"ଠିଆକିଆ ବେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂତନ: ଠିଆକିଆ ବେଶ
(କିଛି ବଦଳିନାହିଁ)

୨୨:୫୦, ୯ ନଭେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୁଏ ୤ ମସ୍ତକରେ ସୁବର୍ଣ୍ଣକିଆ ଠିଆ ଭାବରେ ଲାଗି ହେଉଥିବାରୁ ଏହି ବେଶର ନାମକରଣ ଏପରି କରାଯାଇଛି ୤ ରାମାନୁଜଙ୍କର ଦର୍ଶନ ଅନୁଯାୟୀ ବ୍ରହ୍ମ ସଗୁଣ ଓ ସେ ନାରାୟଣ, ଲକ୍ଷ୍ମୀ ତାଙ୍କର ଶକ୍ତି ୤ ଏହି ନ୍ୟାୟରେ ରାମାନୁଜ ଜଗନ୍ନାଥଙ୍କୁ ବ୍ରହ୍ମ ଭାବରେ ଦେଖିଥିବାରୁ ସେ ଲକ୍ଷ୍ମୀ ନାରାୟଣ ବେଶ ପ୍ରବର୍ତ୍ତନ କରିଥିଲେ ବୋଲି ଅନୁମାନ କରାଯାଏ ୤ ଠାକୁରମାନଙ୍କର ଅବକାଶ ନୀତି ଶେଷ ହେବାପରେ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଏହି ବେଶରେ ସଜ୍ଜିତ କରାଇଥାନ୍ତି ୤ ଏହି ବେଶ ଥାଇ ଠାକୁରମାନଙ୍କର ଗୋପାଳ ବଲ୍ଲଭ, ସକାଳଧୂପ, ବାଳଭୋଗ ଓ ଭୋଗମଣ୍ଡପ ନୀତି ଆଦି ସମ୍ପନ୍ନ ହୁଏ ୤ [୧]

ବେଶ

ଲକ୍ଷ୍ମୀନାରାୟଣ ବେଶରେ ସୁନାବେଶର ସମସ୍ତ ଅଳଙ୍କାର ଲାଗି ହୁଅନ୍ତି ମାତ୍ର ରାଜବେଶରେ ତିନିଗୋଟି ସୁନା କିରିଟ ଲାଗି ହୁଅନ୍ତି ୤ ସେହିପରି କାର୍ତ୍ତିକ ମାସରେ ଅନୁଷ୍ଠିତ ରାଧାଦାମୋଦର ବେଶରେ ମହାପ୍ରଭୁ ହସ୍ତରେ ଶ୍ରୀଭୁଜ ଲାଗି ନହୋଇ ନଳୀଭୁଜ ଲାଗି ହୁଅନ୍ତି, ଏହି ନଳୀଭୁଜର ଶୀର୍ଷ ଦେଶରେ ଆୟୁଧର ଚିହ୍ନ ରହିଥାଏ ୤ ମାତ୍ର ଲକ୍ଷ୍ମୀନାରାୟଣ ବେଶରେ ମହାପ୍ରଭୁ ଆୟୁଧ ଲାଗି ହୁଅନ୍ତି ୤ ଶ୍ରୀଜଗନ୍ନାଥ ବାମ ହସ୍ତରେ ଶଙ୍ଖ ଓ ଡାହାଣ ହସ୍ତରେ ଚକ୍ର ଧରିଥାନ୍ତି ୤ ବଳଭଦ୍ର ହଳ ଓ ମୂଷଳ ଧାରଣ କରନ୍ତି ୤ ସୁଭଦ୍ରାଙ୍କ ବେଶରେ କିଛି ପରିବର୍ତ୍ତନ ହୁଏ ନାହିଁ କେବଳ ମସ୍ତକରେ ଠିଆକିଆ ଶୋଭାପାଏ ୤ ଏହି ଠିଆକିଆ ଗୁଡ଼ିକୁ ଧରି ରଖିବା ପାଇଁ ଏକ ବଳା ମୁଖମଣ୍ଡଳରେ ଲାଗେ ୤ ଠାକୁରମାନେ ପାଟବସ୍ତ୍ରରେ ସୁସଜ୍ଜିତ ହୋଇ ସୁବର୍ଣ୍ଣ ଅଳଙ୍କାରମାନ ଲାଗି ହୋଇ ଅତ୍ୟନ୍ତ ସୁନ୍ଦର ଦେଖାଯାଆନ୍ତି ୤

ଅଳଙ୍କାର

ଶ୍ରୀମନ୍ଦିର ସତ୍ତ୍ଵଲିପି ଅନୁସାରେ ନିମ୍ନଲିଖିତ ସୁନା ଅଳଙ୍କାରମାନ ଲାଗି ହୁଏ:

  • ଶ୍ରୀଭୁଜ-୪ଟି
  • ଶ୍ରୀପୟର-୪ଟି
  • କାନ-୬ଟି
  • ଆଡ଼କାନି-୪ଟି
  • ଚନ୍ଦ୍ରିକା-୨ଟି
  • ସୂର୍ଯ୍ୟଚନ୍ଦ୍ର-୬ଟି
  • ତଡ଼ଗି-୨ଟି
  • ଓଡ଼ିଆଣୀ-୩ଟି
  • କିଆ-୫୪ଟି
  • ଆୟୂଧ-ଶଙ୍ଖ, ଚକ୍ର, ହଳ ଓ ମୂଷଳ ୤

ଆହୁରି ଦେଖନ୍ତୁ

ଆଧାର

  1. ସମାଜ, ୭ନଭେମ୍ବର ୨୦୧୧, ପୃଷ୍ଠା-୪

ବାହାର ଲିଙ୍କ