"ବିଚ୍ଛନ୍ଦଚରଣ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{stub}} {{Infobox writer <!-- For more information see Template:Infobox Writer/doc. --> | name = ବିଚ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୩୯ କ ଧାଡ଼ି:
 
==ଜୀବନକାଳ==
ବିଚ୍ଛନ୍ଦ ଚରଣ ଖୋର୍ଦ୍ଧା ନିକଟରେ ଥିବା ଜାଅଁଳା ନିବାସୀ ପିତା ଗୋଲୋକ କୃଷ୍ଣ ଓ ମାତା ରାଧାରାଣୀଙ୍କର ମଝିଆଁ ପୁଅ ଥିଲେ । ତାଙ୍କ ପିଲାବେଳରେ ସେ ବାପାଙ୍କ ପ୍ରଭାବରେ ଆଧ୍ୟାତ୍ମିକ ଓ କଳାନୁରାଗୀ ହୋଇଥିଲେ । ତେବେ ତାଙ୍କ ପୂର୍ବପୁରୁଷଙ୍କ ସଞ୍ଚିତ ଧନରାଶି ଖଳଲୋକଙ୍କ ଚକ୍ରାନ୍ତ ଯୋଗୁଁ ଧର୍ମ୍ରପ୍ରାଣ ପିତାଙ୍କ ଦେଇ ଧୀରେ ଧୀରେ ସଋସରି ଆସିବାରୁ ତାଙ୍କ ପରିବାରର ଆର୍ଥିକ ଅବନତି ଘଟିଲା । ଶାରୀରିକ ଅଚଳତା ହେତୁ ସେ ଅନେକ କାଳ ଚଳପ୍ରଚଳ କରିପାରୁନଥିଲେ । ଜଣେ କାଚରାଣୀର ସହାୟତାରେ ସବୁ ଦିନ ସକଳ ୯ ଘଟିକା ଯାଏଁ ତାଙ୍କ ପାଦ ଠାରୁ ଅଣ୍ଟା ପର୍ଯ୍ୟନ୍ତ ପୋଟାପୋତା ହୋଇ ରଖାଯାଉଥିଲା । ତିନିମାସ ପରେ ସେ ପାଦ ଘୋଷାଡ଼ି ଘୋଷାଡ଼ି ଚାଲିବା ଆରମ୍ଭ କଲେ । ତାଙ୍କର ବାଳଶିକ୍ଷା ଚାଟଶାଳୀରେ ଶେଷ ହୋଇଥିଲା । ସେ ପିଲାବେଳେ ସାହିତ୍ୟ ଓ ବ୍ୟାକରଣରେ ଅଗାଧ ଜ୍ଞାନ ଓ ରାମାୟଣ, ମହାଭାରତର ଚରିତ୍ର ମାନଙ୍କ ବିଷୟରେ ପରିଚିତି ଲାଭ କରିଥିଲେ ।
 
ଓଡ଼ିଆ ସହ ସେ ଇଂରାଜୀ ଓ [[ବଙ୍ଗଳା ଭାଷାରେଭାଷା]]ରେ ମଧ୍ୟ ଲିଖନ ପଠନରେ ଆଗଭର ଥିଲେ । ଖୋର୍ଦ୍ଧା ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଥିବା ତାଙ୍କ ବଡ଼ ଭାଇ [[ପଦ୍ମଚରଣ ପଟ୍ଟନାୟକ]]ଙ୍କ ପ୍ରେରଣାରେ ସେ ସୁପରିଚିତ ଇଂରାଜୀ କବି ମାନଙ୍କର କବିତାକୁ ଓଡ଼ିଆରେ ଅନୁବାଦ କରିଥିଲେ । ସେହିପରି [[ଉପେନ୍ଦ୍ର ଭଞ୍ଜ|କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ]], [[ଦୀନକୃଷ୍ଣ ଦାସ|ଦୀନକୃଷ୍ଣ]], [[ବଳଦେବ ରଥ|କବିସୂର୍ଯ୍ୟ ବଳଦେବ]] ଓ [[ଅଭିମନ୍ୟୁ ସାମନ୍ତ ସିଂହାର]]ଙ୍କ କବିତାବଳୀକୁ ଇଂରାଜୀରେ ଅନୁବାଦ କରିଥିଲେ ।
 
ସେ ପ୍ରାଚୀ ସମିତି ଦେଇ ପ୍ରକାଶିତ ଇଂରାଜୀ ପତ୍ରିକା ପ୍ରାଚୀର ସମ୍ପାଦନା ଭାର ବହନ କରୁଥିଲେ । ତାଙ୍କର ପ୍ରଥମ ସମ୍ପାଦକୀୟ ଖୁବ ଉନ୍ନତ ଇଂରାଜୀରେ ଲେଖା ଓ ଭାବଗର୍ଭକ ହୋଇଥିବା ଦେଖି [[ମଧୁସୂଦନ ଦାସ|ଉତ୍କଳ ଗୌରବ ମଧୁସୂଦନ ଦାସ]] ତାଙ୍କୁ ଜଣାଇଥିଲେ :
{{Cquote|ମୁଁ ମାନେମନେ କରିଥିଲି ଯେ ମୋ ପରି ଇଂରାଜୀରେ ଲେଖିବା ବ୍ୟକ୍ତି ଓଡ଼ିଶାରେ[[ଓଡ଼ିଶା]]ରେ ଆଉ କେହି ଜଣେ ରହିବେ ନାହିଁ । କିନ୍ତୁ ଏବେ ବୁଝିଲି ତୁମେ ହିଁ ମୋ ସ୍ଥାନ ପୂରଣ କଲ । ମଧୁସୂଦନ ଦାସ ଆଉ କାହା ପାଖକୁ ଯାଏନାହିଁ । ସମସ୍ତେ ତା ପାଖକୁ ଆସନ୍ତି । କିନ୍ତୁ ତୁମ ଅପୂର୍ବ ପ୍ରତିଭାକୁ ସମ୍ମାନ ଜଣାଇବାକୁ ମୁଁ ଆଜି ଏ ନିୟମର ବ୍ୟତିକ୍ରମ କଲି । ତୁମେ ଯଦି ଶିଶୁ ହୋଇଥାନ୍ତ ତାହା ହେଲେ ମୁଁ ତୁମକୁ ଡାକ୍ତରଙ୍କ ଦ୍ଵାରା ଖଞ୍ଜତ୍ଵରୁ ମୁକ୍ତ କରିଥାନ୍ତି ।|25px||[[ମଧୁସୂଦନ ଦାସ|ଉତ୍କଳ ଗୌରବ ମଧୁସୂଦନ ଦାସ]]}}
 
ସତ୍ୟବାଦୀର [[ବନ ବିଦ୍ୟାଳୟ]]ରେ ସେ କିଛି କାଳ ବିଦ୍ୟାଲାଭ କରିଥିଲେ । ସେହି କାଳରେ ସେ [[ଉତ୍କଳମଣି ଗୋପବନ୍ଧୁ]], [[ପଣ୍ଡିତ ଗୋଦାବରୀଶ]], [[ପଣ୍ଡିତ ନୀଳକଣ୍ଠ]], [[ଆଚାର୍ଯ୍ୟ ହରିହର]] ଆଦି ମହାମନୀଷୀଙ୍କର ଦେଇ ଦେଶ ଓ ଜାତି ପ୍ରେମ, ଶୃଙ୍ଖଳା, ସମୟାନୁବର୍ତ୍ତିତା ଆଦିରେ ଅନୁପ୍ରାଣିତ ହୋଇଥିଲେ । [[ମହାତ୍ମା ଗାନ୍ଧୀ]]ଙ୍କ ଦେଇ ସଙ୍ଘଟିତ [[ଅସହଯୋଗ ଆନ୍ଦୋଳନ]]ରେ ଯୋଗ ଦେଇ ସେ ପଢ଼ା ଛାଡ଼ି ଘରକୁ ଫେରି ଆସିଥିଲେ । ତେବେ ଏହାକୁ ତାଙ୍କ ପରିବାର ଲୋକେ ନାପସନ୍ଦ କରିବାରୁ ସେ ଏହି ଆନ୍ଦୋଳନରେ ପରୋକ୍ଷ ଭାବରେ ଭାଗ ନେଇଥିଲେ ।
 
==ରଚନାବଳୀ==