"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୯୮ କ ଧାଡ଼ି:
ଆପଣ ନୂଆ ଲେଖାଟିଏ ଲେଖିବା ବେଳେ ଟିକେ ଲେଖାର ମାନ ଓ ତଥ୍ୟସବୁ ଠିକ ଅଛି କି ନାଁ ଦେଖିନେବେ, ଯାହା ଲେଖାଟିକୁ ପଢିବାଯୋଗ୍ୟ କରିବ । ଉଇକିପିଡ଼ିଆରେ ଲେଖାସବୁ ଥରକରେ ଠିକ ହୁଏନାହିଁ, ଅନେକ ଥର ବଦଳ ହେବା ପରେ ଯାଇ ପୁରା ଠିକ ଲେଖାଟିଏ ମିଳେ । ତେଣୁ ଆପଣଙ୍କୁ ଅନୁରୋଧ, ଉଇକିପିଡ଼ିଆର ଏହି ଲେଖାରେ ଭାଗ ନିଅନ୍ତୁ, ଆଉ ଲେଖାର ଭୁଲ ସବୁ ସୁଧାରିବାରେ ଭାଗ ନିଅନ୍ତୁ । ଅନେକ ଲୋକଙ୍କ ଦ୍ଵାରା ଲେଖାଗଲେ ଲେଖାରେ ଥିବା ଭୁଲସବୁ ସୁଧୁରିଯିବ ଓ ଶେଷରେ ପୁରା ଠିକ ଲେଖାଟିଏ ପଢ଼ାଳିମାନଙ୍କ ପାଖକୁ ଆସିବ । ଆଉ ଉଇକିପିଡ଼ିଆରେ ଲେଖାସବୁ ଢେର ଶିଘ୍ର ଉଇକିଆଳିଙ୍କ ଦ୍ଵାରା ପଢ଼ା ଓ ବଦଳାଯାଏ, ତେଣୁ ଆପଣଙ୍କ ଲେଖାଟି ୫ ମିନିଟ ଭିତରେ ପୁରୁଣା ହୋଇଯାଇଥିବ ଓ ବଦଳା ଯାଇସାରିଥିବ ।
 
==ଉଇକିପିଡ଼ିଆ ଭଳି ଖୋଲା ଭାଷାକୋଷରଜ୍ଞାନକୋଷର ଭଲ ମନ୍ଦ ଗୁଣ ସବୁ କଣ ? ==
ଉଇକିପିଡ଼ିଆରେ ଥିବା ଲେଖା ସବୁ ବହୁ ଉତ୍ସାହି ଲୋକଙ୍କ ସହଯୋଗରେ ବଢେ । ଉଇକିର ଯେକୌଣସି ପ୍ରସଙ୍ଗ ଧରିନିଆଯାଉ,ଏହା ବିଷୟରେ କିଛି ଲୋକଙ୍କୁ ବହୁତ ଜଣା ଥାଇପାରେ, କିଛିଙ୍କୁ ସେହି ଭାଷାର ଅନେକ କିଛି ଜଣା ଥିବ, କିଛି ବ୍ୟାକରଣରେ ପଟୁ ଆଉ କିଛି ସେହି ବିଷୟରେ ପଣ୍ଡିତ ଥିବେ । ଯେତେବେଳେ ଏମିତି ଲୋକେ ଏକାଠି ଗୋଟିଏ ବିଷୟରେ ଲେଖାଲେଖି ଆଉ ସମ୍ପାଦନା କରନ୍ତି, ଧିରେ ଧିରେ ଭଲ ଉଇକି ଲେଖାଟିଏ ଗଢ଼ିଉଠେ ।
 
ଉଇକି ସହ ଯୋଡ଼ା ଲୋକମାନେ ସବୁବେଳେ ସହଯୋଗ ମନୋଭାବ ନେଇ ଏଠାକୁ ଆସନ୍ତି । ଏଠି ପରସ୍ପର ଭିତରେ ଜ୍ଞାନର ଦେବାନେବା ଦ୍ଵାରା ସମସ୍ତଙ୍କର ଲାଭ ହୁଏ । କିନ୍ତୁ କାଳକ୍ରମେ କିଛି ଖଳ ଲୋକ ବି ଉଇକି ସହ ଜୋଡ଼ି ହୋଇଯାନ୍ତି,ଯେଉଁମାନଙ୍କ ଖରାପ ବୁଦ୍ଧିକୁ ଚିହ୍ନିବାକୁ ବେଶି ସମୟ ଲାଗେ ନାହିଁ । ଉଇକିପିଡ଼ିଆର ନୀତି ଅନୁସାରେ ଆମେ ଏଠି ଲେଖୁଥିବା ବିଷୟ ସବୁ ବିଶ୍ୱାସଯୋଗ୍ୟ ସୂତ୍ରରୁ ଆସିଥିବା ଦରକାର ଓ ସତ ହେଇଥିବା ଦରକାର । କିନ୍ତୁ ଉଇକିପିଡ଼ିଆର ଖୋଲା ବଦଳ ଗୁଣ ଯୋଗୁଁ କେହି ବି କୌଣସି ବି ଲେଖାର ଭାବ ଆଉ ସତପଣିଆକୁ ବଦଳାଇପାରେ । ବହୁତ ସମୟରେ ଏହିଭଳି ଖଳ ବଦଳ ଗୁଡିକ ମନ୍ଦବୁଦ୍ଧି ବା କୁତୁହଳରେ କରାଯାଏ । କିନ୍ତୁ ଗୋଟିଏ ଜାଗୁଆ ଆଉ ଚେତା ଉଇକି ସଁଘସଙ୍ଘ ଏହି ସବୁ ଖରାପ କାମକୁ ବିରୋଧ କରିଥାଏ ଏବଂ ଠିକ କରିଥାଏ ।
 
==କେଉଁସବୁ ଉଇକି ପ୍ରକଳ୍ପ ଓଡ଼ିଆ ଉଇକିରେ ଏବେ ସଚଳ ଅଛି ?==