"ଲକ୍ଷ୍ମଣ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବହୁପ୍ରଚଳିତ ବନାନ (ଛଡାଇ -> ଛଡ଼ାଇ) (via JWB)
କିଛି ତଥ୍ୟ ତୃଟିପୂର୍ଣ୍ଣ ଥିଲା
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
ସହୀଦ ଲକ୍ଷ୍ମଣ ନାୟକ (୨୨ ନଭେମ୍ବର ୧୮୯୯ - ୨୯ ମାର୍ଚ୍ଚ ୧୯୪୩) ଓଡ଼ିଶାର ଜଣେ ଅଗ୍ରଣି ସ୍ୱାଧୀନତା ସଂଗ୍ରାମୀ । ଆଦିବାସୀଙ୍କ ଇଲାକା ହୋଇଥିବାରୁ ଆଦିବାସୀ ପାଇଁ ସେ ମାଲକାନାଗିରିର ଗାନ୍ଧି ଭାବେ ପ୍ରସିଦ୍ଧ ଥିଲେ । ସହୀଦ ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
 
ପିତା ପଦଲାମ ନାୟକ ଓ ମାତା ସମାରି ନାୟକ ଥିଲେ ।
ସହୀଦ ଲକ୍ଷ୍ମଣ ନାୟକ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ନାୟକ ଓ ସାନଭାଇ ଧନ ନାୟକ ।
ତାଙ୍କ ପିତା ପଦଲାମ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ଜୀବିକା । ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ କୋରାପୁଟ ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ରୁ ୧୯୨୦ ) ମୁସ୍ତାଦାର ବା ନାୟକ ପଦରେ ନିଯୁକ୍ତ କରିଥିଲେ । ଦାୟିତ୍ୱ ଥିଲା ତେନ୍ତୁଲିଗୁମା, ସାନଗୁମ୍ମା, ବେଜୁଣୀଗୁଡା, ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ କରିବା ।
 
ସଂକ୍ଷିପ୍ତ ବ୍ୟକ୍ତିଗତ ଜୀବନ:
 
ନିକଟରେ କୌଣସି ବିଦ୍ୟାଳୟ ନ ଥିବାରୁ କୋଲାବ ନଦୀ କୁଳର ବାଲିପଠାକୁ ସିଲଟ ଭାବରେ ବ୍ୟବହାର କରି ପିତା ପଦଲାମଙ୍କଠାରୁ ଅକ୍ଷର ଶିକ୍ଷା କରିଥିଲେ ସହୀଦ ଲକ୍ଷ୍ମଣ ନାୟକ । ତେନ୍ତୁଲିଗୁମ୍ମାର ଲୋକମାନେ ଓଡ଼ିଆ, ପରଜା, ଗାଦବା ଭାଷା ମିଶାମିଶି ଦେଶିଆ ଭାଷା କହୁଥିଲେ । ଲକ୍ଷ୍ମଣ ନାୟକ ଉଭୟ ଦେଶିଆ ଓ ଓଡ଼ିଆ ଭାଷା କହିପାରୁଥିଲେ । ୧୯ ବର୍ଷ ବୟସରେ ସାନଗୁମ୍ମାର ଘାସି ଭୁମିୟାଙ୍କ କନ୍ୟା ମଙ୍ଗୁଳି ଭୁମିଆଙ୍କୁ ବିବାହ କରିଥିଲେ ।
ସେ ଆଦିବାସୀମାନଙ୍କ ମଧ୍ୟରେ ପ୍ରଚଳିତ ଗୁଣିଆ ଓ ଦିଶାରି ବୃତ୍ତିରେ ପାରଙ୍ଗମ ଥିଲେ । ଗୁଣିଆ ବୃତ୍ତି ହେଉଛି ଆଦିବାସୀମାନଙ୍କ ମଧ୍ୟରେ ଡାକ୍ତରୀ ବିଦ୍ୟା । ଜଣେ ଗୁଣିଆକୁ ବଣଜଙ୍ଗଲରୁ ଔଷଧୀୟ ସାମଗ୍ରୀ ସଂଗ୍ରହ କରିବା ସହ ଝାଡଣ, ଫୁଙ୍କଣ ଆଦି କରିବାକୁ ପଡେ । ଦିଶାରି ବୃତ୍ତି ହେଉଛି ଦେବାରାଧନା ବା ପୂଜକର ଦାୟିତ୍ୱ ।
 
୧୯୩୦ ମସିହାରେ ପିତା ପଦଲାମ ବୟସାଧିକ୍ୟ କାରଣରୁ ଅବସର ନେବାପରେ ଲକ୍ଷ୍ମଣ ନାୟକଙ୍କୁ ଜୟପୁର ରାଜାଙ୍କ ନିକଟେରେ ମୁସ୍ତାଦାର୍ ଭାବରେ ନିୟୁକ୍ତି କରାଯାଇଥିଲା । ଏହାପରେ ସେ ଲକ୍ଷ୍ମଣ ଭୁମିୟାରୁ ଲକ୍ଷ୍ମଣ ନାୟକ ଭାବରେ ପରିଚିତ ହୋଇଥିଲେ ।
 
==ସମୟସାମୟିକ ଆଦିବାସୀ ବିପ୍ଲବ==