"ଯାଜପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: Reverted ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: Reverted ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୬୬ କ ଧାଡ଼ି:
'''ଯାଜପୁର''' ନଦୀରେ ଭରା [[ଓଡ଼ିଶା]]ର ଏକ ସହର । ଏହାର ଉତ୍ତର ଦିଗରେ [[ଭଦ୍ରକ ଜିଲ୍ଲା]] ଅଛି । ଯାଜପୁରଠାରେ ଥିବା [[ବିରଜା ମନ୍ଦିର]] [[ଓଡ଼ିଶା]]ର ସର୍ବତ୍ର ପରିଚିତ, ଯାଜପୁରକୁ ସେଇଥିପାଇଁ ବିରଜା କ୍ଷେତ୍ର ବୋଲି କୁହାଯାଏ । କେଶରୀ ରାଜାଙ୍କ ଶାସନ କାଳରେ ଏହା [[ଓଡ଼ିଶା]]ର ରାଜଧାନୀ ଥିଲା, କାଳକ୍ରମେ [[କଟକ]]କୁ ଉଠିଗଲା [[ଓଡ଼ିଶା]]ର ରାଜଧାନୀ । "ଯାଜପୁର" ଶବ୍ଦର ବ୍ୟୁତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ "ୟାଜ୍" ଅର୍ଥାତ୍ ୟଜ୍ଞ କରିବା ରୁ, ବା ଏହା ଯାଗୟଜ୍ଞ କରିବାକୁ ବୁଝାଏ । ଏଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯଜ୍ଞ କରାଇଥିଲେ ଏବଂ କାନ୍ୟକୁବ୍ଜରୁ ୧୦,୦୦୦ ବ୍ରାହ୍ମଣ ଅଣାଇଥିଲେ ତଥା [[ଓଡ଼ିଶା|ଓଡ଼ିଶାରେ]] ସେମାନଙ୍କୁ ଜାଗା ଜମି ଦେଇ ଶାସନ ଦାନ କରିଥିଲେ । ତେଣୁ ଏହି ସ୍ଥାନକୁ ଯାଜପୁର, ଯାଜନଗର, ୟଜ୍ଞପୁର ମଧ୍ୟ କୁହାଯାଏ ।
 
"[ଅଭିନବ ଯାଜପୁର] ଇତିହାସ ପୁରୁଷ ଯାଜପୁର ଉତ୍କଳୀୟ ସଭ୍ୟତା,ସଂସ୍କୃତି,ପରମ୍ପରାର ଗର୍ଭଗୃହ । ଏହା ଉତ୍କଳର ପ୍ରାଚୀନତମ ରାଜଧାନୀ ରୂପେ କୀର୍ତିତ । ମାନବ ସଭ୍ୟତା ଆରମ୍ଭରୁ ବର୍ତମାନ ପର୍ଯ୍ୟନ୍ତ ଯାଜପୁର ତା'ର ଗରିମାମୟ ଗୌରବକୁ ସମୟର ବିପୁଳ ଘାତ ପ୍ରତିଘାତ ସତ୍ତ୍ୱେ ଅକ୍ଷୁଣ୍ଣ ରଖିପାରିଛି । ପୂଣ୍ୟତୋୟା ବୈତରଣୀ କୂଳରେ ଗଢ଼ିଉଠିଥିବା ଏହି ନଗରୀ ମଧ୍ୟରେ ସମାହିତ ହୋଇଛି ବର୍ଷବ୍ୟାପୀ ସଭ୍ୟତା,ସଂସ୍କୃତି, ରାଜତନ୍ତ୍ରର ଜଡତତ୍ତ୍ଵ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଶାସକ,ଭିନ୍ନ ଧର୍ମଧାରା ଅଥଚ ଏକାଧିକ ମତବାଦର ଏହା ହୋଇଛି ପରିପୃଷ୍ଟ।
 
ଶାକ୍ତ,ଶୈବ,ଜୈନ,ବୌଦ୍ଧ,ବୈଷ୍ଣବ,ଇସଲାମ ସଂସ୍କୃତିର ମିଳନରେ ଏହା ସର୍ବମୈତ୍ରୀ ଧର୍ମର ପ୍ରାଣୋଚ୍ଛ୍ଵାସ ଅଦ୍ୟାପି ବିଦ୍ୟମାନ । ଖୁବ୍ ସମ୍ଭବ ଉତ୍ତରୀ ଆର୍ଯ୍ୟ ସଭ୍ୟତାର ଦକ୍ଷିଣୀ ବିସ୍ତାରିକରଣ ଏହିଠାରୁ ହିଁ ଆରମ୍ଭ ହୋଇଛି । ଆର୍ଯ୍ୟମାନେ ଉତ୍ତର ଦିଗରୁ ଦକ୍ଷିଣ ପଥକୁ ଅଗ୍ରସର ହୋଇ ସର୍ବପ୍ରଥମେ ଏହି ଅଞ୍ଚଳରେ ବସତି ସ୍ଥାପନ କରିଥିଲେ । ବୈତରଣୀ ନଦୀ ଉପତ୍ୟକାରେ ଗଢ଼ି ଉଠିଥିଲା ଆର୍ଯ୍ୟମାନଙ୍କ ବସତି ।
"https://or.wikipedia.org/wiki/ଯାଜପୁର"ରୁ ଅଣାଯାଇଅଛି