"ଦୋହାକୋଷ ଓ ବୌଦ୍ଧ ଗାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪ କ ଧାଡ଼ି:
ଓଡ଼ିଆ ଭାଷାର ପୁରାତନ ରୂପରେ ଅନେକ ସାହିତ୍ୟ ରଚିତ ହୋଇଥିଲା । ଏହି ସାହିତ୍ୟ ସବୁର ବୌଦ୍ଧ ରଚନା କାଳରେ ବୌଦ୍ଧ ଧର୍ମ ଓଡ଼ିଶାରେ ଜନ୍ମ, ପ୍ରଚାର ଓ ପ୍ରସାର ଲାଭ କରିଥିଲା । ଏହାକୁ କେତେକ ଜାଗାରେ ଅପଭ୍ରଂଶ ସାହିତ୍ୟ ଓ ଭାଷା ବୋଲି ଅଭିହିତ କରାଯାଇଅଛି । [[ଓଡ୍ରି ଅପଭ୍ରଂଶ ଭାଷା]]ର ଚଳଣି ଆମ ଦେଶରେ ଆଗେ ଥିଲା ଯାହାର ଉଦାହରଣ ମାର୍କେଣ୍ଡେୟଙ୍କର ପ୍ରାକୃତ ପ୍ରକାଶ, <ref> ମାର୍କେଣ୍ଡେୟ. ପ୍ରାକୃତ ପ୍ରକାଶ</ref> ପୁରୁଷୋତ୍ତମ ଦେବଙ୍କର ପ୍ରାକୃତାନୁଶାସନ <ref> ପୁରୁଷୋତ୍ତମ ଦେବ. ପ୍ରାକୃତାନୁଶାସନ</ref> ଓ ଅନ୍ୟାନ୍ୟ [[ପ୍ରାକୃତ]] ବ୍ୟାକରଣମାନଙ୍କରେ ଦେଖିବାକୁ ମିଳିଥାଏ । ଓଡ଼ିଶାର ପ୍ରାଚୀନତମ ଅପଭ୍ରଂଶ ସାହିତ୍ୟ ମଧ୍ୟରେ ବୌଦ୍ଧଗାନ ଓ ଦୋହା ଗ୍ରନ୍ଥକୁ ଗ୍ରହଣ କରାଯାଇଥାଏ । ଏହାର ଭାଷା ଓ ଲିଖନ ଶୈଳୀକୁ ଅନୁଧ୍ୟାନ କଲେ ଏହା [[ଓଡ଼ିଆ ଭାଷା]] ଓ [[ଓଡ଼ିଆ ସାହିତ୍ୟ|ସାହିତ୍ୟ]]ର ପ୍ରାଚୀନତମ ରଚନା ବୋଲି ଜଣାଯାଇଥାଏ । ୮ମ-୧୨ଶ ଶତକ ମଧ୍ୟରେ ଓଡ଼ିଶା ଥିଲା ଏହି ଧର୍ମଧାରାର ପ୍ରଧାନ ପୀଠସ୍ଥଳୀ । ଆଜିର [[ରତ୍ନଗିରି]], [[ଲଳିତଗିରି]], [[କୋଲଣଗିରି]], [[ଉଦୟଗିରି]] ଆଦି [[ପୁଷ୍ପଗିରି ବିଶ୍ଵବିଦ୍ୟାଳୟ]]ର ଅଂଶବିଶେଷ ଥିଲା ଯେଉଁଠାରେ ଏକ ବିଶାଳ ଶିକ୍ଷାଳୟ ବା [[ମହାବିହାର]] ଥିଲା । [[ହୁଏନସାଙ୍ଗ]]ଙ୍କ [[ପୁଷ୍ପଗିରି ମହାବିହାର]]ର ବର୍ଣ୍ଣନା ଓଡ଼ିଶାରେ [[ବୌଦ୍ଧ ବାଦ]]ର ଚିତ୍ର ପ୍ରଦାନ କରିଥାଏ ।
 
[[ଫାଇଲ:Odia script in Dohakosa by Sarahapada.svg|thumb|300px|[[ଚଉରାଶି ସିଦ୍ଧ]]ଙ୍କ ମଧ୍ୟରୁ [[ସରହାପାଦ]]ଙ୍କ ଲିଖିତ ଚର୍ଯାଗୀତିରେ ଥିବା ଓଡ଼ିଆ ଲିପିର ବ୍ୟବହାର ସୂଚିତ କରିଥାଏ ଯେ ଏହା [[ଓଡ଼ିଆ ଲିପି]]ର ପୁରାତନ ରୂପ ।]]
==ଦୋହାକୋଷ==
ଦୋହାକୋଷର ଭାଷା [[ଶୌରସେଣୀ ଅପଭ୍ରଂଶ]], ଯାହା [[ଶୌରସେଣୀ ପ୍ରାକୃତ]]ର ବଂଶଧର ଅଟେ । ଏହି ଶୌରସେଣୀ ଅପଭ୍ରଂଶ ପରକାଳରେ ଅବହଟ ଭାବରେ ପରିଚିତ । ଅବହଟ ଭାଷାରେ [[ମୈଥିଳି ଭାଷା| ମୈଥିଳି]] କବି [[ବିଦ୍ୟାପତି]]ଙ୍କ ପ୍ରସିଦ୍ଧ ପୋଥି କୀର୍ତ୍ତିଲତା ରଚିତ ହୋଇଥିବାର ଜଣାଯାଇଥାଏ । <ref> ବିଦ୍ୟାପତି. ''କୀର୍ତ୍ତିଲତା''</ref> ଶୌରସେଣୀ ଅପଭ୍ରଂଶ ସେହିକାଳରେ ସାଧୁମାନଙ୍କର ଭାଷା ଥିଲା ଓ ସେଥିରେ ଅନେକ [[ବୌଦ୍ଧ ଧର୍ମ]] ଗ୍ରନ୍ଥ ମାନ ରଚିତ ହୋଇଥିଲା । [[ଓଡ଼ିଆ ଭାଷା]] ମୂଳତ [[ମାଗଧି ପ୍ରାକୃତ]] ଓ ଅପଭ୍ରଂଶ ସହିତ ସମ୍ବଧିତ ଯେଉଁଥିରେ ଶୌରସେଣୀ ଅପଭ୍ରଂଶର ପ୍ରଭାବ ରହିଅଛି । ତେବେ ଦୋହାକୋଷ ଅପଭ୍ରଂଶର ଭାଷା ବୌଦ୍ଧଗାନ ଓ ଦୋହାର ଅପଭ୍ରଂଶ ଭାଷାଠାରୁ ଅଲଗା ।