"ଭୀମ ଭୋଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୩ କ ଧାଡ଼ି:
'''ଭୀମ ଭୋଇ''' କେବଳ [[ଓଡ଼ିଶା]]ର ନୁହେଁ, ମଧ୍ୟଯୁଗର ସମଗ୍ର [[ଭାରତ]]ବର୍ଷର କବିମାନଙ୍କ ମଧ୍ୟରେ ଏକ ଉଜ୍ଵଳ ରତ୍ନ । ସେ ଜଣେ ସନ୍ଥ-କବି ଭାବରେ ପରିଚିତ ଥିଲେ । ତାଙ୍କର ରଚନା ସବୁରେ ମାନବ ଧର୍ମ, ଦର୍ଶନ ଓ ଜୀବନ ଓ କାମ କରିବାର ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣନା କରାଯାଇଅଛି । କନ୍ଧ ସମ୍ପ୍ରଦାୟର ଏକ ଆଦିବାସୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । କୁହାଯାଏ ଯେ ବସନ୍ତ ରୋଗରେ ପୀଡିତହୋଇ ସେ ବାଲ୍ୟାବସ୍ଥାରେ ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ସମ୍ପୂର୍ଣ୍ଣ ନିରକ୍ଷର ଥିବା ଯୋଗୁଁ ଅନ୍ୟାନ୍ୟ କବିମାନଙ୍କ ରଚନା ତାଙ୍କୁ ପ୍ରଭାବିତ କରିପାରିନଥିଲା । ସେ ନିଜର ସହଜାତ ପ୍ରତିଭା ବଳରେ ହିଁ ଏକ ସ୍ଵତନ୍ତ୍ର ଶୈଳୀରେ ସମଗ୍ର କବିତାବଳୀ ରଚନା କରିଛନ୍ତି । ସେ ସମୟରେ ଅନ୍ୟାନ୍ୟ କବିମାନଙ୍କ ଦ୍ଵାରା ତରୁଣ ତରୁଣୀଙ୍କ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଇତ୍ୟାଦି ବିଷୟରେ କବିତାମାନ ରଚିତ ହୋଇଥିବା ବେଳେ ଭୀମ ଭୋଇଙ୍କ ରଚନା ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିଥିଲା । ତାଙ୍କର ଭଜନ, ଜଣାଣ ଓ ଗୀତ ମାଧ୍ୟମରେ ସେ [[ମହିମା ଧର୍ମ]]ର ପ୍ରଚାର କରି ନିକଟ ଭବିଷ୍ୟତରେ ଏକ ସ୍ଵଚ୍ଛ, ସୁନ୍ଦର ଏବଂ ସତ୍ୟନିଷ୍ଠ ସମଜର ପ୍ରତିଷ୍ଠା ନିମନ୍ତେ ପ୍ରାର୍ଥନା କରିଛନ୍ତି । ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁ ଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ସେ ଖୁବ୍ ସରଳ ଓ ନିରାଡାମ୍ବର ଭାବରେ ଜୀବନ ଯାପନ କରି ମାନବ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କ ରଚନା ଅନୁଯାୟୀ କୌଣସି ଏକ ମହିମା ଗୋସାଇଁ ତାଙ୍କୁ [[ମହିମା ଧର୍ମ]] ବା ଅଲେଖ ଧର୍ମର ପ୍ରଚାର କରିବାପାଇଁ ଆଦେଶ ଦେଇଥିଲେ । ମହିମା ଗୋସାଇଁଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ସେ ଖଲିଆପାଲି ଠାରେ ରେ [[ସତ୍ୟ ମହିମା ଧର୍ମ]]ର ବିକାଶରେ ମୁଖ୍ୟ ଭୂମିକା ନିଭାଇଥିଲେ । ଏବେ ମଧ୍ୟ [[ଓଡ଼ିଶା]] ଓ [[ଓଡ଼ିଶା]] ବାହାରେ ହଜାର ହଜାର ଲୋକ [[ମହିମା ଧର୍ମ]] ଦିକ୍ଷା ଗ୍ରହଣ କରିଛନ୍ତି ।

==ମାନବତାବାଦୀ ଚିଂତାଧାରାଚିନ୍ତାଧାରା==
ସଂଥକବିଂକରସନ୍ଥକବିଙ୍କର ମାନବତାବାଦୀ ଚିଂତାଧାରାଚିନ୍ତାଧାରା ତାଂକରତାଙ୍କରର ନିମ୍ନସ୍ଥ ରଚନାରୁ ସଫା ବାରିହୁଏ।ବାରିହୁଏ ।

ଯେସନେକ ଜଳ ପବନର ଭେଦ ନାହିଁ,

ପୁରୁଷ ଯେତିକି ଯିବ ସ୍ତିରୀ ଯିବ ତହିଁ।ତହିଁ ।

ଯେସନେ ମାଟି ପଥର ସର୍ଜିଲା ଦଇବ,

ଏମାନଂକୁ ଭିନ୍ନାଭିନ୍ନ କରି କେ କହିବ।କହିବ ।

ଯେସନେକ କ୍ଷୁଧାତୃଷା ଛଂତିଛନ୍ତି ବେନି ମୂର୍ତୀ,

ଏକା ପାଖୁଡା ଗୋଟିକ ହୃଦେ ଫଳିଛଂତି।ଫଳିଛନ୍ତି ।

ସେହିରୂପେ ପତିପତ୍ନୀ ଏକ ବ୍ରହ୍ମେ ଜାତ,

ଭିନ୍ନାଭିନ୍ନ ଯେ କରିବ କୁଳ ଯିବ ହତ।ହତ ।

ଗୁରୁ ଦୁଆରକୁ ସର୍ବେ ଅଟଂତିଅଟନ୍ତି ସମାନ,

ସ୍ତିରୀ ବା ପୁରୁଷ ତହିଁ ନାହିଁ ବଡସାନ।ବଡ଼ସାନ ।

==ଟୀକା==
"https://or.wikipedia.org/wiki/ଭୀମ_ଭୋଇ"ରୁ ଅଣାଯାଇଅଛି