦୀ]] ନଦୀ କୂଳରେ ଭକ୍ତମାନଙ୍କ ଭକ୍ତି ଦେଖି ବିହ୍ୱଳ ହୋଇ ଯାଇଥିଲେ। ତାଙ୍କ ପାଇଁ ମହନ୍ତେ ସେଠାରେ ସଦାବର୍ତ୍ତ ମଠ ସ୍ଥାପନ କରିଥିଲେ। <br />
୧୮୮୮ ଖ୍ରୀଷ୍ଟାବ୍ଦ ନଭେମ୍ବର ୨୦ ତାରିଖରେ ମା [[ସାରଦା ଦେବୀ]] ଜଳପଥରେ [[ଚାନ୍ଦବାଲି]] ଆସିଥିଲେ। ପୁନର୍ବାର ୧୯୧୦ରେ ସେ [[ରାମେଶ୍ୱର]] ଯିବା ବାଟରେ ଭଦ୍ରକର [[କୋଠାର]]ଠାରେ ଦୁଇମାସ ଅବସ୍ଥାନ କରିଥିଲେ।
=== ଶିଖ ଧର୍ମ ===
ଷୋଡ଼ଶ ଶତାବ୍ଦୀରେ ଗୁରୁ [[ନାନକ]] ପୁରୀ ଯିବା ବାଟରେ ଭଦ୍ରକରେ ଅବସ୍ଥାନ କରି ସଂଘ (ସଙ୍ଘତ)ରେ ଭାଗ ନେଇଥିଲେ। ତଦନୁସାରେ ସେ ଅଞ୍ଚଳକୁ ସଂଗତ କହିବା ସହିତ [[ନାନକ ଡ଼ିହି]] ବୋଲି ମଧ୍ୟ କୁହାଯାଏ। ଏଠାରେ ଏକ [[ଗୁରୁଦ୍ୱାରା]] ମଧ୍ୟ ସ୍ଥାପନା କରା ଯାଇଅଛି।
=== ମୁସଲମାନ ଧର୍ମ ===
୧୫୭୫ ଖ୍ରୀଷ୍ଟାବ୍ଦ ଅପ୍ରେଲ ୧୨ ତାରିଖରେ [[ଆକବର]] ଭଦ୍ରକକୁ ଏକ ସ୍ୱତନ୍ତ୍ର ଡିଭିଜନ (ସର୍କାର) ହିସାବରେ ଘୋଷଣା କରିଥିଲେ। [[କଟକ]] ଡିଭିଜନଟି [[ଦାଉଦ]]ଙ୍କ ଅକ୍ତିଆରରେ ଥିଲାବେଳେ ଭଦ୍ରକ ଓ [[ବାଲେଶ୍ୱର]] ଡିଭିଜନ [[ମୋଗଲ]]ଙ୍କ ଅଧୀନରେ ଥିଲା। [[ତୋଦରମଲ୍ଲ]] ଭଦ୍ରକରେ ଛାଉଣି ପକାଇ ବନ୍ଦୋବସ୍ତ କାର୍ଯ୍ୟ ଚଳାଇଥିଲେ। [[ଆଉରଙ୍ଗଜେବ]]ଙ୍କ ସମୟରେ କଦମ୍ବବେଡ଼ା (କୁଆଁସ)ରେ ଇଦ୍​ଗାହ ନିର୍ମାଣ ହୋଇଥିଲା।
==ଐତିହ୍ୟ==
*ଭଦ୍ରକର ଭଦ୍ରକାଳୀ ମନ୍ଦିର, ଭଦ୍ରକର ମୁଖ୍ୟ ଶକ୍ତିପୀଠ।
*ଆରଡ଼ିସ୍ଥିତ ଆଖଣ୍ଡଳମଣୀ ମନ୍ଦିର, ଭଦ୍ରକର ମୁଖ୍ୟ ଶୈବପୀଠ।
*ପାଳିଆ ବିନ୍ଧାସ୍ଥିତ ବିରଞ୍ଚି ନାରାୟଣ ସୂର୍ଯ୍ୟ ମନ୍ଦିର ଭଦ୍ରକର ସୂର୍ଯ୍ୟୋପାସନାର ଏକ ପ୍ରସିଦ୍ଧ କ୍ଷେତ୍ର। କୁହାଯାଏ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବାପାଇଁ ଏଠାରେ ସୂର୍ଯ୍ୟଙ୍କୁ ଉପାସନା କରିଥିଲେ। ସେଇ ବିଶ୍ୱାସର ନିଦର୍ଶନ ସ୍ୱରୂପ ଅଗିରା ପୁନେଇଁ ପରଦିନ ଏଠାରେ ଗୁଣ୍ଡୁଣିଯାତ୍ରା ଅନୁଷ୍ଠିତ ହୁଏ। ଚର୍ମରୋଗରୁ ରକ୍ଷାକରିବାକୁ ଲୋକେ ଠାକୁରଙ୍କୁ ଫୁଲଛତା ଓ ଫୁଲବିଞ୍ଚଣା ଦେଇ ପ୍ରାର୍ଥନା କରିଥାନ୍ତି। ଏଠି ସୂର୍ଯ୍ୟନାରାୟଣଙ୍କ ବିଗ୍ରହ ଚତୁର୍ମୂଖ ହୋଇଥିବାରୁ କେହି କେହି ଏହାଙ୍କୁ ବ୍ରହ୍ମା ବୋଲି କହିଥାନ୍ତି। ସମଗ୍ର ଭାରତରେ ଏମିତି ମନ୍ଦିର ବିରଳ।
*ଧାମରାର ଧାମୁରେଇ ମନ୍ଦିର ଶାବରୀ ସଂସ୍କୃତିର ସ୍ମୃତି ବହନ କରେ।
*ଏହାଛଡ଼ା ଦପାନାହାକାଣି ମନ୍ଦିର, କାଉପୁରର ସୀତାକୁଣ୍ଡ, ମଠସାହିର ଦକ୍ଷିଣେଶ୍ୱର ମନ୍ଦିର, ବାସୁଦେବପୁର ଥାନା ଅନ୍ତର୍ଗତ ପଢ଼ୁଆଁ ଗ୍ରାମରେ ଅଷ୍ଟଭୂଜା ଦୁର୍ଗାମଣ୍ଡପ, ବାସୁଦେବପୁରର ପ୍ରସନ୍ନଦେବ ଜୀଉ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଚରମ୍ପାର ହନୁମାନ ସାହି, ଏରେଇଁ ଓ ସାହାପୁରସ୍ଥିତ ହନୁମାନ ମନ୍ଦିର, ଆଦି ଭଦ୍ରକ ଅଞ୍ଚଳର ଧର୍ମ ଭାବନାର ବାର୍ତ୍ତା ବାହକ।
*ଭଦ୍ରକର କୁଆଁସଗ୍ରାମସ୍ଥ ଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଯେ ଏହାକୁ ଲସ୍ ଏଞ୍ଜେଲସ୍​ର ଜୁଲିଆନ ପାର୍କର ନାମକ ଜଣେ ଅଣହିନ୍ଦୁ ବିଦେଶୀ ଏହାକୁ ସ୍ଥାପନ କରିଛନ୍ତି। ଜୁଲିଆନ ଆତ୍ମତତ୍ତ୍ୱ ଦାସ ଓ ମାଳିନୀ ଦାସଙ୍କର ପାଳିତ ପୁତ୍ର ହୋଇଥିଲେ। ଭାରତକୁ ଆସିବା ପରେ ସେ ଜାହ୍ନବୀ ନିତାଇ ଦାସ ନାମରେ ପରିଚିତ ହୋଇଥିଲେ। ପୁରୀ ଶ୍ରୀମନ୍ଦିରରେ ଅଣହିନ୍ଦୁମାନଙ୍କର ପ୍ରବେଶ ନିଷେଧ ହୋଇଥିବାରୁ ସେ ଏଠାରେ ୧୬ଫୁଟ ଉଚ୍ଚର ଜଗନ୍ନାଥ, ୧୫ ଫୁଟ ଉଚ୍ଚର ବଳଭଦ୍ର ଓ ୭ ଫୁଟ ଉଚ୍ଚର ସୁଭଦ୍ରା ବିଗ୍ରହ ବୈଦିକ ରୀତିରେ ୨୦୦୫ ମସିହା ମେ ୨୨ରେ ସ୍ଥାପନ କରାଇଥିଲେ। ଅଦ୍ୟାବତ୍ ସେହି ବିଗ୍ରହମାନେ ସେହି ମନ୍ଦିରରେ ଯଥାବିଧି ପୂଜିତ ହେଉ ଅଛନ୍ତି।
*ଓଡ଼ିଶାର ଭାଗବତ ଟୁଙ୍ଗୀ ପରମ୍ପରା ଅବଲୁପ୍ତ ହେଇଆସୁଥିଲା ବେଳେ ଏଠାକାର କିସ୍ମତ କୃଷ୍ଣପୁର ଗ୍ରାମରେ ଏ ପରମ୍ପରା ଏବେବି ଜୀବିତ ଅଛି।
==ଉତ୍ସବ==
=== ଗୋପାଳଙ୍କ ଉଗାଳ ଓ ଲଉଡ଼ି ଖେଳ===
ଗୋପାଳ ସମ୍ପ୍ରଦାୟର ଲୋକେ ଦୋଳ ପୂର୍ଣ୍ଣମୀର ପୂର୍ବଦିନରୁ କୁମ୍ଭ ପୂଜା କରି ରାଧାକୃଷ୍ଣ ଉପାସନା ସହିତ ଗୋପାଳଙ୍କ ଉଗାଳ ଓ ଲଉଡ଼ି ଖେଳ (ବାଡ଼ି ଖେଳ) ପ୍ରଦର୍ଶନ କରିଥାନ୍ତି। ଏଇ ବାଡ଼ିଖେଳ ଓଡ଼ିଶାର ଏକ ବିଲୁପ୍ତପ୍ରାୟ ସାମରିକ କଳା। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ରଚିତ ଗୋପାଳଙ୍କ ଉଗାଳରେ ଗୂଢ଼ ଆଧ୍ୟାତ୍ମିକ ପ୍ରଶ୍ନର ସରଳ ଉତ୍ତର ରସମୟ ସଙ୍ଗୀତ ଛନ୍ଦରେ ବେଶ୍ ଉପଭୋଗ୍ୟ। ଏହି ଉତ୍ସବ ସାବରଙ୍ଗ, ଚୁଡ଼ଙ୍ଗପୁରର ରଙ୍ଗଢ଼ାଉ, ବାସୁଦେବପୁର, କିସ୍ମତ କୃଷ୍ଣପୁର, ଧାମନଗର ଆଦି ଅଞ୍ଚଳରେ ଜାକଜମକରେ ପାଳିତ ହୋଇଥାଏ। ବାସୁଦେବପୁରର ‘ଶ୍ରୀଗୋପାଳ ଓଗାଳ ସମିତି’ ଓ ‘ରାଧାମାଧବ ଯାଦବ ସମିତି’ ଓଡ଼ିଶା ବାହାରେ ବିଭିନ୍ନ ସମୟରେ ଲଉଡ଼ିଖେଳ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି।
===ଗୁଣ୍ଡିଣି ଯାତ୍ରା===
===ମୁନି ପୂଜା===
===ବାଲିଯାତ୍ରା===
===ରାସଯାତ୍ରା===
===ଚଢ଼େୟା ଚଢ଼େୟାଣୀ ନାଚ===
===କଣ୍ଢେଇ ନାଚ===
===ମୋଗଲ ତାମସା===
 
ଭଦ୍ରକ ପୌରାଣିକ ଯୁଗର ପୋଥିପତ୍ରରେ ଉଲ୍ଲିଖିତ ଏକ ପ୍ରାଚୀନ ସହର। ଓଡ଼ିଶାର ଉପକୂଳବର୍ତ୍ତୀ ଓ କୃଷିମୂଳକ ପ୍ରାଚୁର୍ଯ୍ୟ, ବାଣିଜ୍ୟ ଓ ପରମ୍ପରାକୁ ଭଦ୍ରକର ଦାନ ଆବୁଲ ଫାଜଲଙ୍କ ଆଇନ୍-ଇ-ଆକବରୀର ରଚନାଠାରୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ। ଏହାର ପ୍ରାଚୀନତା ଧାମନଗରର ସପ୍ତମ ଓ ଅଷ୍ଟମ ଶତାବ୍ଦୀର ବୌଦ୍ଧ ଅବଶେଷରୁ ଜଣାପଡ଼େ। କୁପାରି ପାଖର ଶାରୀ-ଶୁଆ ବୌଦ୍ଧ ଗୁମ୍ଫା, ପାଳିଆର ରହସ୍ୟମୟ ବିରଞ୍ଚି ନାରାୟଣ ମନ୍ଦିର କୋଣାର୍କର ସୂର୍ଯ୍ୟ ମନ୍ଦିର ପରି ଅନ୍ୟ ଏକ ସୂର୍ଯ୍ୟପୂଜା ପୀଠ। ଧାମନଗର ନିକଟସ୍ଥ ଗେଙ୍ଗୁଟି ନଦୀ କୂଳର ଗୋହୀରାଟିକିରି ଆଜି ବି ସ୍ୱାଧୀନତାପାଇଁ ଓଡ଼ିଆ ମାନଙ୍କର ଶେଷ ସଂଗ୍ରାମର ଚିହ୍ନ ବହନ କରେ, ଯେଉଁଠି ପରାସ୍ତ ରାଜା ମୁକୁନ୍ଦଦେବ ସନ ୧୫୬୮ ମସିହାରେ ଇହଲୀଳା ସମ୍ବରଣ କରିଥିଲେ।
==ଆଧାର==
 
{{ଆଧାର}}
୧୫୭୫ରେ ରାଜା ମାନସିଂହଙ୍କଦ୍ୱାରା ଆଫଗାନମାନେ ପରାସ୍ତ ହେଲାପରେ ମୁସଲିମ୍ ସମ୍ପ୍ରଦାୟର ଲୋକେ ଭଦ୍ରକରେ ଅବସ୍ଥାପିତ ହୋଇଥିଲେ। ମୋଗଲ ଶାସନ କାଳରେ ଭଦ୍ରକ ବଙ୍ଗର ନବାବଙ୍କ ଅଧୀନରେ ଥିଲା। ମୋଗଲ ସତ୍ତାର ଅବସାନ ପରେ ଏ ଅଞ୍ଚଳ ହିନ୍ଦୁ କ୍ଷତ୍ରିୟ ମାନଙ୍କର ଶାସନାଧୀନ ହୋଇଥିଲା।
ଇଂରେଜମାନେ ଓଡ଼ିଶା ଅଧିକାର କରିବା ପରେ ୧୮୦୪ରେ କଟକ ଓ ବାଲେଶ୍ୱରକୁ ଦୁଇଟି ପ୍ରଶାସନିକ ଖଣ୍ଡରେ ବିଭକ୍ତ କରାଯାଇଥିଲା। ୧୮୨୮ରେ ବାଲେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦିଆଯାଇଥିଲା, କିନ୍ତୁ ଭଦ୍ରକକୁ ଏକ ସବ୍-ଡିଭିଜନ୍ ବୋଲି ଘୋଷଣା କରାଗଲା। ଭଦ୍ରକରେ ସହାୟକ ମାଜିଷ୍ଟ୍ରେଟ୍ ବସୁଥିଲେ ବି ମୁନସିଫ କୋର୍ଟ ୧୯୦୧ ପର୍ଯ୍ୟନ୍ତ ଯାଜପୁରଠାରେ ଥିଲା।
 
ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ଭଦ୍ରକ ଏକ ଅଗ୍ରଣୀ ଭୂମିକା ନିଭାଇଥିଲା। ଗାନ୍ଧିଜୀଙ୍କ ଆହ୍ୱାନରେ ୧୯୨୦ ମସିହାର ଅସହଯୋଗ ଆନ୍ଦୋଳନ ସମୟରେ ଏଠାରେ ଲଗାତାର ବର୍ଷେକାଳ କଚେରୀ ବର୍ଜନ କରାଯାଇଥିଲା। ୧୯୨୧ ମସିହା ମାର୍ଚ ମାସର ଶେଷ ସପ୍ତାହ ବେଳକୁ ଲୋକମାନଙ୍କ ଦେଶପ୍ରେମ ଓ ସଂଗ୍ରାମ ପ୍ରତି ସ୍ପୃହାରେ ଅଭିଭୂତ ହୋଇ ଗାନ୍ଧିଜୀ ଭଦ୍ରକ ଆସିଥିଲେ। ୧୯୨୨ରେ କନିକାର ଐତିହାସିକ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା, ଯାହା ଅଳ୍ପସମୟପାଇଁ ଭଦ୍ରକରେ ଅବସ୍ଥାପିତ ହୋଇଥିବା ଇଂରେଜ ସେନା ବାହିନୀଙ୍କ ଚାପରେ ଧିମା ପଡ଼ିଯାଇଥିଲା, କିନ୍ତୁ ଚକ୍ରଧର ବେହେରାଙ୍କ ସଫଳ ନେତୃତ୍ୱରେ କନିକାର ଏଇ ବିଦ୍ରୋହ ବିଜୟଲାଭ କଲା। ୧୯୩୦ର ଆଇନ ଅମାନ୍ୟ ଆନ୍ଦୋଳନରେ ଭଦ୍ରକ ନିଜର ଦେଶପ୍ରେମ ଓ ବଳିଦାନର ପରିଚୟ ଦେଇଥିଲା। ଡଃ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ଏଇ ଆନ୍ଦୋଳନ ସରକାରଙ୍କ ଲୁଣ ଆଇନ୍ ଭଙ୍ଗ କରିଥିଲା ଓ ସରକାରଙ୍କ ସ୍ଥିତିକୁ ଦୋହଲାଇ ଦେଇଥିଲା। ମହାତ୍ମାଗାନ୍ଧୀ ଏହାଦ୍ୱାର ମୁଗ୍ଧ ହୋଇ ୧୯୩୪ରେ ପୁଣିଥରେ ଭଦ୍ରକ ଗସ୍ତ କରିଥିଲେ ଓ ମହତାବଙ୍କ ବାସ ଭବନରେ ରହିଥିଲେ। ସେତେବେଳେ ସେ ଜୀବରାମ ଆଶ୍ରମ (ନୂଆସାହି, ଆଶ୍ରମ, ଗାରଦପୁର)ର ହରିଜନମାନଙ୍କୁ ଭେଟିଥିଲେ। ଏ ସମୟରେ ଇରମ୍ର ବାଞ୍ଛାନିଧି ମହାନ୍ତି ନିଜର ଅଗ୍ନିବର୍ଷୀ, ଦେଶପ୍ରେମ ମୂଳକ ରଚନାଦ୍ୱାରା ଲୋକମାନଙ୍କୁ ଜାତୀୟତାର ଭାବନାରେ ଉଦ୍ବୁଦ୍ଧ କରୁଥିଲେ।
 
୧୯୪୨ର ଐତିହାସିକ ଭାରତଛାଡ଼ ଆନ୍ଦୋଳନରେ ଭଦ୍ରକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା। ମୂରଲୀଧର ପଣ୍ଡାଙ୍କ ନେତୃତ୍ୱରେ, ନିଧି ମହାଳିକ ଓ ଅନ୍ୟ ଆଠଜଣ ଦେଶପ୍ରେମୀଙ୍କଦ୍ୱାରା ୨୨ ସେପ୍ଟେମ୍ବର ୧୯୪୨ରେ ଲୁଣିଆ, କାଟସାହିରେ ଏହି ସଂଗ୍ରାମ ଭୟଂକର ରୂପନେଲା, ଯେଉଁଠି ଏମାନେ ଭାରତମାତାର ସ୍ୱାଧୀନତା ପାଇଁ ଆତ୍ମବଳି ଦେଇଥିଲେ। ସେଥିପାଇଁ ଏହି ଜାଗାକୁ ଯଥାର୍ଥରେ ଶହୀଦ ନଗର କୁହାଯାଏ। ୨୮ ସେପ୍ଟେମ୍ବର ୧୯୪୨ରେ ଇରମ୍ଠାରେ ଜାଲିଆନାୱାଲାବାଗ ପରି ଏକ ନିବୁଜ ସ୍ଥାନରେ ଦେଶର ସ୍ୱାଧୀନତାପାଇଁ ବ୍ରିଟିଶ ସରକାରଙ୍କ ଗୁଳି ବିଦ୍ଧ କରିଥିଲା ପାଖାପାଖି ୪୦ଜଣ ସଂଗ୍ରାମୀଙ୍କର ବକ୍ଷକୁ। ଭାରତଛାଡ଼ ଆନ୍ଦୋଳନରେ ଏ ଅଞ୍ଚଳର ଡଃ ହରେକୃଷ୍ଣ ମହତାବ, ମହମ୍ମଦ ହନିଫ୍, ମୂରଲୀଧର ଜେନା, ଗୋକୁଳାନନ୍ଦ ମହାନ୍ତି, ନୀଳମଣି ରାଉତରାୟ ଓ ଅନ୍ୟ ଅନେକ ସଂଗ୍ରାମୀମାନଙ୍କର ଭୂମିକା ଉଲ୍ଲେଖନୀୟ।
ସ୍ୱାଧୀନତାର ପରବର୍ତ୍ତୀ କାଳରେ ଭଦ୍ରକ ବହୁମୁଖୀ ଉନ୍ନତି ପଥରେ ଉତ୍ତରୋତ୍ତର ଅଗ୍ରଗତି କରିଚାଲିଛି। ଶିକ୍ଷା, ଶିଳ୍ପ, କୃଷି, ବାଣିଜ୍ୟ ଆଦି କ୍ଷେତ୍ରରେ ଭଦ୍ରକ ଏକବିଂଶ ଶତାବ୍ଦୀରେ ଏକ ଉଚ୍ଚତର ସ୍ଥାନରେ ପହଞ୍ଚି ପାରିଛି।
 
==ଜଳବାୟୁ==
{{climate chart
|Bhadrak
|15.5|28.3|12.4
|18.5|31.5|24.2
|22.2|34.9|24.2
|25.2|37.3|21.8
|26.6|37.9|55.5
|26.2|35.4|196.4
|25.2|31.7|325.3
|25.1|31.4|329.5
|24.8|31.7|287.6
|23.0|31.4|208.0
|18.7|29.8|37.4
|15.3|28.0|28.0
|source=[http://www.imd.gov.in/section/climate/bhubanashewar1.htm IMD]
|float=left
|clear=left
}}
 
==ସଂସ୍କୃତି==
 
ଦୀର୍ଘ ସାତଦିନବ୍ୟାପୀ ଚରମ୍ପାରେ ହେଉଥିବା କାଳୀପୂଜାପାଇଁ ଭଦ୍ରକ ପ୍ରସିଦ୍ଧ। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ମନ୍ଦିର ଭଦ୍ରକ ରେଳଷ୍ଟେସନଠାରୁ ପ୍ରାୟ ୧୦ କି.ମି.ଦୂରରେ ଅବସ୍ଥିତ। ଆରଡ଼ିର ପ୍ରସିଦ୍ଧ ଆଖଣ୍ଡଳମଣୀ ମନ୍ଦିର ଭଦ୍ରକଠାରୁ ୪୦ କି.ମି. ଦୂରରେ ଅବସ୍ଥିତ। ମୁସଲିମ୍ ସୁଫି ସନ୍ଥ ମୁଜାହିଦ୍-ଇ-ମିଲ୍ଲାତଙ୍କର ସମାଧୀ (ମଜ୍ଜାର) ଉଭୟ ଭଦ୍ରକ ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡଠାରୁ ୨୨କି.ମି.ଦୂର ଧାମନଗରଠାରେ ରହିଅଛି। ଆଉଜଣେ ସୁଫିସନ୍ଥ, ସୟଦ ନାସିମ ଅଖତାର କ୍ୱାଦ୍ରି ଓରଫ ସରକାର ବାବାଙ୍କ ମସଜିଦ୍ ଭଦ୍ରକ ପୌରପରିଷଦ ଇଲାକାରେ ଅବସ୍ଥିତ ଯାହା ଉଭୟ ଭଦ୍ରକ ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡଠାରୁ ୩କି.ମି.ଦୂରରେ ରହିଛି । ସେ ଜଣେ ଜୀବନ୍ତ ମହାପୁରୁଷ ଓ ପ୍ରତିଦିନ ହଜାର ହଜାର ଭକ୍ତ ତାଙ୍କ ଆଶୀର୍ବାଦ ପାଇବାପାଇଁ ଏଠାକୁ ଆସିଥାନ୍ତି। ଶିଖ୍ ଗୁରୁଦ୍ୱାରା ପୁରୁଣା ବଜାରରେ ଅବସ୍ଥିତ ଯାହା ଭଦ୍ରକ ମୁଖ୍ୟ ବଜାରଠାରୁ ୫ କି.ମ. ଦୂରରେ ଅବସ୍ଥିତ।
ଧାମରାର ମା ଧାମରେଇ ମନ୍ଦିର ଭଦ୍ରକଠାରୁ ୮୦ କି.ମି. ଦୂର। ଏଠାରେ ଭାରତୀୟ ରକ୍ଷା ଅନୁସନ୍ଧାନ ଓ ବିକାଶ ଅନୁଷ୍ଠାନ ରହିଛି ତଥା ଏଠାରୁ ଭିତର କନିକାର କୁମ୍ଭୀର ଚାଷ ପ୍ରକଳ୍ପକୁ ଯାଇହୁଏ।
 
ଭଦ୍ରକର କଦମ ରସୁଲ ମୁସଲମାନମାନଙ୍କପାଇଁ ପ୍ରମୁଖ ଆକର୍ଷଣର କେନ୍ଦ୍ର। ସନ୍ଥ ହଜରତ ମୁଜାହିଦ-ଇ-ମିଲାତଙ୍କ ଦରଗାଠାରୁ ୨ କି.ମି. ଦୂରରେ ଅବସ୍ଥିତ ଏଇ ସ୍ଥାନ ଜଗତିରେ ଅବସ୍ଥିତ। ଏଠାରେ ମସିହା ମହମ୍ମଦଙ୍କର କଦମ ରସୁଲ, ମୁ-ଇ-ମୁବାରକ ମସିହା ମହମ୍ମଦ, ପାଞ୍ଜା ମୁବାରକ ହଜରତ ମୌଲା ଅଲି, ଦୁପଟ୍ଟା ମୁବାରକ ଖତୁମ-ଇ-ଜନ୍ନତ, କଦମ ପାକ ହଜରତ ଗୌସ ଉଲ-ଆଜମ ଦସ୍ତେଗିରଙ୍କର ସ୍ମୃତି ଚିହ୍ନ ରହିଛି।
ପ୍ରତିବର୍ଷ ଇଦ୍-ମିଲାଦୁନ-ନବିରେ ଭଦ୍ରକର ମୁସଲିମମାନେ ମହିହା ମହମ୍ମଦଙ୍କର ଜୟନ୍ତୀକୁ ବଡ଼ ଧୁମଧାମରେ ପାଳନ କରିଥାନ୍ତି। ସେମାନେ ଶଙ୍କରପୁରର ଏକ ପଡ଼ିଆରେ ଏକତ୍ର ହୁଅନ୍ତି ଯାହାକୁ ମଦିନା ମୈଦାନ କୁହାଯାଏ। JIMNC (ଜସନ ଇ ଇଦ୍-ମିଲାଦୁନ-ନବି କମିଟି) ଏଇ ପବିତ୍ର ପର୍ବର ଆୟୋଜନର ଦାୟିତ୍ୱ ନେଇଥାଏ।
 
ଦୋଳପୂର୍ଣ୍ଣିମାରେ ଗୁଆଁମାଳ, ଲୁଣିଆ, କାଳିମେଘା, ତିହିଡ଼ି, ବ୍ରାହ୍ମଣୀଗାଁ, ପାଟରାଜପୁରରେ ମେଲଣ ବଡ଼ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଏ। ଭଦ୍ରକ, ତିହିଡ଼ି ଗୁଆଁମାଳରେ ରଥଯାତ୍ରା ମଧ୍ୟ ପାଳନ କରାଯାଏ।
 
==ଶିକ୍ଷା==
ଭଦ୍ରକର ଶିକ୍ଷାନୁଷ୍ଠାନ ଗୁଡ଼ିକ ହେଲେ ଭଦ୍ରକ ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି (BIET), ଭଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ ମହିଳା ମହାବିଦ୍ୟାଳୟ, ଜିଲ୍ଲାସ୍କୁଲ (ସ୍ଥାପିତ ୧୮୮୨), ଆର୍.ସି.ବି ହାଇସ୍କୁଲ, ଏନ୍.ସି. ହାଇସ୍କୁଲ, ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ ମନ୍ଦିର, ନୂଆ ବଜାର, ଭଦ୍ରକ ବାଳିକା ବିଦ୍ୟାଳୟ, ବୀଣାପାଣି ହାଇସ୍କୁଲ ଗୁଆଁମାଳ, ଏସ୍.ବି.ଏମ୍. ହାଇସ୍କୁଲ ଗାରଦପୁର ଇତ୍ୟାଦି ଅନେକ ପୁରାତନ ଶିକ୍ଷାନୁଷ୍ଠାନ ଏଠାରେ ରହିଛି। ଭଦ୍ରକ ହାଇସ୍କୁଲ, ଯାହା ୧୮୮୨ରେ ସ୍ଥାପିତ ହୋଇଥିଲା, ତାହା ଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବଙ୍କ ପରି ନେତା ମାନଙ୍କର ବିଦ୍ୟାୟତନ। ଦୁର୍ଗାପ୍ରସାଦ ସରାଫ ବିଦ୍ୟାପୀଠ, ହାପି ହୋମ ସ୍କୁଲ, ସନ ସାଇନ ମିସନ ସ୍କୁଲ, କାରମେଲ ସ୍କୁଲ, ସେଣ୍ଟ ଜାଭିଅର ସ୍କୁଲ ଆଦି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମଧ୍ୟ ଏହି ସହରରେ ରହିଛି।
ବୈଷୟିକ ଶିକ୍ଷାରେ ଜିଲ୍ଲାର ଅଗ୍ରଗତିର ନିଦର୍ଶନ ସ୍ୱରୂପ ଏଠାରେ ଗୋଟିଏ ଡିପ୍ଲୋମା କଲେଜ ସାଙ୍ଗକୁ ୬ଟି ଆଇ.ଟି.ଆଇ (ITI) (ଇଣ୍ଡଷ୍ଟ୍ରିୟାଲ ଟ୍ରେନିଂ ସେଣ୍ଟର) ମଧ୍ୟ ରହିଛି। ବି.ଏସ୍.ଇ.ଟି.ନାମକ ଏକ ନୂଆ ଡ଼ିପ୍ଲୋମା ସ୍କୁଲ ଅସୁରାଳିଠାରେ ଖୋଲାଯାଇଅଛି।
 
== ଭବିଷ୍ୟତ କାର୍ଯ୍ୟ ଯୋଜନା ==
ଭଦ୍ରକ ଜିଲ୍ଲାର ଧାମରାର ଚାରିଡ଼ିହାଠାରେ ଓଡ଼ିଶାର ପ୍ରଥମ ଜାହାଜ ତିଆରି କାରଖାନା ପ୍ରତିଷ୍ଠିତ ହେବାର ଅଛି। ଏହା ପୂର୍ବଭାରତେର ପ୍ରଥମ ପ୍ରାଇଭେଟ ସଂସ୍ଥା ହେବ। ଅପିଜୟ ସୁରେନ୍ଦ୍ର ଗ୍ରୁପ ଓ ଭାରତ ସିପୟାର୍ଡ ଲିମିଟେଡ୍ ଏହି ଆଧୁନିକତମ ଜାହାତ ତିଆରି କାରଖାନାକୁ ୨୨୦୦କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରି ମିଳିତ ଭାବେ ଗଢିବେ। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୯୦୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଅଟକଳ ହୋଇଛି। ଭଦ୍ରକରେ ୪୮୦୦ କୋଟି ଟଙ୍କାର ୧୧୦୦ ମେଗାୱାଟ୍ ଶକ୍ତି ସମ୍ପନ୍ନ କାରଖାନା ପ୍ରସ୍ତୁତି ପାଇଁ ବିଶାଖା ପ୍ରସ୍ତାବ ଦେଇଛି।
ୱେଲସ୍ପନ ପାୱାର ଏଣ୍ଡ ଷ୍ଟିଲ୍ ଲିଃ. ଧାମରାଠାରେ ଏକ ଲୌହ ପରିଶୋଧନ କେନ୍ଦ୍ର ପ୍ରତିଷ୍ଠା କରିବାର ପ୍ରସ୍ତାବ ଦେିଇଛନ୍ତି। ଏହି କମ୍ପାନୀ ଆଗରୁ ୬୧୦୩.୮୦ କୋଟି ଟଙ୍କାର ଏକ ଇଷ୍ପାତ କାରଖାନା ଟାଙ୍ଗୀଠାରେ ପ୍ରତିଷ୍ଠା କରିବାପାଇଁ ଆଗରୁ ମଞ୍ଜୁରି ପାଇ ସାରିଛନ୍ତି।
 
==ରାଜନୀତି==
ଭଦ୍ରକ ହେଉଛି ଲୋକ ସଭା ନିର୍ବାଚନ ମଣ୍ଡଳୀ (ନଂ.୭)। ବିଜୁ ଜନତା ଦଳର ଶ୍ରୀ ଅର୍ଜ୍ଜୁନ ସେଠୀ ହେଉଛନ୍ତି ଆଜିର ସାଂସଦ। ବିଜୁ ଜନତା ଦଳର ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ ହେଉଛନ୍ତି ରାଜ୍ୟ ବିଧାନ ସଭାରେ ଆଜିର ବିଧାୟକ, ଯିଏ ୨୦୦୯ର ନିର୍ବାଚନ ଜିତିଛନ୍ତି। ପୂର୍ବତନ ବିଧାୟକ (MLA)ମାନେ ହେଲେ ନରେନ ପଲେଇ, ଭାରତୀୟ ଜାତୀୟ କଂଗ୍ରେସ (୨୦୦୪), ପ୍ରଫୁଲ୍ଲ ସାମଲ, ବିଜୁ ଜନତା ଦଳ(୧୯୯୫ ଓ ୧୯୯୦), ଯୁଗଳ କିଶୋର ପଟ୍ଟନାୟକ (୧୯୮୫ ଓ ୧୯୮୦ରେ ଭାରତୀୟ ଜାତୀୟ କଂଗ୍ରେସ ) ଓ ରତ୍ନାକର ମହାନ୍ତି (୧୯୯୭ ଜନତା ପାର୍ଟି).<ref>{{cite web
|url = http://archive.eci.gov.in/March2004/pollupd/ac/states/s18/Partycomp19.htm
|title = State Elections 2004 - Partywise Comparison for 19-Bhadrak Constituency of ORISSA
|publisher = Election Commission of India
|accessdate = 2008-09-23
}}</ref>
 
Bhadrak is part of [[Bhadrak (Lok Sabha constituency)]].<ref>{{cite web
|url = http://archive.eci.gov.in/se2000/background/S18/Orissa_AC_Dist_PC.pdf
|title = Assembly Constituencies - Corresponding Districts and Parliamentary Constituencies of Orissa
|publisher = Election Commission of India
|accessdate = 2008-09-23
}}</ref>
 
==ଆଧାର==
{{ଓଡ଼ିଶାର ସହର}}
{{ଓଡ଼ିଶା}}
 
[[ଶ୍ରେଣୀ:ଅନୁଗୋଳ ଜିଲ୍ଲା]]
{{ଓଡ଼ିଶା-ମୁଣ୍ଡିଆ-ଛାଞ୍ଚ}}