"ଉଇକିପିଡ଼ିଆ:କର୍ମଶାଳା/କଟକ/୧" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୯୦ କ ଧାଡ଼ି:
 
== ବିବରଣୀ ==
ଓଡ଼ିଆ ଉଇକିପିଡ଼ିଆର ୭ମ କର୍ମଶାଳା କଟକ ଠାରେ ୯ ଅକ୍ଟୋବର ଦିନ ଅନୁଷ୍ଠିତ ହୋଇ ଯାଇଛି । ଏହା ଫେବ୍ରୁଆରି ପରଠୁ ଓଡ଼ିଆ ଭାଷାରେ ଅନଲାଇନ ଜ୍ଞାନକୋଷ ତଥା ଅନେକ ଖୋଲା ମାଧ୍ୟମ ପ୍ରକଳ୍ପର ପ୍ରଚାର, ପ୍ରସାର ଓ ସଂଘ ନିର୍ମାଣ ଯୋଜନାର ଅନ୍ତର୍ଗତ । ଓଡ଼ିଆ ଭାଷାରେ ନାନାଦି ପ୍ରସଙ୍ଗର ଅନଲାଇନ ନଥିକରଣ ନିମନ୍ତେ ଏକ ମାଗଣା ଜ୍ଞାନକୋଷ "ଉଇକିପିଡ଼ିଆ" ୨୦୦୨ ପରଠାରୁ ଉପଲବ୍ଧ ହୋଇ ଆସୁଅଛି ଯାହାକି ଏକ ଉପଯୁକ୍ତ ସଂଘର ଅଭାବରେ ପାଖାପାଖି ୮ ବର୍ଷ ଅକାଳ ହୋଇ ପଡ଼ିରହିଥିଲା । ଫେବ୍ରୁଆରି ମାସରେ କେତେଜଣ ଓଡ଼ିଆଙ୍କ ପ୍ରଚେଷ୍ଟା ଯୋଗୁଁ ଏହା ପୁଣି ଥରେ ସଚଳ ହୋଇଛି । କଟକରେ ଅନୁଷ୍ଠିତ ଏହି ପ୍ରକାରର ୨ୟ କର୍ମଶାଳା ପୁରୀଘାଟ ସ୍ଥିତ ଇମେଜ ଇନଷ୍ଟିଚୁଟ ଅଫ ମାନେଜମେଣ୍ଟ ଆଣ୍ଡ ସାଇନ୍ସରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୫ ଜଣ ଉତ୍ସାହୀ କର୍ମୀ ଯୋଗ ଦେଇ ଏହି ଶିକ୍ଷଣଭିତ୍ତିକ କର୍ମଶାଳାରୁ ଜ୍ଞାନ ଆହରଣ କରିଥିଲେ । ଏହି କର୍ମଶାଳାର ପ୍ରଥମ ଭାଗରେ ସୁଭାସିସ ପାଣିଗାହି ଉଇକିପିଡ଼ିଆ ବାବଦରେ ସଂକ୍ଷେପରେ ଜଣାଇଥିଲେ ଓ ଜଣେ ବ୍ୟବହାରକାରୀ କିପରି ଏକ ନୂଆ ପ୍ରସଙ୍ଗ ଲେଖିପାରିବଲେଖିପାରିବେ/ଆଗରୁଥିବା ପ୍ରସଙ୍ଗକୁ ଉନ୍ନତ କରିପାରିବକରିପାରିବେ ଓ ଅଧିକରୁ ଅଧିକ ବାହାର ଆଧାର ଦେଇ ଅଧିକ ପ୍ରମାଣଯୋଗ୍ୟ କରିପାରିବକରିପାରିବେ ତାହା ବଟାଇଥିଲେ ।
କର୍ମଶାଳାର ଦ୍ଵିତୀୟ ଭାଗରେ ସୁପରିଚିତ ଓଡ଼ିଆ ଭାଷାବିଦ ନଟବର ଶତପଥି, ଓଡ଼ିଆ ଭାଷା ଗବେଷକ ତଥା ଓଡ଼ିଆ ବିଶ୍ୱବିଦ୍ୟାଳୟ କମିଟିର ସମ୍ପାଦକ ସୁବ୍ରତ ପୃଷ୍ଟି, ହ୍ୟୁମାନ ରିସୋର୍ସ ଡେଭେଲପମେଣ୍ଟର ନିର୍ଦେଶକନିର୍ଦ୍ଦେଶକ ଡ. ଧନଦାକାନ୍ତ ମିଶ୍ର ଓ ସେହି ସଂସ୍ଥାର ଅନ୍ୟଜଣେ ପଦାଧିକାରୀ ଡ. ମିଶ୍ର ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ପୁରାତନ ଓ ଆଧୁନିକ ଓଡ଼ିଆରେ ଭାଷାରେଓଡ଼ିଆଭାଷାରେ ବର୍ଣ୍ଣ ଓ ଲିପିର ବ୍ୟବହାର, ଓଡ଼ିଆରେ ଅନଲାଇନରେ ନୂଆ ପ୍ରକଳ୍ପର ଅରମ୍ଭଆରମ୍ଭ ଆଦି ବାବଦରେ ଆଲୋଚନା କରିଥିଲେ। ଏହି କର୍ମଶାଳାରେ ଉଇକିମିଡ଼ିଆ ଫାଉଣ୍ଡେସନ ତରଫରୁ ଉଇକିପିଡ଼ିଆର ବ୍ୟବହାର ସମ୍ବନ୍ଧିତ ପ୍ରକାଶିତ ପୁସ୍ତିକା ବିତରଣ କରାଯାଇଥିଲା । ତାହାଛଡ଼ା ଓଡ଼ିଆ ଉଇକିଆଳିଙ୍କ ଲିଖିତ ଏକ ବାରମ୍ବାର ପଚରାଯାଉଥିବା ପ୍ରଶ୍ନର ଉତ୍ତର ଓ ଓଡ଼ିଆରେ କମ୍ପୁଟରରେକମ୍ପ୍ୟୁଟରରେ ଟାଇପ କରିବାର ସବିଶେଷ ସମ୍ବଳିତ ଆଉ ଏକ ପୁସ୍ତିକା ବାବଦରେ ଉପସ୍ଥିତ ଶ୍ରୋତାଙ୍କୁଅଂଶଗ୍ରହଣକାରୀଙ୍କୁ ସଚେତିତ କରଯାଇଥିଲାକରାଯାଇଥିଲାକମ୍ପୁଟରରେକମ୍ପ୍ୟୁଟରରେ ଇଉନିକୋଡ଼ ଓଡ଼ିଆରେ ଲେଖାଲେଖିରେ ଉପୁଜୁଥିବା ଅସୁବିଧା ଓ ତହିଁର ସମାଧାନ ସମ୍ବନ୍ଧରେ ଏଠାରେ ଆଲୋଚନା ହୋଇଥିଲା । ତାହାସହିତ ଏକ ନୂଆ ପ୍ରକଳ୍ପ "ଓଡ଼ିଆ ଉଇକି ଅଭିଧାନ" (ଓଡ଼ିଆରେ ଏକ ଅନଲାଇନ ଅଭିଧାନ ଯାହା or.wiktionary.org ରେ ଉପଲବ୍ଧ)କୁ ଶ୍ରୋତାମାନାଙ୍କଅଂଶଗ୍ରହଣକାରୀଙ୍କ ସହ ପରିଚିତ କରଯାଇଥିଲାକରାଯାଇଥିଲା । ପାଠକ, ବ୍ୟବାହରକାରୀବ୍ୟବହାରକାରୀ ଓ ଦାତାମାନଙ୍କର ଆଗ୍ରହକୁ ଦେଖି ଭବିଷ୍ୟତରେ ଓଡ଼ିଆ ଢଗଢମାଳି, ନୀତିକଥା, ପୁରାତନ ରଚନା ତଥା ଭଗବତଭାଗବତ, ମହାଭାରତ ଆଦି ପୁରାଣସମୂହକୁ ମାଗଣାରେ ଇଣ୍ଟରନେଟରେ ଉପଲବ୍ଧ କରାଇବାର ଯୋଜନା ମଧ୍ୟ ହାତକୁ ନିଆଯାଇଛି ।
 
ଓଡ଼ିଆ ଉଇକିପିଡ଼ିଆ ବାବଦରେ ବିଶେଷ ବିବରଣୀ http://or.wikipedia.org ରୁ ମିଳିପାରିବ । ଏଠାରେ ଜଣାଇ ଦିଆଯାଇପାରେ ଯେ ଓଡ଼ିଆରେ ଏଯାବତ ୧,୬୪୩ ଗୋଟି ଲେଖା ଅଛି ।