"ଉତ୍କଳ ବିଶ୍ୱବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୧୭ କ ଧାଡ଼ି:
}}
 
ଉତ୍କଳ ବିଶ୍ୱବିଦ୍ୟାଳୟ ଆମ ରାଜ୍ୟର ସର୍ବ ପୁରାତନ ତଥା ଆମ ଦେଶର ସତରତମ ପୁରାତନ ବିଶ୍ୱବିଦ୍ୟାଳୟ ଅଟେ। ବାଣୀ ବିହାର ଭାବେ ପରିଚିତ ଏହାର ୩୯୯.୯ ଏକର ପରିମିତ ଏହାର ପରିସରଟି [[ଭୁବନେଶ୍ୱର]]ର କେନ୍ଦ୍ରସ୍ଥଳରେ ଅବସ୍ଥିତ। ଏହି ବିଶ୍ୱବିଦ୍ୟାଳୟରେ ନିଜସ୍ଵ ଶିକ୍ଷା ବ୍ୟବସ୍ଥା ଥିବା ସାଙ୍ଗରେ ଅନ୍ୟ ବହୁ ମହାବିଦ୍ୟାଳୟ ଅନୁବନ୍ଧିତ ଭାବେ ରହିଛନ୍ତି। ଏବେ ଏହି ବିଶ୍ୱବିଦ୍ୟାଳୟରେ ୨୭ଟି ସ୍ନାତକୋତ୍ତର ବିଭାଗ ବିଜ୍ଞାନ, କଳା ଓ ବାଣିଜ୍ୟ କ୍ଷେତ୍ରରେ ଶିକ୍ଷାଦାନ କରୁଛନ୍ତି। ଏହାଛଡା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷା ନିର୍ଦେଶଳାୟ,ଆଇନଶିକ୍ଷା ମହାବିଦ୍ୟାଳୟ ଓ ବହୁ ସେଲ୍ଫ ଫାଇନାନ୍ସ ବିଭାଗ ମଧ୍ୟ ଆଛି। ସମ୍ପ୍ରତି ବିଭିନ୍ନ ସ୍ନାତକୋତ୍ତର ବିଭାଗରେ ପ୍ରାୟ ୩୦୦୦ରୁ ଅଧିକ ଛାତ୍ର ପଢୁଛନ୍ତି। ଗତ ଆଡ଼ଷଠି ବର୍ଷଧରି ବାଣୀବିହାର ଶିକ୍ଷା କ୍ଷେତ୍ରରେ ଏକ ଉଜ୍ଵଳ ତାରକାପରି ରହି ଅଶିଛି।ଅଛି।
 
==ଇତିହାସ==
୧୯୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ସମୟରେ, [[ଓଡ଼ିଶା]]ରେ ବିଶ୍ୱବିଦ୍ୟାଳୟ ନଥିଲା ୤ ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟବାସୀଙ୍କ ଆଶା ଓ ଆକାଙ୍କ୍ଷାକୁ ପୁରଣ କରିବା ନିମନ୍ତେ ୧୯୩୮ମସିହା ମାର୍ଚ୍ଚମାସ ୨ତାରିଖରେ ଓଡ଼ିଶାର ତତ୍କାଳିନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ [[ଓଡ଼ିଶା]]ରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ୤ ଫଳସ୍ଵରୂପ ପଣ୍ଡିତ [[ନୀଳକଣ୍ଠ ଦାସ]]ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା ୤ ଏହି କମିଟିର ସୁପାରିସକୁ ତତ୍କାଳିନ [[ଓଡ଼ିଶା]]ର ପ୍ରଧାନମନ୍ତ୍ରୀ ମହାରାଜା [[କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ]] ଓ ଶିକ୍ଷାମନ୍ତ୍ରୀ ପଣ୍ଡିତ [[ଗୋଦାବରୀଶ ମିଶ୍ର]]ଙ୍କ ଉଦ୍ୟମରେ ଚୁଡ଼ାନ୍ତ ରୂପଦେଇ ୩୦ଜୁନ ୧୯୪୩ ମସିହା ରେ ବିଧାନସଭାରେ ସର୍ବସମ୍ମତି କ୍ରମେ ଗୃହିତ କରାଯାଇଥିଲା ୤ ୧୯୪୩ ମସିହା ଅଗଷ୍ଟ ୨ ତାରିଖରେ ବିଶ୍ୱବିଦ୍ୟାଳୟର ଶୁଭଉଦଘାଟନ କରାଯାଇ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ ଭାବେ ନାମିତ କରାଯାଇଥିଲା ୤ [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା ମହାବିଦ୍ୟାଳୟ]]ର ପ୍ରାଣୀବିଜ୍ଞାନ ବିଭାଗରେ ୧୯୪୩ ମସିହା ନଭେମ୍ବର ୨୭ତାରିଖ ଦିନ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ର କାର୍ଯ୍ୟରମ୍ଭ ହୋଇଥିଲା ୤ ବୈଜ୍ଞାନିକ ଡକ୍ଟର ପ୍ରାଣକୃଷ୍ଣ ପରିଜା ବିଶ୍ଵବିଦ୍ୟାଳୟର ପ୍ରଥମ କୁଳପତି ଆସନ, ୱାଇ. ଏନ. ସୁକନ୍ଥକର କୁଳାଧିପତି ଓ ଭି.ଭି. ଜନ କୁଳସଚିବ ଆସନ ଅଳଙ୍କୃତ କରିଥିଲେ ୤ ବିଶ୍ୱବିଦ୍ୟାଳୟର ଉତ୍ତମ ପରିଚାଳନା ନିମନ୍ତେ ସିନେଟ (ସର୍ବୋଚ୍ଚ ପରିଚାଳନା କମିଟି), ସିଣ୍ଡିକେଟ ଓ ଏକାଡେମିକ କାଉନ୍ସିଲ ଗଠନ କରାଯାଇଥିଲା ୤ ୧୯୪୮ ମସିହାରେ ଏହି ବିଶ୍ୱବିଦ୍ୟାଳୟର ମୁଖ୍ୟକାର୍ଯ୍ୟାଳୟ [[କଟକ]]ଠାରେ ସ୍ଥାପିତ ହେବାପାଇଁ ସିନେଟ ନିଷ୍ପତି ଗ୍ରହଣ କରିଥିଲା ୤ ୧୯୫୭ ମସିହାରେ ବିଶ୍ୱବିଦ୍ୟାଳୟ ନିମନ୍ତେ ସ୍ଥନାଭାବ ଓ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ଆଖିଆଗରେ ରଖି ସିନେଟ ବିଶ୍ୱବିଦ୍ୟାଳୟକୁ [[ଭୁବନେଶ୍ୱର]]ରେ ସ୍ଥାୟୀ ଭାବେ ଅବସ୍ଥାପିତ କରିବାପାଇଁ ନିଷ୍ପତି ଗ୍ରହଣ କରିଥିଲେ ୤ ତଦନୁଯାୟୀ [[ଭୁବନେଶ୍ୱର]] ଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପରିସର ନିର୍ମାଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା ୤ ତତ୍କାଳିନ ମୁଖ୍ୟମନ୍ତ୍ରୀ ଡ. [[ହରେକୃଷ୍ଣ ମହତାବ]]ଙ୍କ ଉଦ୍ୟମରେ [[ଭୁବନେଶ୍ୱର]]ଠାରେ ଜାତୀୟ ରାଜପଥ ନିକଟରେ ୩୯୯.୪୯୨ ଏକର ପରିମିତ ଜମିରେ ୧୯୫୮ ମସିହା ଜାନୁଆରୀ ପହିଲାରେ ତତ୍କାଳିନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶିଳାନ୍ୟାସ କରିଥିଲେ ୤ ଏହି ସ୍ଥାନର ନାମ ପ୍ରଥମେ ‘ବିଦ୍ୟାନଗର’ ଥିଲା ଓ ପରବର୍ତ୍ତୀ ସମୟରେ ‘ବାଣୀବିହାର’ ନାମରେ ପରିଚିତ ଲାଭ କରିଥିଲା ୤ ୧୯୬୩ ମସିହରେ ତତ୍କାଳିନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଉତ୍କଳ ବିଶ୍ୱବିଦ୍ୟାଳୟର ନୂତନ ପରିସର ଉଦଘାଟନ କରିଥିଲେ ୤
 
ପ୍ରଥମେ ଏହି ବିଶ୍ୱବିଦ୍ୟାଳୟ ଅଧୀନରେ [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା ମହାବିଦ୍ୟାଳୟ]] ସହିତ ପାଞ୍ଚଟି ମହାବିଦ୍ୟାଳୟ ଏବଂ କଳା, ବିଞ୍ଜାନ, ଆଇନ ଓ ଶିକ୍ଷା ଆଦି ଚାରିଟି ବିଭାଗକୁ ନେଇ ଆରମ୍ଭ ହୋଇଥିଲା ୤<ref>[[ସମାଜ (ଖବରକାଗଜ)୤ସମାଜ]], ୨୭ନଭେମ୍ବର ୨୦୧୧, ପୃଷ୍ଠା-୦୬</ref>
 
 
==ଆଧାର==
{{reflistଆଧାର}}
 
==ବାହାର ଲିଙ୍କ==
Line ୨୭ ⟶ ୩୨:
 
{{Universities in Orissa}}
{{ଓଡ଼ିଶା}}
{{Odisha}}
 
[[Categoryଶ୍ରେଣୀ:ଓଡ଼ିଶାରେ କଲେଜ ଓ ବିଶ୍ଵବିଦ୍ୟାଳୟ]]
[[ବିଭାଗଶ୍ରେଣୀ:ଓଡ଼ିଶାରେ ଶିକ୍ଷା]]
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
[[Category:ଓଡ଼ିଶାରେ କଲେଜ ଓ ବିଶ୍ଵବିଦ୍ୟାଳୟ]]
[[en:Utkal University]]
[[ବିଭାଗ:ଓଡ଼ିଶାରେ ଶିକ୍ଷା]]