"କାଞ୍ଚି ଅଭିଯାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ମାନକ ବନାନ (via JWB)
ଟିକେ Fix joint words
୧୪ କ ଧାଡ଼ି:
==ଅଧିକ ତଥ୍ୟ==
===ମାଣିକ ଗଉଡୁଣୀ କାହାଣୀ===
'''[[ମାଣିକ ଗଉଡୁଣୀ]] କାହଣୀ''':-କାଞ୍ଚି ଅଭିଯାନରେ ବିଜୟୀ ହୋଇ କଳାଘୋଡ଼ା, ଧଳାଘୋଡ଼ାରେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ସୈନିକ ସାଜି ଫେରୁଥାନ୍ତି ।ଫେରିବା ବେଳେ ରାସ୍ତାରେ ପ୍ରବଳ ଖରା ହେଉଥାଏ । ମାଣିକ ନାମକ ଜଣେ ଗଉଡୁଣୀ ସେହି ରାସ୍ତାରେ ଦହି ବିକୁଥିଲା । ପ୍ରବଳ ଖରାରେ ନିଜର ତୃଷା ମେଣ୍ଟାଇବା ପାଇଁ ଉଭଏ ସେଠାରେ ଅଟକି ଗଲେ । ଏବଂ ମାଣିକ ଗଉଡୁଣୀଠାରୁ ଦହି ପିଇ ନିଜର ତୃଷା ମେଣ୍ଟାଇଲେ । କିନ୍ତୁ ବଦଳରେ ମାଣିକା ଗଉଡୁଣିକୁ ଦେବା ପାଇଁ ଦୁହିଁଙ୍କ ପାଖେ ପୈସା ନଥିଲା, ଫଳରେ ନିଜ ପିନ୍ଧା ହାତରୁ ମୁଦିଟିଏ କାଢ଼ି ତାକୁ ଦେଇଥିଲେ ଏବଂ ପଛରେ ଆସୁଥିବା ରାଜାଙ୍କ ଠାରୁରାଜାଙ୍କଠାରୁ ମୁଦି ଦେଖାଇ ପଈସା ଆଦାୟ କରିବା ପାଇଁ କହିଥିଲେ । ମାତ୍ର ମାଣିକ ଗୌଡୁଣୀ ତାହାର ମୂଲ୍ୟ ବୁଝିନଥିଲା । ସେ ମୁଦି ସାମାନ୍ୟ ମୁଦି ନୁହେଁ, ସେ ହେଉଛି ଜଗନ୍ନାଥଙ୍କ ରତ୍ନ ମୁଦି । ସେ ବହୁ କଷ୍ଟରେ ସେ ମୁଦିଟିକୁ ରଖିଥିଲା । ରାଜାଙ୍କୁ ସେ ମୁଦି ଦେଇ ଦହି ପଇସା ଆଦାୟ କରିବ ବୋଲି ଜଗି ବସିଥିଲା । କିଛି ସମୟ ପରେ ସେ ରାସ୍ତାରେ ରାଜା ସୈନ୍ୟ ସମାନ୍ତ ଧରି ଯୁଦ୍ଧରେ ବିଜୟ ଲାଭ କରି ଫେରୁଥିଲେ । ମାଣିକ ଗଉଡୁଣି ସେ ମୁଦି ଦେଖାଇ କହିଥିଲା,"ତୁମର ଦୁଇ ଜଣ ସୈନିକ ଦହି ପିଇ ଏହି ମୁଦି ଦେଇ ଯାଇଛନ୍ତି, ଓ ଏହାକୁ ନଦେଖାଇ ଦହି ପଇସା ତୁମଠୁ ଆଦାୟ କରିବା ପାଇଁ କହିଛନ୍ତି ।" ରାଜା ସେହି ମୁଦି ଦେଖିଲେ ଏବଂ ଚିହ୍ନିଲେ ଯେ ସେ ମୁଦିଟି ହେଉଛି ମହାପ୍ରଭୁଙ୍କ ରତ୍ନମୁଦି । ମାଣିକ ଗୌଡୁଣୀକୁ କହିଲେ, ମୁଁ ପ୍ରଥମ ସେବକ ହୋଇ ଜଗନ୍ନାଥ ଓ ବଳଭଦ୍ରଙ୍କୁ ସଶରୀରେ ଦେଖିନଥିଲି । ତୁ ଯାହାକୁ ଦହି ପିଆଇଛୁ ସେ ଆଉ କେହି ନୁହନ୍ତି, ନିଜେ ମହାପ୍ରଭୁ ଜଗନ୍ନାଥ ଏବଂ ବଳଭଦ୍ର । ପ୍ରଭୁଙ୍କ ସକ୍ଷାତ ଦର୍ଶନ କରିଥିବା ଯୋଗୁଁ, ମହାରାଜା ଉକ୍ତ ଗାଁଟିକୁ ମାଣିକ ଗଉଡୁଣି ନାମରେ ନାମିତ କରିଥିଲେ । ସେହି ଦିନଠାରୁ ଉକ୍ତ ଗାଁଟି ମାଣିକପାଟଣା ନାମରେ ପରିଚିତ ହେଲା ।
===ଶ୍ରୀ ସିଦ୍ଧ ବାସେଳୀ କିମ୍ବଦନ୍ତୀ===