"ଥୋମାସ ଆଲଭା ଏଡ଼ିସନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{prettyurl|Thomas_Alva_Edison}}
'''ଥୋମାସ ଆଲ୍‌ଭା ଏଡିସନ''' ([[English language|English]]: Thomas Alva Edison)(ଫେବୃୟାରୀ ୧୧, ୧୮୪୭ – ଅକ୍ଟୋବର ୧୮, ୧୯୩୧) ଜଣେ ଆମେରିକୀୟ ଉଦ୍ଭାବକ, ବୈଜ୍ଞାନିକ ଓ ବ୍ୟବସାୟୀ ଥିଲେ । ସେ ଅନେକ ଯନ୍ତ୍ର ଉଭ୍ଭାବନ କରିଥିଲେ ଯାହା ବିଶ୍ୱ୍ଜୀବନକୁ ପ୍ରଭାବିତ କରିଥିଲା ଯଥା ଫୋନୋଗ୍ରାଫ, ଚଳଚ୍ଚିତ୍ର କ୍ୟାମେରା ଓ ବିଦ୍ୟୁତ ବଲ୍ବ । ତା ସହିତ ସେ ବିଶ୍ୱ୍ର ପ୍ରଥମ ଶିଳ୍ପ ଗବେଷଣାଗାର ତିଆରି କରିଥିଲେ । ଜଣେ ଖବରକାଗଜ ସାମ୍ବାଦିକଙ୍କ ଦ୍ବାରା ମେନଲୋପାର୍କର (ଏବେ ଏଡିସନ, ନିଉ ଜର୍ସି) ଯାଦୁକର ଭାବେ ସମ୍ବୋଧିତ, ସେ ଥିଲେ ସମୁହ ଉତ୍ପାଦନ ଓ ଏକତ୍ରିତ ଉଦ୍ଭାବନର ସୂତ୍ର ପ୍ରୟୋଗ କରିବାରେ ଜଣେ ପ୍ରଥମ ବ୍ୟକ୍ତି, ସେଥି ପାଇଁ ସେ ପ୍ରଥମ ଶିଳ୍ପ ଗବେଷଣାଗାର ତିଆରି କରିଥିଲେ ବୋଲି କୁହାଯାଏ ।
 
Line ୬ ⟶ ୭:
ଥୋମାସ ଏଡିସନ ମିଲନ୍, ଓହିଓରେ ଜନ୍ମଗ୍ରହଣ କରିଥିଲେ ଓ ପୋର୍ଟ ହ୍ୟୁରନ, ମିଚିଗାନ୍‌ରେ ଲାଳିତପାଳିତ ହୋଇଥିଲେ । ସେ ସାମୁଏଲ ଓଗଡେନ ଏଡିସନ, ଜୁନିୟର (୧୮୦୪-୯୬ ମାର୍ସାଲ ଟାଉନ, ନୋଭା ସ୍କଟିଆ, କାନାଡା ରେ ଜନ୍ମିତ) ଏବଂ ନାନସି ମାଥିଉଜ ଇଲିଅଟଙ୍କର (୧୮୧୦-୧୮୭୧ ଚେନାଙ୍ଗୋ କାଉଣ୍ଟି, ନିଉ ୟର୍କରେ ଜନ୍ମିତ)ସପ୍ତମ ତଥା ଶେଷ ସନ୍ତାନ ଥିଲେ । ୧୮୩୭ର ଅସଫଳ ମାକେଞ୍ଜି ବିଦ୍ରୋହରେ ସାମିଲ ଥିବାରୁ ତାଙ୍କ ପିତାଙ୍କୁ କାନାଡାରୁ ପଳାଇ ଆସିବାକୁ ପଡିଲା । ଏଡିସନ ନିଜକୁ ଡଚ ବଂଶଧର ବୋଲି ଭାବୁଥିଲେ ।
 
ବିଦ୍ୟାଳୟରେ ଶିଶୁ ଏଡିସନଙ୍କର ମୁଣ୍ଡ ସ୍ଥିର ରହୁନଥିଲା, ସେଥିପାଇଁ ତାଙ୍କ ଶିକ୍ଷକ, ରେଭେରେଣ୍ଡ ଏଙ୍ଗ୍ଲେ ତାଙ୍କୁ ପାଗେଳା ବୋଲି ଡାକୁଥିଲେ । ଏତିକିରେ ଏଏଡିସନଙ୍କର ତିନିମାସର ବିଦ୍ୟାଳୟ ପାଠ ଶେଷ ହେଲା । ଏଏଡିସନପରେ କହୁଥିଲେ, "ମୋ ମାଆ ମୋତେ ତିଆରି କରିଥିଲେ । ସେ ମୋ ଉପରେ ଏତେ ନିଶ୍ଚିତ ଥିଲେ, ଏତେ ଭରସା କରୁଥିଲେ ଯେ, ମୋତେ ଲାଗିଲା ମୋର ବଞ୍ଚିବାର କାରଣ ଅଛି, କେହି ଜଣକୁ ମୁଁ ଦୁଃଖୀ କରି ପାରିବିନି । ତାଙ୍କ ମାଆ ତାଙ୍କୁ ଘରେ ପଢାଉଥିଲେ ।[9] ତାଙ୍କର ଅଧିକାଂଶ ଶିକ୍ଷା ଆର.ଜି. ପାର୍କରଙ୍କର ସ୍କୁଲ ଅଫ ନାଚୁରାଲ ଫିଲୋସୋଫି ଓ ଦି କୁପର ୟୁନିଅନରୁ ଆସିଥିଲା ।
 
 
[[ଶ୍ରେଣୀ:ବୈଜ୍ଞାନିକ]]