"ଭଦ୍ରକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୧ କ ଧାଡ଼ି:
{{ତିଆରି ଚାଲିଛି}}
{{About| 'ଭଦ୍ରକ ସହର'| 'ଭଦ୍ରକ ଜିଲ୍ଲା' ପାଇଁ|ଭଦ୍ରକ ଜିଲ୍ଲା}}
'''ଭଦ୍ରକ''' [[ଭାରତ]]ର [[ଓଡ଼ିଶା]]ରେ ଥିବା [[ଭଦ୍ରକ ଜିଲ୍ଲା]]ର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର ।
== ନାମକରଣ ==
*ଭଦ୍ରକ ଶବ୍ଦ ଭଦ୍ରୌକଃ ଶବ୍ଦର ଅପଭ୍ରଂଶ। ‘ଭଦ୍ର’ (ମଙ୍ଗଳ ବା ଉତ୍ତମ) ଓ ‘ଓକଃ’ (ବାସସ୍ଥାନ) ଏଇ ଦୁଇଟି ଶବ୍ଦକୁ ମିଶାଇ ତିଆରି ହୋଇଥିବା ଶବ୍ଦ ହେଲା ଭଦ୍ରୌକଃ। ଏହାର ଉଚ୍ଚାରଣ ସୁଗମ ନ ହୋଇଥିବାରୁ କାଳକ୍ରମେ ଏହା ଭଦ୍ରକ ଶବ୍ଦରେ ପରିଣତ ହୋଇଛି।
*ଆକବରଙ୍କ ଶାସନ କାଳରେ ଓଡ଼ିଶା ଯେଉଁ ତିନିଟି ଡିଭିଜନରେ ବିଭକ୍ତ ହୋଇଥିଲା ତନ୍ମଧ୍ୟରୁ ‘ବୃଦରକ’ ହେଉଛି ଗୋଟିଏ। ସେହି ବୃଦରକ ଆଧୁନିକ ଭଦ୍ରକ ବୋଲି କେହି କେହି ମତ ଦେଇଥାନ୍ତି।
*ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ନାମାନୁସାରେ ଏହାର ନାମକରଣ ହୋଇଛି ବୋଲି ବିଶିଷ୍ଟ ସାହିତ୍ୟିକ [[ନିତ୍ୟାନନ୍ଦ ମହାପାତ୍ର]] ତାଙ୍କ ସନ୍ଦର୍ଭ ‘ଜନ୍ମ ଓ ଜନ୍ମଭୂମି’ରେ ଉଲ୍ଲେଖ କରିଛନ୍ତି।
*ଭଦ୍ରକସ୍ଥ ଚରମ୍ପା ଖ୍ରୀ.ପୂ.୪୪୦ରେ ଚମ୍ପାନଗର ନାମକ ସମୃଦ୍ଧିଶାଳୀ ରାଜ୍ୟରୂପେ ପରିଚିତ ଥିଲା। ସେଠାକର ଶାସକ ଥିଲେ [[ଜୈନ ଧର୍ମ]] ଅବଲମ୍ବୀ ରାଜା ଦଧିବାମନ। ମଗଧ ରାଜାଙ୍କର ସେନାପତି ଭଦ୍ରିକ ତାଙ୍କୁ ପରାସ୍ତ କରିଥିଲେ। ଭଦ୍ରିକଙ୍କ ନାମାନୁସାରେ ଏହି ଜାଗାର ନାମକରଣ ହୋଇଛି ବୋଲି ମଧ୍ୟ ଜଣାଯାଏ।<ref>[[ରାମନାରାୟଣ ରାୟ - ମା ଭଦ୍ରକାଳୀ]], ପୃଷ୍ଠା:୭୩</ref>
== ପରମ୍ପରା ==
=== ଜୈନ ଧର୍ମ ===
ଭଦ୍ରକର ସାଂସ୍କୃତିକ ପରମ୍ପରାର ଚିହ୍ନ [[ପାର୍ଶ୍ୱନାଥ]](ଖ୍ରୀ.ପୂ.୮୨୦-୭୫୦)ଙ୍କ ସମୟରୁ ମିଳିଥାଏ। [[ପାର୍ଶ୍ୱନାଥ]] ଧର୍ମପ୍ରଚାର ପାଇଁ କୋପକଟକ ବା ଆଧୁନିକ[[କୁପାରୀ]]କୁ ଆସିଥିଲେ। <ref>[[ଡଃ ଦ୍ୱିଜେନ୍ଦ୍ର କୁମାର ବେହେରା, ‘ଯୁଗେ ଯୁଗେ ଭଦ୍ରକ’, ସ୍ମରଣିକା ଭଦ୍ରକ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ]], ପୃଷ୍ଠା:୭୧</ref>
ଚରମ୍ପା ଅନ୍ତର୍ଗତ ରହଣିଆର ବଡ଼ ପୋଖରୀ ଚାରି ପାଖରେ [[ଚବିଶ ତୀର୍ଥଙ୍କର]]ଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିଲା। ସେହି ମୂର୍ତ୍ତିଗୁଡ଼ିକ ମଧ୍ୟରୁ [[ଅଜିତନାଥ]], [[ଶାନ୍ତିନାଥ]], [[ଋଷଭନାଥ]] ଓ [[ବର୍ଦ୍ଧମାନ ମହାବୀରଙ୍କ]] ମୂର୍ତ୍ତି ବର୍ତ୍ତମାନ [[ଓଡ଼ିଶା ରାଜ୍ୟ ସଂଗ୍ରହାଳୟ]]ରେ ସଂରକ୍ଷିତ। ତେବେ ଏ ପୋଖରୀ କୂଳରେ ଏବେ ମଧ୍ୟ [[ପାର୍ଶ୍ୱନାଥ]]ଙ୍କର ମୂର୍ତ୍ତି ଦେଖିବାକୁ ମିଳେ।<ref>[[ପଣ୍ଡିତ ନୀଳମଣି ମିଶ୍ର, ‘ଅଜ୍ଞାତ ଅଧ୍ୟାୟର ବୈଜ୍ଞାନିକ ବିଶ୍ଳେଷଣ : ଜୈନ ଓ ବୌଦ୍ଧ ପୀଠ’ ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି]], ପୃଷ୍ଠା:୧୬</ref>
=== ବୌଦ୍ଧ ଧର୍ମ ===
ଭଦ୍ରକ ଅନ୍ତର୍ଗତ [[ଧାମନଗର]]ର ମୂଳନାଆଁ ଧମ୍ମନଗର। [[ଧମ୍ମ]] ହେଉଛି [[ବୌଦ୍ଧ ଧର୍ମ]]ରେ [[ଧର୍ମ]]ର ପର୍ଯ୍ୟାୟବାଚୀ। ସେ ସମୟର ପ୍ରସିଦ୍ଧ ବୌଦ୍ଧପୀଠର [[ଖଡ଼ିଆଳ]] ଅଞ୍ଚଳରୁ ସଂଗୃହିତ ବିଶାଳ [[ବୁଦ୍ଧ]]ମୂର୍ତ୍ତି ଏବେ [[ଓଡ଼ିଶା ରାଜ୍ୟ ସଂଗ୍ରହାଳୟ]]ରେ ରହିଛି।<ref>[[ପଣ୍ଡିତ ନୀଳମଣି ମିଶ୍ର, ‘ଅଜ୍ଞାତ ଅଧ୍ୟାୟର ବୈଜ୍ଞାନିକ ବିଶ୍ଳେଷଣ : ଜୈନ ଓ ବୌଦ୍ଧ ପୀଠ’ ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି]], ପୃଷ୍ଠା:୩୮</ref>
ଭଦ୍ରକର ବାଉଦପୁର ନାଁ ବୌଦ୍ଧରୁ ଆସିଛି। ଧାମନଗରର ମୁସଲମାନ ବସ୍ତିସ୍ଥିତ ମନ୍ତ୍ରବାସୁଳି ବୌଦ୍ଧଧର୍ମର ଅବଲୋକିତେଶ୍ୱର ବୋଲି କେହି କେହି ମତ ଦିଅନ୍ତି।<ref>[[ପଣ୍ଡିତ ନୀଳମଣି ମିଶ୍ର, ‘ଅଜ୍ଞାତ ଅଧ୍ୟାୟର ବୈଜ୍ଞାନିକ ବିଶ୍ଳେଷଣ : ଜୈନ ଓ ବୌଦ୍ଧ ପୀଠ’ ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି]], ପୃଷ୍ଠା:୧୯</ref>
=== ମୋଗଲ ଓ ମରହଟ୍ଟା ପ୍ରଭାବ ===
ସେହିପରି ଜାନୁଗଞ୍ଜ [[ମରହଟ୍ଟା]] ଶାସକ [[ଜାନୋଜୀ]]ଙ୍କ ନାଁରୁ ଆସିଛି ବୋଲି କେତେକ ଗବେଷକ ମତ ଦିଅନ୍ତି।<ref>[[ଡଃ ଦ୍ୱିଜେନ୍ଦ୍ର କୁମାର ବେହେରା, ‘ଯୁଗେ ଯୁଗେ ଭଦ୍ରକ’, ସ୍ମରଣିକା ଭଦ୍ରକ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ]], ପୃଷ୍ଠା:୭</ref>
[[ମୋଗଲ]] ଓ [[ମରହଟ୍ଟା]] ଶାସକମାନେ ସେମାନଙ୍କ ଶାସନ କାଳରେ ଭଦ୍ରକରେ ଅନେକ ଜନ ହିତକର କାର୍ଯ୍ୟ କରିଥିଲେ। [[ଇନ୍ଦୋର]]ର ରାଣୀ [[ଅହଲ୍ୟାବାଈ]] [[ପୁରୀ]] ଯାତ୍ରା କରିବାବେଳେ ଗୋସେଇଁ ଶାଶୁଙ୍କ ନିମିତ୍ତ ଏକ ବଡ଼ ପୋଖରୀ ଖୋଳାଇଥିଲେ। ଏହାକୁ ରାଣୀ ତଲାୱ କୁହାଯାଉଥିଲା। ଭଦ୍ରକ ନିକଟସ୍ଥ ଏବେକାର [[ରାଣୀତାଲ]] ସେହି ରାଣୀତଲାୱରୁ ଆସିଛି।
[[ଧାମନଗର]]ରେ ମହହଟ୍ଟା ଶାସକ ଜଗୁ ପଣ୍ଡିତଙ୍କ ନାମାନୁସାରେ ଜଗୁସାଗର ପୋଖରୀ ରହିଅଛି।<ref>[[ଡଃ ଦ୍ୱିଜେନ୍ଦ୍ର କୁମାର ବେହେରା, ‘ଯୁଗେ ଯୁଗେ ଭଦ୍ରକ’, ସ୍ମରଣିକା ଭଦ୍ରକ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ]], ପୃଷ୍ଠା:୭</ref>
=== ହିନ୍ଦୁ ଧର୍ମ ===
[[ମିର୍ଜାପୁର]] ଓ [[ଛଡ଼ାକ]] ମହଲାରେ ରାଜା [[ପୁରୁଷୋତ୍ତମ ଦେବ]]ଙ୍କ ମନ୍ତ୍ରୀ [[ବିଦ୍ୟାଧର]] ଖୋଳାଇଥିବା ପୋଖରୀ ତାଙ୍କ ନାମାନୁସାରେ ବିଦ୍ୟାଧର ପୋଖରୀ ବୋଲି ପରିଚିତ।
୧୫୧୪ ଖ୍ରୀଷ୍ଟାବ୍ଦରେ [[ଶ୍ରୀଚୈତନ୍ୟ]] [[ପୁରୀ]]ରୁ ପ୍ରତ୍ୟାବର୍ତ୍ତନ କରି ବିଦ୍ୟାବାଚସ୍ପତି ନାମକ ଜଣେ ଧର୍ମଯାଜକଙ୍କ ଘରେ ପାଞ୍ଚଦିନ ଅବସ୍ଥାନ କରିଥିଲେ। ଏହି ସନ୍ଥଙ୍କ ମନେ ପକାଇବାପାଇଁ ଗାଁଟିର ନାମ [[ସନ୍ଥିଆ]] ହୋଇଛି। ସେ ଛାଡ଼ିଯାଇଥିବା କନ୍ଥାଟିକୁ ଶ୍ରଦ୍ଧାଳୁମାନେ ଏବେବି ସେହି ଗାଁରେ ରଖି ପୂଜା କରୁଛନ୍ତି। ଶ୍ରୀଚୈତନ୍ୟଙ୍କ ପାଦୁକା ନିକଟସ୍ଥ [[କୁଆଁସ]] ଗ୍ରାମରେ ଏବେ ବି ପୂଜା ପାଉଛି। ଏହା ଏ ଅଞ୍ଚଳର ଲୋକମାନଙ୍କର ସାଧୁ ସନ୍ଥମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନଭାବର ନିଦର୍ଶନ।<br />
୧୮୬୪ ଖ୍ରୀଷ୍ଟାବ୍ଦରେ [[ପୁରୀ]] [[ରାମାନୁଜ ମଠ]]ର ମହନ୍ତଙ୍କ ଶିକ୍ଷାଗୁରୁ ରାମାୟଣ ଦାସ [[ବୃନ୍ଦାବନ]] ଯିବା ବାଟରେ [[ସାଳନ୍ଦୀ]] ନଦୀ କୂଳରେ ଭକ୍ତମାନଙ୍କ ଭକ୍ତି ଦେଖି ବିହ୍ୱଳ ହୋଇ ଯାଇଥିଲେ। ତାଙ୍କ ପାଇଁ ମହନ୍ତେ ସେଠାରେ ସଦାବର୍ତ୍ତ ମଠ ସ୍ଥାପନ କରିଥିଲେ। <br />
୧୮୮୮ ଖ୍ରୀଷ୍ଟାବ୍ଦ ନଭେମ୍ବର ୨୦ ତାରିଖରେ ମା [[ସାରଦା ଦେବୀ]] ଜଳପଥରେ [[ଚାନ୍ଦବାଲି]] ଆସିଥିଲେ। ପୁନର୍ବାର ୧୯୧୦ରେ ସେ [[ରାମେଶ୍ୱର]] ଯିବା ବାଟରେ ଭଦ୍ରକର [[କୋଠାର]]ଠାରେ ଦୁଇମାସ ଅବସ୍ଥାନ କରିଥିଲେ।
=== ଶିଖ ଧର୍ମ ===
ଷୋଡ଼ଶ ଶତାବ୍ଦୀରେ ଗୁରୁ [[ନାନକ]] ପୁରୀ ଯିବା ବାଟରେ ଭଦ୍ରକରେ ଅବସ୍ଥାନ କରି ସଂଘ (ସଙ୍ଘତ)ରେ ଭାଗ ନେଇଥିଲେ। ତଦନୁସାରେ ସେ ଅଞ୍ଚଳକୁ ସଂଗତ କହିବା ସହିତ [[ନାନକ ଡ଼ିହି]] ବୋଲି ମଧ୍ୟ କୁହାଯାଏ। ଏଠାରେ ଏକ [[ଗୁରୁଦ୍ୱାରା]] ମଧ୍ୟ ସ୍ଥାପନା କରା ଯାଇଅଛି।
=== ମୁସଲମାନ ଧର୍ମ ===
୧୫୭୫ ଖ୍ରୀଷ୍ଟାବ୍ଦ ଅପ୍ରେଲ ୧୨ ତାରିଖରେ [[ଆକବର]] ଭଦ୍ରକକୁ ଏକ ସ୍ୱତନ୍ତ୍ର ଡିଭିଜନ (ସର୍କାର) ହିସାବରେ ଘୋଷଣା କରିଥିଲେ। [[କଟକ]] ଡିଭିଜନଟି [[ଦାଉଦ]]ଙ୍କ ଅକ୍ତିଆରରେ ଥିଲାବେଳେ ଭଦ୍ରକ ଓ [[ବାଲେଶ୍ୱର]] ଡିଭିଜନ [[ମୋଗଲ]]ଙ୍କ ଅଧୀନରେ ଥିଲା। [[ତୋଦରମଲ୍ଲ]] ଭଦ୍ରକରେ ଛାଉଣି ପକାଇ ବନ୍ଦୋବସ୍ତ କାର୍ଯ୍ୟ ଚଳାଇଥିଲେ। [[ଆଉରଙ୍ଗଜେବ]]ଙ୍କ ସମୟରେ କଦମ୍ବବେଡ଼ା (କୁଆଁସ)ରେ ଇଦ୍​ଗାହ ନିର୍ମାଣ ହୋଇଥିଲା।
==ଧର୍ମୀୟ ଚେତନା==
*ଭଦ୍ରକର ଭଦ୍ରକାଳୀ ମନ୍ଦିର, ଭଦ୍ରକର ମୁଖ୍ୟ ଶକ୍ତିପୀଠ।
*ଆରଡ଼ିସ୍ଥିତ ଆଖଣ୍ଡଳମଣୀ ମନ୍ଦିର, ଭଦ୍ରକର ମୁଖ୍ୟ ଶୈବପୀଠ।
*ପାଳିଆ ବିନ୍ଧାସ୍ଥିତ ବିରଞ୍ଚି ନାରାୟଣ ସୂର୍ଯ୍ୟ ମନ୍ଦିର ଭଦ୍ରକର ସୂର୍ଯ୍ୟୋପାସନାର ଏକ ପ୍ରସିଦ୍ଧ କ୍ଷେତ୍ର। କୁହାଯାଏ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବାପାଇଁ ଏଠାରେ ସୂର୍ଯ୍ୟଙ୍କୁ ଉପାସନା କରିଥିଲେ। ସେଇ ବିଶ୍ୱାସର ନିଦର୍ଶନ ସ୍ୱରୂପ ଅଗିରା ପୁନେଇଁ ପରଦିନ ଏଠାରେ ଗୁଣ୍ଡୁଣିଯାତ୍ରା ଅନୁଷ୍ଠିତ ହୁଏ। ଚର୍ମରୋଗରୁ ରକ୍ଷାକରିବାକୁ ଲୋକେ ଠାକୁରଙ୍କୁ ଫୁଲଛତା ଓ ଫୁଲବିଞ୍ଚଣା ଦେଇ ପ୍ରାର୍ଥନା କରିଥାନ୍ତି। ଏଠି ସୂର୍ଯ୍ୟନାରାୟଣଙ୍କ ବିଗ୍ରହ ଚତୁର୍ମୂଖ ହୋଇଥିବାରୁ କେହି କେହି ଏହାଙ୍କୁ ବ୍ରହ୍ମା ବୋଲି କହିଥାନ୍ତି। ସମଗ୍ର ଭାରତରେ ଏମିତି ମନ୍ଦିର ବିରଳ।
*ଧାମରାର ଧାମୁରେଇ ମନ୍ଦିର ଶାବରୀ ସଂସ୍କୃତିର ସ୍ମୃତି ବହନ କରେ।
*ଏହାଛଡ଼ା ଦପାନାହାକାଣି ମନ୍ଦିର, କାଉପୁରର ସୀତାକୁଣ୍ଡ, ମଠସାହିର ଦକ୍ଷିଣେଶ୍ୱର ମନ୍ଦିର, ବାସୁଦେବପୁର ଥାନା ଅନ୍ତର୍ଗତ ପଢ଼ୁଆଁ ଗ୍ରାମରେ ଅଷ୍ଟଭୂଜା ଦୁର୍ଗାମଣ୍ଡପ, ବାସୁଦେବପୁରର ପ୍ରସନ୍ନଦେବ ଜୀଉ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଚରମ୍ପାର ହନୁମାନ ସାହି, ଏରେଇଁ ଓ ସାହାପୁରସ୍ଥିତ ହନୁମାନ ମନ୍ଦିର, ଆଦି ଭଦ୍ରକ ଅଞ୍ଚଳର ଧର୍ମ ଭାବନାର ବାର୍ତ୍ତା ବାହକ।
*ଭଦ୍ରକର କୁଆଁସଗ୍ରାମସ୍ଥ ଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଯେ ଏହାକୁ ଲସ୍ ଏଞ୍ଜେଲସ୍​ର ଜୁଲିଆନ ପାର୍କର ନାମକ ଜଣେ ଅଣହିନ୍ଦୁ ବିଦେଶୀ ଏହାକୁ ସ୍ଥାପନ କରିଛନ୍ତି। ଜୁଲିଆନ ଆତ୍ମତତ୍ତ୍ୱ ଦାସ ଓ ମାଳିନୀ ଦାସଙ୍କର ପାଳିତ ପୁତ୍ର ହୋଇଥିଲେ। ଭାରତକୁ ଆସିବା ପରେ ସେ ଜାହ୍ନବୀ ନିତାଇ ଦାସ ନାମରେ ପରିଚିତ ହୋଇଥିଲେ। ପୁରୀ ଶ୍ରୀମନ୍ଦିରରେ ଅଣହିନ୍ଦୁମାନଙ୍କର ପ୍ରବେଶ ନିଷେଧ ହୋଇଥିବାରୁ ସେ ଏଠାରେ ୧୬ଫୁଟ ଉଚ୍ଚର ଜଗନ୍ନାଥ, ୧୫ ଫୁଟ ଉଚ୍ଚର ବଳଭଦ୍ର ଓ ୭ ଫୁଟ ଉଚ୍ଚର ସୁଭଦ୍ରା ବିଗ୍ରହ ବୈଦିକ ରୀତିରେ ୨୦୦୫ ମସିହା ମେ ୨୨ରେ ସ୍ଥାପନ କରାଇଥିଲେ। ଅଦ୍ୟାବତ୍ ସେହି ବିଗ୍ରହମାନେ ସେହି ମନ୍ଦିରରେ ଯଥାବିଧି ପୂଜିତ ହେଉ ଅଛନ୍ତି।
*ଓଡ଼ିଶାର ଭାଗବତ ଟୁଙ୍ଗୀ ପରମ୍ପରା ଅବଲୁପ୍ତ ହେଇଆସୁଥିଲା ବେଳେ ଏଠାକାର କିସ୍ମତ କୃଷ୍ଣପୁର ଗ୍ରାମରେ ଏ ପରମ୍ପରା ଏବେବି ଜୀବିତ ଅଛି।
*ଗୋପାଳ ସମ୍ପ୍ରଦାୟର ରାଧାକୃଷ୍ଣ ଉପାସନା ଓ ଲଉଡ଼ି ଖେଳ
==ଆଧାର==
{{ଆଧାର}}
 
==ଆଧାର==
"https://or.wikipedia.org/wiki/ଭଦ୍ରକ"ରୁ ଅଣାଯାଇଅଛି