"ଦୋହାକୋଷ ଓ ବୌଦ୍ଧ ଗାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୫ କ ଧାଡ଼ି:
ଦୋହାକୋଷ ଓ ବୌଦ୍ଧଅପଭ୍ରଂଶ ସାହିତ୍ୟ ସମ୍ଭନ୍ଧରେ ଡ. ସହିଦୁଲା.<ref> ସହିଦୁଲା. ''Les chants Mystique de Kanha et de Saraha''</ref> ଗ୍ରନ୍ଥରେ ଆଲୋଚିତ ବିଷୟ ଓ ଡ. ପ୍ରବୋଧଚନ୍ଦ୍ର ବାଗଚିଙ୍କର ତିଲୋପା ଓ ସହରପାଙ୍କର ସମ୍ବନ୍ଧୀୟ ଦୋହଗୁଡ଼ିକର ଆଲୋଚନା କରାଯାଇଛି ।<ref>ଡ. ପ୍ରବୋଧଚନ୍ଦ୍ର ବାଗଚି</ref> ଦୋହାକୋଷ ମଧ୍ୟରେ ସରହପାଦ ଓ କାହ୍ନୁପାଦଙ୍କର ଦୋହକୋଷ ପ୍ରଧାନ ।
ସରହପାଦ ଓ କାହ୍ନୁପାଦ
ପ୍ରାଚୀନତମ ଦୋହାକାର ସରୋରୁହବଜ ବା ପଦ୍ମବଜଙ୍କର ଜନ୍ମ ୮ମ ଶତକରେ ହୋଇଥିଲା । ସରୋରୁହବଜ ସରହପା ନାମରେ ଜଣା । ସେ ପ୍ରସିଦ୍ଧ ବୌଦ୍ଧ ଗ୍ରନ୍ଥ ବଜତନ୍ତ (ବଜ୍ରତନ୍ତ୍ର)ର ଲେଖକ ଥିଲେ । ଐତିହାସିକ ବିବରଣୀରୁ ଜଣାଯାଇଥାଏ ଯେ ସେ [[ଉଡିଆନଓଡ଼ିଆଣ]] ବା ଓଡ଼ିଶାବାସୀ ସିଦ୍ଧ ଆଧକ ଥିଲେ । ସରହପାଦ [[ଓଡ଼ିଶା]] ଆସି [[ମନ୍ତଜାନ]] (ମନ୍ତ୍ରଯାନ) ଶିକ୍ଷା କରିଥିଲେ ଓ [[ମହାରାଷ୍ଟ୍ର]] ଯାଇ ସେଠାରେ ସିଦ୍ଧାଚାର୍ଯ୍ୟ ଭାବରେ ପରିଚିତ ହୋଇଥିଲେ । ସରହପାଙ୍କ ବହୁ ତନ୍ତ୍ର ଗ୍ରନ୍ଥର ବିବରଣୀ ତେଙ୍ଗୁର ଗ୍ରନ୍ଥମାଳାରେ ମିଳିଥାଏ । ଆଶ୍ଚର୍ଯ୍ୟାଚର୍ଯାଚୟରେ ଏହାଙ୍କର ଚାରିଗୋଟି ଗୀତ ଦେଖାଯାଇଥାଏ । <ref>ଆଶ୍ଚର୍ଯ୍ୟାଚର୍ଯାଚୟ. ପଦ – ୨୨, ୩୨, ୩୮, ୩୯</ref>
 
ବୌଦ୍ଧଗାନର ଅନ୍ୟତମ କବି ହେଉଛନ୍ତି [[କାହ୍ନୁପା]] ବା [[କାହ୍ନୁପାଦ]] । ସେ [[କୃଷ୍ଣବଜ]] ([[କୃଷ୍ଣବଜ୍ର]]) ନାମରେ ମଧ୍ୟ ନାମିତ । ତେଙ୍ଗୁର ଗ୍ରନ୍ଥ ତାଲିକାରେ ଦୁଇଜଣ କୃଷ୍ଣାଚାର୍ଯ୍ୟ ଥିଲେ ବୋଲି ଜଣାଯାଇଥାଏ । ବୟସରେ ବଡ଼ କୃଷ୍ଣାଚାର୍ଯ୍ୟ [[ଓଡ଼ିଶା]]ର ଅଧିବାସୀ ଥିଲେ । ସୁମ୍ପା ରଚିତ ପାଗ-ସାମ-ଜୋଁ-ଜାଁ ପୋଥିରେ ସେ କାହ୍ନ ଭାବରେ ପରିଚିତ । ଏହି ପୋଥିର ବର୍ଣ୍ଣନା ଅନୁସାରେ ସେ ଏକ ଓଡ଼ିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ନାଥସଂପ୍ରଦାୟର ପ୍ରଧାନ ଗୁରୁ ଜାଳନ୍ଧରି-ପାଦଙ୍କ ଦେଇ ଦୀକ୍ଷିତ ହୋଇଥିଲେ । <ref>ଓଡ଼ିଶାରେ ନାଥସମ୍ପ୍ରଦାୟ ଓ ନାଥ ସାହିତ୍ୟ</ref> କୃଷ୍ଣାଚାର୍ଯ୍ୟଙ୍କ ନାମରେ ୫୭ ଖଣ୍ଡ ବୌଦ୍ଧତାନ୍ତ୍ରିକ ପୋଥିର ପରିଚୟ ମିଳିଥାଏ । ତାଙ୍କର ଚର୍ଯାଚର୍ଯ୍ୟବିନିଶ୍ଚୟରେ ୧୧ଗୋଟି ଚର୍ଯା ରହିଅଛି ।