"ପଞ୍ଚକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂତନ: ପଞ୍ଚକ
 
ଟିକେNo edit summary
୧ କ ଧାଡ଼ି:
[[କାର୍ତ୍ତିକ]] [[ମାସ]]ର ଶେଷ ପାଞ୍ଚଦିନ ([[କାର୍ତ୍ତିକ]] ଶୁକ୍ଳ [[ଏକାଦଶୀ]] ଠାରୁ [[ପୂର୍ଣ୍ଣିମା]] ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ ୤ ଏହା ମହା ପଞ୍ଚକ ବା ବକପଞ୍ଚକ ବା ଭୀଷ୍ମପଞ୍ଚକ ଭାବେ ମଧ୍ୟ ଜଣାଶୁଣା ୤ ଏହି ଅବସରରେ [[ଶ୍ରୀମନ୍ଦିର]]ରେ ଠାକୁରମାନଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ ୤
* ଏକାଦଶୀରେ: [[ଲକ୍ଷ୍ମୀନାରାୟଣ ବେଶ]] ବା [[ଠିଆକିଆ ବେଶ]]
* ଦ୍ଵାଦଶୀରେ: ବାଙ୍କଚୁଡ଼ା ବେଶ ବା ବାମନ ବେଶ
* ତ୍ରୟୋଦଶୀରେ: ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ
* ଚତୁର୍ଦ୍ଦଶୀରେ: ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ
* ପୂର୍ଣ୍ଣମୀରେ: ରାଜରାଜେଶ୍ଵର ବେଶ ବା ସୁନାବେଶ
* ମଳତିଥିରେ: ନାଗାର୍ଜୁନ ବେଶ
ପ୍ରତ୍ୟହ ଅବକାଶ ନୀତି ଶେଷହେବା ପରେ ତିନିଠାକୁରଙ୍କୁ ଏହିସବୁ ବେଶରେ ସଜ୍ଜିତ କରାଯାଏ ୤ ବେଶ ଥାଇ ଠାକୁରମାନଙ୍କ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ ଓ ଭୋଗମଣ୍ଡପ ନୀତି ଆଦି ଅନୁଷ୍ଠିତ ହୋଇଥାଏ ୤ ଭୋଗମଣ୍ଡପ ନୀତି ଶେଷହେବା ପରେ ଏହି ବେଶ ଓ ଅଳଙ୍କାର ଆଦି ମଇଲମ ହୋଇ ମଧ୍ୟାହ୍ନଧୂପ ଅନୁଷ୍ଠିତ ହେବାର ପରମ୍ପରା ରହିଛି ୤
ମହାପ୍ରଭୁଙ୍କ ପଞ୍ଚକ ପାଞ୍ଚଦିନ ଏହି ବେଶ ଦର୍ଶନ କରିବାକୁ [[ଶ୍ରୀମନ୍ଦିର]]ରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ୤ [[କାର୍ତ୍ତିକ]] ମାସରେ ପଞ୍ଚକ ଛଅ ଦିନ ପଡ଼ିଲେ ମଳତିଥି ଦିନ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ ୤ ଗତ ୧୬.୧୧.୧୯୯୪ ତାରିଖ [[କାର୍ତ୍ତିକ]] ମଳ [[ତ୍ରୟୋଦଶୀ]] [[ବୁଧବାର]] ଦିନ ଦିନ ମହାପ୍ରଭୁଙ୍କର ଏହି ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା ୤ <ref>[[ସମାଜ (ଖବରକାଗଜ)|ସମାଜ]], ୮ନଭେମ୍ବର ୨୦୧୧, ପୃଷ୍ଠା-୬</ref>
 
==ଆଧାର==
{{ଆଧାର}}
 
[[ଶ୍ରେଣୀ:ଧର୍ମ]]
"https://or.wikipedia.org/wiki/ପଞ୍ଚକ"ରୁ ଅଣାଯାଇଅଛି