"ସୋମନାଥ ରଥ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ added Category:୮ମ ଲୋକ ସଭା ସଭ୍ୟ using HotCat |
ଟିକେ Regular Spelling Fix |
||
୨୯ କ ଧାଡ଼ି:
}}
'''ସୋମନାଥ ରଥ ''' (୧୯୨୪-୨୦୧୩) [[ଗଞ୍ଜାମ ଜିଲ୍ଲା]]ର ସୋରଡା ବ୍ଳକ ଅନ୍ତର୍ଗତ ବଡ଼ଗଡ଼ ଗ୍ରାମରେ ଜନ୍ମିତ ଜଣେ ପ୍ରଖ୍ୟାତ ଓକିଲ ଓ ରାଜନୈତିକ ନେତା ଥିଲେ। ସେ [[ଓଡ଼ିଶା ବିଧାନ ସଭା]]ର ବାଚସ୍ପତି ଭାବେ ୧୯୮୦ରୁ ୧୯୮୪ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ । <ref>{{cite news|title= Former Odisha speaker Somnath Rath passes away|url=http://www.odishareporter.in/top_news/former-odisha-speaker-somnath-rath-passes-away|accessdate=9 October 2013|newspaper=ଓଡ଼ିଶା ରିପୋର୍ଟର}}</ref> ୨୦୧୩ ଅକ୍ଟୋବର ମାସ ୭ତାରିଖ ରାତି ୮ଟା ବେଳେ ବରିଷ୍ଠ କଂଗ୍ରେସ ନେତା, ବିଧାନ ସଭାର ପୂର୍ବତନ ବାଚସ୍ପତି ଓ ସାଂସଦ ସୋମନାଥ ରଥଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ପିତା କାଶୀନାଥ ରଥ ଓ ମାତା ସାବିତ୍ରୀ ଦେବୀ ଭଞ୍ଜନଗରରେ ଆସି ବାସ କରିବା ପରେ ସୋମନାଥ ତାଙ୍କର ସ୍କୁଲ ଜୀବନ ଭଞ୍ଜନଗରରେ ଆରମ୍ଭ କରିଥିଲେ । ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ହାଇସ୍କୁଲ ଓ ପରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ଗ୍ରାଜୁଏସନ୍ ପରେ କଟକ ମଧୁସୂଦନ ଲ'କଲେଜରେ ଓକିଲାତି ଶିକ୍ଷାଲାଭ କରିଥିଲେ । ୧୯୫୧ରୁ ଓକିଲାତିକୁ ପେସା ଭାବେ ଗ୍ରହଣ କରିଥିଲେ । ଛାତ୍ରଜୀବନରୁ କଂଗ୍ରେସ ରାଜନୀତିରେ ସଂପୃକ୍ତ ସୋମନାଥ ପ୍ରଥମେ ଆର୍ସିଏମ୍ଏସ୍ର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । କଂଗ୍ରେସ ଦଳର ଅନେକ ସାଂଗଠନିକ ପଦ ପଦବୀରେ ରହି ସେ ପ୍ରଥମଥର ପାଇଁ ୧୯୭୧ରେ ଭଞ୍ଜନଗରର ବିଧାନ ସଭା ଆସନରୁ ନିର୍ବାଚିତ ହୋଇଥିଲେ । ପୁଣିଥରେ ସେ ୧୯୭୪ରେ ଭଞ୍ଜନଗର ଆସନରୁ ବିଜୁ ପଟ୍ଟନାୟକଙ୍କୁ ପରାଜିତ କରି ବିଧାନ ସଭାକୁ ନିର୍ବାଚିତ ହୋଇ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ରାଜ୍ୟର ସ୍ୱାସ୍ଥ୍ୟ ଓ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୧୯୭୭ ନିର୍ବାଚନରେ କଂଗ୍ରେସର ପରାଜୟ ହୋଇଥିଲା । ସେ ମଧ୍ୟ ପରାଜିତ ହୋଇଥିଲେ । ତେବେ ୧୯୮୦ରେ ପୁନର୍ବାର ନିର୍ବାଚିତ ହୋଇ ୧୯୮୪ ପର୍ଯ୍ୟନ୍ତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ବିଧାନ ସଭାରେ ବାଚସ୍ପତି ଆସନ ଅଳଙ୍କୃତ କରିଥିଲେ । ସେ ୧୯୮୪ରୁ ୧୯୮୫ ପର୍ଯ୍ୟନ୍ତ ରାଜ୍ୟ କୃଷିମନ୍ତ୍ରୀ ଭାବେ ସେ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୮୫ରେ ଆସିକା ଲୋକ ସଭା ଆସନରୁ ନିର୍ବାଚିତ ହୋଇଥିଲେ । ଲୋକ ସଭାର ପେନାଲ୍ ବୋର୍ଡ ଚେୟାରମେନ୍ ମଧ୍ୟ ହୋଇଥିଲେ । ସେ ଥିଲେ ଭଞ୍ଜନଗର ସହରର ନବ ନିର୍ମାତା । ତାଙ୍କର ଶାସନ କାଳ ମଧ୍ୟରେ ସହରର ବିକାଶ ପାଇଁ ଅନେକ କାର୍ଯ୍ୟ କରିଯାଇଛନ୍ତି । ଭଞ୍ଜନଗରର ସାବିତ୍ରୀ ମହିଳା ମହାବିଦ୍ୟାଳୟ, ଦୂରଦର୍ଶନ କେନ୍ଦ୍ର ପ୍ରତିଷ୍ଠା କରାଇଥିଲେ । ସେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ତାଙ୍କରି ଉଦ୍ୟମ ଯୋଗୁଁ ଗଢ଼ି ଉଠିଥିଲା କେଏସୟୁବି କଲେଜର ପ୍ରତିଷ୍ଠାତା ସଦସ୍ୟ ଥିଲେ । ସେହିପରି ତାଙ୍କ ସମୟରେ ଆଇନ ମହାବିଦ୍ୟାଳୟ ଓ ପିଜି କ୍ଳାସ୍ ଆରମ୍ଭ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏହି ଦୁଇଟି ମହାବିଦ୍ୟାଳୟ କିଛିବର୍ଷ ଚାଲିବା ପରେ ବନ୍ଦ ହୋଇଯାଇଥିଲା । ଭଞ୍ଜନଗର କୃଷିବିଜ୍ଞାନ କେନ୍ଦ୍ର, ଦମକଳ କେନ୍ଦ୍ର, ମତ୍ସ୍ୟ ଜାଆଁଳ କେନ୍ଦ୍ର, ଡହ ମଧ୍ୟମ ଜଳସେଚନ ଯୋଜନା, ଭିତିରି ବେଡିଗୋବା କ୍ଷୁଦ୍ର ଜଳପକଳ୍ପ, ସାହିତ୍ୟ ପରିଷଦ, କବିସମ୍ରାଟ ଷ୍ଟାଡିୟମ୍, ଭଞ୍ଜନଗରରେ ସିଭିଲ୍ କୋର୍ଟ,
==ଆଧାର==
{{ଆଧାର}}
|