"ଥୋମାସ ଆଲଭା ଏଡ଼ିସନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"'''ଥୋମାସ୍ ଆଲ୍‌ଭା ଏଡିସନ୍''' ଥୋମାସ୍ ଆଲ୍‌ଭା ଏଡିସନ୍ ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେ ଶ୍ରେଣୀ
୧ କ ଧାଡ଼ି:
'''ଥୋମାସ୍ ଆଲ୍‌ଭା ଏଡିସନ୍'''
 
ଥୋମାସ୍ ଆଲ୍‌ଭା ଏଡିସନ୍ (ଫେବୃୟାରୀ ୧୧, ୧୮୪୭ – ଅକ୍ଟୋବର୍ ୧୮, ୧୯୩୧) ଜଣେ ଆମେରିକୀୟ ଉଦ୍‌ଭାବକଉଦ୍ଭାବକ, ବୈଜ୍ଞାନିକ ଓ ବ୍ୟବସାୟୀ ଥିଲେ ୤ ସେ ଅନେକ ଯନ୍ତ୍ର ଉଭ୍ଭାବନ କରିଥିଲେ ଯାହା ବିଶ୍ବଜୀବନକୁ ପ୍ରଭାବିତ କରିଥିଲା ଯଥା ଫୋନୋଗ୍ରାଫ୍, ଚଳଚ୍ଚିତ୍ର କ୍ୟାମେରା ଓ ବିଦ୍ୟୁତ୍ ବଲ୍‌ବ ୤ ତା ସହିତ ସେ ବିଶ୍ବର ପ୍ରଥମ ଶିଳ୍ପ ଗବେଷଣାଗାର ତିଆରି କରିଥିଲେ ୤ ଜଣେ ଖବରକାଗଜ ସାମ୍ବାଦିକଙ୍କ ଦ୍ବାରା ମେନ୍‌ଲୋପାର୍କ୍‌ର (ଏବେ ଏଡିସନ୍, ନିଉ ଜର୍ସି) ଜାଦୁକର ଭାବେ ସମ୍ବୋଧିତ, ସେ ଥିଲେ ସମୁହ ଉତ୍ପାଦନ ଓ ଏକତ୍ରିତ ଉଦ୍‌ଭାବନରଉଦ୍ଭାବନର ସୂତ୍ର ପ୍ରୟୋଗ କରିବାରେ ଜଣେ ପ୍ରଥମ ବ୍ୟକ୍ତି, ସେଥି ପାଇଁ ସେ ପ୍ରଥମ ଶିଳ୍ପ ଗବେଷଣାଗାର ତିଆରି କରିଥିଲେ ବୋଲି କୁହାଯାଏ ୤
 
ଏଡିସନ୍ ହେଉଛନ୍ତି ଇତିହାସର ୪ର୍ଥ ଶ୍ରେଷ୍ଠ ଉଦ୍‌ଭାବକଉଦ୍ଭାବକ, ଯିଏ ତାଙ୍କ ନାମରେ ୧୦୯୩ ଟି ଯୁକ୍ତରାଷ୍ଟ୍ର ପେଟେଣ୍ଟ୍ ସହିତ ଯୁକ୍ତରାଜ୍ୟ, ଫ୍ରାନ୍‌ସ ଓ ଜର୍ମାନୀରେ ମଧ୍ୟ ଅନେକ ପେଟେଣ୍ଟ କରିଥିଲେ ୤ ସେ ଯୋଗାଯୋଗ କ୍ଷେତ୍ରରେ ଅନେକ ଉଦ୍‌ଭାବନଉଦ୍ଭାବନ କରିଥିଲେ, ବିଶେଷ ଭାବରେ ଦୂରସଞ୍ଚାର ୤ ୟା ଭିତରେ ଥିଲା ଷ୍ଟକ୍ ଟିକର୍, ଯାନ୍ତ୍ରିକ ଭୋଟ୍ ଗଣାଳୀ, ବିଦ୍ୟୁତ୍ କାର ପାଇଁ ବ୍ୟାଟେରୀ, ବିଦ୍ୟୁତ୍ ଶକ୍ତି, ମ୍ୟୁଜିକ୍ ରେକର୍ଡ ଏବଂ ମୋସନ୍ ପିକ୍ଚର୍ ୤ ଜଣେ ଟେଲିଗ୍ରାଫ୍ ଅପରେଟର୍ ଭାବରେ କାମ କରୁଥିବା ସମୟରେ ସେ ଏ ସବୁ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିଲେ ୤ ଏଡିସନ୍ ପ୍ରଥମେ ବିଦ୍ୟୁତ୍ ଶକ୍ତି ସୃଷ୍ଟି ଓ ଗୃହ, ବ୍ୟବସାୟ ଓ କାରଖାନା ପାଇଁ ବିତରଣ ବିଷୟରେ ଚିନ୍ତା କରିଥିଲେ ୤ ତାଙ୍କ ପ୍ରଥମ ଶକ୍ତି କେନ୍ଦ୍ର ମାନ୍‌ହାଟାନ୍ ଦ୍ବୀପ, ନିଉ ୟର୍କରେ ଥିଲା ୤
 
[[==ବାଲ୍ୟ ଜୀବନ]]==
ଥୋମାସ୍ ଏଡିସନ୍ ମିଲନ୍, ଓହିଓରେ ଜନ୍ମଗ୍ରହଣ କରିଥିଲେ ଓ ପୋର୍ଟ ହ୍ୟୁରନ୍, ମିଚିଗାନ୍‌ରେ ଲାଳିତପାଳିତ ହୋଇଥିଲେ ୤ ସେ ସାମୁଏଲ୍ ଓଗ୍‌ଡେନ୍ ଏଡିସନ୍, ଜୁନିୟର୍ (୧୮୦୪-୯୬ ମାର୍ଶାଲ୍ ଟାଉନ୍, ନୋଭା ସ୍କଟିଆ, କାନାଡା ରେ ଜନ୍ମିତ) ଏବଂ ନାନ୍‌ସି ମାଥିଉଜ୍ ଇଲିଅଟ୍‌ଙ୍କର (୧୮୧୦-୧୮୭୧ ଚେନାଙ୍ଗୋ କାଉଣ୍ଟି, ନିଉ ୟର୍କ୍‌ରେ ଜନ୍ମିତ)ସପ୍ତମ ତଥା ଶେଷ ସନ୍ତାନ ଥିଲେ ୤ ୧୮୩୭ର ଅସଫଳ ମାକେଞ୍ଜି ବିଦ୍ରୋହରେ ସାମିଲ୍ ଥିବାରୁ ତାଙ୍କ ପିତାଙ୍କୁ କାନାଡାରୁ ପଳାଇ ଆସିବାକୁ ପଡିଲା ୤ ଏଡିସନ୍ ନିଜକୁ ଡଚ୍ ବଂଶଧର ବୋଲି ଭାବୁଥିଲେ ୤
 
ବିଦ୍ୟାଳୟରେ ଶିଶୁ ଏଡିସନ୍‌ଙ୍କର ମୁଣ୍ଡ ସ୍ଥିର ରହୁନଥିଲା, ସେଥିପାଇଁ ତାଙ୍କ ଶିକ୍ଷକ, ରେଭେରେଣ୍ଡ୍ ଏଙ୍ଗ୍ଲେ ତାଙ୍କୁ ପାଗେଳା ବୋଲି ଡାକୁଥିଲେ ୤ ଏତିକିରେ ଏଡିସନ୍‌ଙ୍କର ତିନିମାସର ବିଦ୍ୟାଳୟ ପାଠ ଶେଷ ହେଲା ୤ ଏଡିସନ୍ ପରେ କହୁଥିଲେ, "ମୋ ମାଆ ମୋତେ ତିଆରି କରିଥିଲେ ୤ ସେ ମୋ ଉପରେ ଏତେ ନିଶ୍ଚିତ ଥିଲେ, ଏତେ ଭରସା କରୁଥିଲେ ଯେ, ମୋତେ ଲାଗିଲା ମୋର ବଞ୍ଚିବାର କାରଣ ଅଛି, କେହି ଜଣକୁ ମୁଁ ଦୁଃଖୀ କରି ପାରିବିନି ୤ ତାଙ୍କ ମାଆ ତାଙ୍କୁ ଘରେ ପଢାଉଥିଲେ ୤[9] ତାଙ୍କର ଅଧିକାଂଶ ଶିକ୍ଷା ଆର୍.ଜି. ପାର୍କର୍‌ଙ୍କର ସ୍କୁଲ୍ ଅଫ ନାଚୁରାଲ୍ ଫିଲୋସୋଫି ଓ ଦି କୁପର୍ ୟୁନିଅନ୍‌ରୁ ଆସିଥିଲା ୤
 
 
[[ଶ୍ରେଣୀ:ବୈଜ୍ଞାନିକ]]
[[ଶ୍ରେଣୀ:ଉଦ୍ଭାବକ]]
[[ଶ୍ରେଣୀ:୧୮୪୭ ଜନ୍ମ ]]
[[ଶ୍ରେଣୀ:୧୯୩୧ ମୃତ୍ୟୁ ]]