"ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଉନ୍ନତ ଛବି
ଟିକେ Fix joint words
୩୮ କ ଧାଡ଼ି:
 
ଖଣ୍ଡବିଖଣ୍ଡିତ ଉତ୍କଳର ଏକୀକରଣ ତଥା ଭାଷାଭିତ୍ତିରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠନ କରିବା ପାଇଁ ଯେଉଁ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ଏବଂ ଉକ୍ତ କାର୍ଯ୍ୟରେ ଉତ୍କଳଗୌରବ ମଧୁସୂଦନଙ୍କୁ ଯେଉଁ କେତେଜଣ ମନିଷୀ ସହାୟତା କରିଥିଲେ, ସେମାନଙ୍କ ମଧ୍ୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଥିଲେ ଅଗ୍ରଗଣ୍ୟ । [[ମଧୁସୂଦନ ଦାସ]]ଙ୍କ ବଳିଷ୍ଠ ନେତୃତ୍ୱରେ ସଂଗଠିତ ଏହି [[ଓଡ଼ିଆ ଭାଷା ଆନ୍ଦୋଳନ]]ରେ ଯୋଗଦାନ କରି ଭାଷା ଭିତ୍ତିରେ [[ଓଡ଼ିଶା|ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ]] ଗଠନରେ ସେ ସଚଳ ଯୋଗଦାନ କରିଥିଲେ । ଇଂରେଜମାନେ ୧୮୦୩ ମସିହାରେ ଓଡ଼ିଶାକୁ ଅଧିକାର କରିଥିଲେ। ଠିକ୍‌ ତା’ର ୧୦୦ବର୍ଷ ପରେ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକାଠି କରିବା ପାଇଁ ୧୯୦୩ ମସିହା ଡିସେମ୍ବର ମାସ ୩୦ ତାରିଖରେ [[ଉତ୍କଳ ସମ୍ମିଳନୀ]]ର ପ୍ରଥମ ଅଧିବେଶନ ବସିଥିଲା । ଶ୍ରୀରାମ ଚନ୍ଦ୍ର [[ଉତ୍କଳ ସମ୍ମିଳନୀ|ଉତ୍କଳ ସମ୍ମିଳନୀର]] ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ । ଏହି ସମ୍ମିଳନୀର କଠୋର ପରିଶ୍ରମ ବଳରେ [[ଓଡ଼ିଶା ଦିବସ|୧୯୩୬ ଏପ୍ରିଲ ପହିଲା]]ରେ [[ଓଡ଼ିଶା|ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ]] ଗଠିତ ହୋଇଥିଲା ।
ମହାରାଜା ଶ୍ରୀରାମଚନ୍ଦ୍ର ମାତୃଭୂମି ଓଡ଼ିଶାକୁ ଏପରି ପ୍ରାଣର ସହିତ ଭଲ ପାଉଥିଲେ ତାହା ତାଙ୍କର ସେହି ସମୟର ବତ୍କୃତାରୁ ଜଣାପଡ଼େ। ସେ କହିଥିଲେ “ସ୍ୱଦେଶ ପ୍ରତି ଯେପରି ସ୍ନେହ, ସେହିପରି ମାତୃଭାଷା ପ୍ରତି ସ୍ନେହ କରିବା ଦରକାର। ଓଡ଼ିଆ ଭାଷାର ଯେତେ ଦୂର ଉନ୍ନତି ହେବା କଥା ସେତେ ଦୂର ଉନ୍ନତି ହୋଇ ନାହିଁ ତଥାପି ଉତ୍କଳର ସାହିତ୍ୟାକାଶରେ ଉଜ୍ଜଳ ତାରକାର ଅଭାବ ନାହିଁ।” ଏଥିରୁ ଶ୍ରୀରାମଚନ୍ଦ୍ରଙ୍କର ସ୍ୱଦେଶ ପ୍ରୀତି ଫୁଟି ଉଠିଛି। ରାଜକୁଳରେ ଜନ୍ମ ହୋଇ ମଧ୍ୟ ସେ ଅତ୍ୟନ୍ତ ସରଳ, ନମ୍ର, ସାହସୀ ଓ ପରମ ଜ୍ଞାନୀ ଥିଲେ । ଧନ-ସମ୍ପଦ ମଧ୍ୟରେ ବଢ଼ି ରାଜ ସିଂହାସନରେ ବସି ମଧ୍ୟ ଶ୍ରୀରାମଚନ୍ଦ୍ର ଦିନେ ହେଲେ ଦେଶବାସୀଙ୍କ ଠାରୁଦେଶବାସୀଙ୍କଠାରୁ ଅଲଗା ବୋଲି ମନେ କରୁନଥିଲେ । ତାଙ୍କର ଦେଶପ୍ରୀତିର ପଟ୍ଟାନ୍ତର ନାହିଁ। ସର୍ବଧର୍ମ ସମନ୍ୱୟ ମତବାଦ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଥିଲା । ସେ କହୁଥିଲେ, “ହିନ୍ଦୁ ହେଉ ଅଥବା ମୁସଲମାନ ହେଉ, କି ଖ୍ରୀଷ୍ଟିଆନ କି ବୌଦ୍ଧ ବା ଅପର ଧର୍ମାବଲମ୍ବୀ ହେଉ, ସମସ୍ତେ ଏକ ପରମେଶ୍ୱରଙ୍କ ସନ୍ତାନ।”
 
ମୟୂରଭଞ୍ଜର ଅରଣ୍ୟ ସମ୍ପଦ ଓ ଖଣିଜ ସମ୍ପଦର ସେ ପୁନର୍ମୂଲ୍ୟାୟନ କରିଥିଲେ ଏବଂ ତାଙ୍କ ଅମଳରେ ବୈଜ୍ଞାନିକ ଉପାୟରେ ଲୌହ ଉତ୍ପାଦନ ଆରମ୍ଭ ହୋଇଥିଲା । କାଠ, ପଥର, ମଠା, ଟସର ଶିଳ୍ପ ଆଦି ବିଷୟରେ ସେ ଯଥେଷ୍ଟ ଆଗ୍ରହ ପ୍ରକାଶ କରି ପ୍ରଜାମାନଙ୍କୁ ଅର୍ଥ ସାହାଯ୍ୟ ଦେଇ କଳକାରଖାନାମାନ ବସାଇଥିଲେ। ସେ ରାଜଧାନୀ ବାରିପଦାରେ ଏକ ଦୁଷ୍ପ୍ରାପ୍ୟ ପୁସ୍ତକାଳୟ, ଡାକ୍ତରଖାନା ଆଦି ବହୁ ଲୋକ ହିତକର କାର୍ଯ୍ୟ କରିଥିଲେ। ଜମି ବନ୍ଦୋବସ୍ତ ଓ ସ୍ୱତ୍ତ୍ୱ ନିର୍ଦ୍ଧାରଣରେ ଚାଷୀ ଓ କୃଷକ ଯେପରି ଉପକୃତ ହେବେ ସେ ଦିଗରେ ପ୍ରଗାଢ଼ ଉଦ୍ୟମ ଚଳାଇଥିଲେ। ମାତ୍ର ୨୦ ବର୍ଷ ଶାସନ କାଳ ମଧ୍ୟରେ ଜଣେ ପ୍ରଜାନୁରଞ୍ଜନ ରାଜା ହିସାବରେ ସେ ସମଗ୍ର ଭାରତରେ ଖ୍ୟାତିଲାଭ କରିଥିଲେ। କେତେ ବର୍ଷ ଭିତରେ ଶ୍ରୀରାମଚନ୍ଦ୍ରଙ୍କର ଏହି ଶାସନ ପ୍ରଣାଳୀ ଦେଖି ଇଂରେଜ ସରକାର ତାଙ୍କୁ “ମହାରାଜା” ଉପାଧି ପ୍ରଦାନ କରିଥିଲେ। ଏକ ଆଦର୍ଶ ରାଜ୍ୟ ଗଠନ କରିବା ପାଇଁ ସେ ପୃଥିବୀ ଭ୍ରମଣରେ ବାହାରିଥିଲେ। ୧୯୧୦ ମସିହା ମେ ମାସ ୮ ତାରିଖରେ ଏହି ଯାତ୍ରା ଆରମ୍ଭ ହେଲା । ପ୍ରଥମେ ସେ ଚୀନ ପରିଭ୍ରମଣ କରି ତା’ପରେ ଜାପାନ, ଆମେରିକା ଓ ଇଂଲଣ୍ଡ ପ୍ରଭୃତି ସ୍ଥାନକୁ ଯାଇ ସେଠାରୁ ସବିଶେଷ ଜ୍ଞାନ ଆହରଣ କରିବା ପରେ ତାହା କିଭଳି ଭାବରେ ଲୋକ ହିତକର କାର୍ଯ୍ୟରେ କାର୍ଯ୍ୟକାରୀ କରାଯାଇ ପାରିବ ସେ ଦିଗରେ ପ୍ରଗାଢ଼ ଉଦ୍ୟମ କରିଥିଲେ ।