"ଯାଜପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
No edit summary
ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୬୪ କ ଧାଡ଼ି:
 
{{About| 'ଯାଜପୁର ସହର'| 'ଯାଜପୁର ଜିଲ୍ଲା' ନିମନ୍ତେ|ଯାଜପୁର ଜିଲ୍ଲା}}
'''ଯାଜପୁର''' ନଦୀରେ ଭରା [[ଓଡ଼ିଶା]]ର ଏକ ସହର । ଏହାର ଉତ୍ତର ଦିଗରେ [[ଭଦ୍ରକ ଜିଲ୍ଲା]] ଅଛି । ଯାଜପୁରଠାରେ ଥିବା [[ବିରଜା ମନ୍ଦିର]] [[ଓଡ଼ିଶା]]ର ସର୍ବତ୍ର ପରିଚିତ, ଯାଜପୁରକୁ ସେଇଥିପାଇଁ ବିରଜା କ୍ଷେତ୍ର ବୋଲି କୁହାଯାଏ । କେଶରୀ ରାଜାଙ୍କ ଶାସନ କାଳରେ ଏହା [[ଓଡ଼ିଶା]]ର ରାଜଧାନୀ ଥିଲା, କାଳକ୍ରମେ [[କଟକ]]କୁ ଉଠିଗଲା [[ଓଡ଼ିଶା]]ର ରାଜଧାନୀ । "ଯାଜପୁର" ଶବ୍ଦର ବ୍ୟୁତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ "ୟାଜ୍" ଅର୍ଥାତ୍ ୟଜ୍ଞ କରିବା ରୁ, ବା ଏହା ଯାଗୟଜ୍ଞ କରିବାକୁ ବୁଝାଏ । ଏଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯଜ୍ଞ କରାଇଥିଲେ ଏବଂ କାନ୍ୟକୁବ୍ଜରୁ ୧୦,୦୦୦ ବ୍ରାହ୍ମଣ ଅଣାଇଥିଲେ ତଥା [[ଓଡ଼ିଶା|ଓଡ଼ିଶାରେ]] ସେମାନଙ୍କୁ ଜାଗା ଜମି ଦେଇ ଶାସନ ଦାନ କରିଥିଲେ । ତେଣୁ ଏହି ସ୍ଥାନକୁ ଯାଜପୁର, ଯାଜନଗର, ୟଜ୍ଞପୁର ମଧ୍ୟ କୁହାଯାଏ ।ଅଭିନବ ଯାଜପୁର
 
ଇତିହାସ ପୁରୁଷ ଯାଜପୁର ଉତ୍କଳୀୟ ସଭ୍ୟତା,ସଂସ୍କୃତି,ପରମ୍ପରାର ଗର୍ଭଗୃହ । ଏହା ଉତ୍କଳର ପ୍ରାଚୀନତମ ରାଜଧାନୀ ରୂପେ କୀର୍ତିତ । ମାନବ ସଭ୍ୟତା ଆରମ୍ଭରୁ ବର୍ତମାନ ପର୍ଯ୍ୟନ୍ତ ଯାଜପୁର ତା'ର ଗରିମାମୟ ଗୌରବକୁ ସମୟର ବିପୁଳ ଘାତ ପ୍ରତିଘାତ ସତ୍ତ୍ୱେ ଅକ୍ଷୁଣ୍ଣ ରଖିପାରିଛି । ପୂଣ୍ୟତୋୟା ବୈତରଣୀ କୂଳରେ ଗଢ଼ିଉଠିଥିବା ଏହି ନଗରୀ ମଧ୍ୟରେ ସମାହିତ ହୋଇଛି ବର୍ଷବ୍ୟାପୀ ସଭ୍ୟତା,ସଂସ୍କୃତି, ରାଜତନ୍ତ୍ରର ଜଡତତ୍ତ୍ଵ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଶାସକ,ଭିନ୍ନ ଧର୍ମଧାରା ଅଥଚ ଏକାଧିକ ମତବାଦର ଏହା ହୋଇଛି ପରିପୃଷ୍ଟ।
 
ଶାକ୍ତ,ଶୈବ,ଜୈନ,ବୌଦ୍ଧ,ବୈଷ୍ଣବ,ଇସଲାମ ସଂସ୍କୃତିର ମିଳନରେ ଏହା ସର୍ବମୈତ୍ରୀ ଧର୍ମର ପ୍ରାଣୋଚ୍ଛ୍ଵାସ ଅଦ୍ୟାପି ବିଦ୍ୟମାନ । ଖୁବ୍ ସମ୍ଭବ ଉତ୍ତରୀ ଆର୍ଯ୍ୟ ସଭ୍ୟତାର ଦକ୍ଷିଣୀ ବିସ୍ତାରିକରଣ ଏହିଠାରୁ ହିଁ ଆରମ୍ଭ ହୋଇଛି । ଆର୍ଯ୍ୟମାନେ ଉତ୍ତର ଦିଗରୁ ଦକ୍ଷିଣ ପଥକୁ ଅଗ୍ରସର ହୋଇ ସର୍ବପ୍ରଥମେ ଏହି ଅଞ୍ଚଳରେ ବସତି ସ୍ଥାପନ କରିଥିଲେ । ବୈତରଣୀ ନଦୀ ଉପତ୍ୟକାରେ ଗଢ଼ି ଉଠିଥିଲା ଆର୍ଯ୍ୟମାନଙ୍କ ବସତି ।
 
ବଉଦଢଙ୍କା ଚନ୍ଦ୍ରମାପରି ଯାଜପୁରର ଇତିହାସ ସମୟ ସ୍ରୋତରେ ଅନ୍ଧକାରାଚ୍ଛନ୍ନ । ଯତ୍ କିଞ୍ଚିତ ଇତିହାସ ତଥା କିମ୍ବଦନ୍ତୀ ରହିଛି, ସେଗୁଡିକୁ ଆଧାରକରି ଯାଜପୁରକୁ ପରଖାଯାଇ ପାରେ । କିମ୍ବଦନ୍ତୀରେ ପର୍ଯ୍ୟାପ୍ତ ପ୍ରମାଣ ନଥିଲେ ମଧ୍ୟ ଏହା ଅମୂଳକ ନୁହେଁ,କାରଣ କିମ୍ବଦନ୍ତୀର ଅସ୍ଥି-ମଜ୍ଜାରେ ଇତିହାସ ପରିକଳ୍ପିତ ।
 
ବୃଦ୍ଧ ଯାଜପୁର ସମୟ ସ୍ରୋତର ଗଡ୍ଡଳିକା ହୋଇ ଅଦ୍ୟ ଜରାଜୀର୍ଣ । ଐତିହାସିକ,ସାହିତ୍ୟିକ,ଗବେଷକ ମାନଙ୍କର ଉଦାସୀନତା ତଥା ସରକାରଙ୍କ ଏହାପ୍ରତି ବିମୁଖତା , ଏହାକୁ କରିପକାଇଛି ଆହୁରି ଋଗ୍ଣ । ମହାଭାରତ ପ୍ରସିଦ୍ଧ ଯାଜପୁର ଆଜି ହରାଇ ବସିଛି ତାର ସ୍ୱାତନ୍ତ୍ର୍ୟ । ଯେଉଁ ଭୂଖଣ୍ଡର ପ୍ରଶଂସାରେ ସମ୍ପୂର୍ଣ ମହାଭାରତ ଶତମୁଖ । ଯେଉଁ ଭୂମି ସହସ୍ରାଧିକ କାଳ ଉତ୍କଳର ରାଜନବର ରୂପେ ନିଜର ବିଜୟ ବୈଜୟନ୍ତୀ ଉଡ଼ାଇଛି ବିନା ସଂଘାତରେ । ଯାହାର ପୁତ୍ର ଚଣ୍ଡିହର ଯଯାତି କେଶରୀ ତାନ୍ତ୍ରିକ ବୌଦ୍ଧ ପ୍ରାବଲ୍ୟ ଉତ୍କଳ ବର୍ଷରେ ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍ଥାନ ନିମିତ୍ତ କରିଥିଲେ ଦଶାଶ୍ୱମେଧ ଯଜ୍ଞ । ଯେଉଁ ଭୂମିର କଠୋର ବକ୍ଷରେ ଘଟିଥିଲା ଦ୍ୱିତୀୟ କଳିଙ୍ଗ ଯୁଦ୍ଧ । ଯାହାର ଖଣ୍ଡାୟତ ବୀର ପିଣ୍ଡରୁ ଶେଷରକ୍ତ ଦେଇ ବଙ୍ଗର ସୁଲତାନ ସୁଲେମାନ କରାନୀ ଏବଂ ସେନାପତି ନିର୍ମମ କଳାପାହାଡ଼କୁ କରିଥିଲେ ଅବରୋଧ । ଯେଉଁ ଭୂମି ଉତ୍କଳର ସ୍ୱାଭିମାନ ସକାଶେ କେତେଥର ଯେ ବାହ୍ୟ ଶତ୍ରୁଙ୍କ ନାରକୀୟ କାଣ୍ଡର ହୋଇଛି ଶିକାର ତାହାର ବ୍ୟାଖ୍ୟାନ ବାହୁଲ୍ୟ ମାତ୍ର । ଯିଏ ଦିନେ ଉତ୍କଳ ପାଇଁ ନିଜର ଅସ୍ମିତାକୁ ଜଳାଞ୍ଜଳି ଦେବାକୁ ପଛାଇ ନଥିଲା , ମାତ୍ର ଦୁଃଖର ବିଷୟ ସେ ଆଜ ଅବହେଳିତ, ଅନାଲୋଚ୍ୟ,ଅସଙ୍ଗତ । ଉତ୍କଳର ଜନମାନସ ପଟଳେ ସେ ଚିର ବିସ୍ମୃତ ।
 
ତୃତୀୟ ଶତାବ୍ଦୀରୁ ଆରମ୍ଭକରି ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାୟ ହଜାରେ ବର୍ଷକାଳ ଯାଜପୁର କଳିଙ୍ଗ ତଥା ଉତ୍କଳର ରାଜଧାନୀ ରୂପେ ଥିଲା କୀର୍ତିତ । ନିର୍ବିବାଦରେ କୁହାଯାଇ ପାରେ ; ମହାଭାରତ ଯୁଗରେ ଯାଜପୁର ଥିଲା କଳିଙ୍ଗର ରାଜଧାନୀ । ମହାଭାରତ କାବ୍ୟରେ କଳିଙ୍ଗର ଅନ୍ୟ କୌଣସି ସ୍ଥାନର ବର୍ଣନା ନଥିବା ସ୍ଥଳେ କେବଳ ଯାଜପୁର ବର୍ଣନା ହିଁ ଏହାର ମହତ୍ତ୍ଵ ଏବଂ ଗୁରୁତ୍ଵକୁ କରିଥାଏ ପ୍ରତିପାଦିତ । ମାତୃତ୍ୱର ମନ୍ଦାକିନୀ ଜଗଜ୍ଜନନୀ ଦେବୀ ବିରଜାଙ୍କ ପ୍ରଶଂସାରେ ମହାଭାରତ ଶତମୁଖ । ମହାଭାରତ ବନପର୍ବ ଅନ୍ତର୍ଗତ ୮୫ ତମ ଅଧ୍ୟାୟ ଏବଂ ୧୧୪ ତମ ଅଧ୍ୟାୟର ସମସ୍ତ ୩୦ ଗୋଟି ଶ୍ଳୋକରେ କେବଳ ବିରଜା କ୍ଷେତ୍ରର ମାହାତ୍ମ୍ୟ ହିଁ କୀର୍ତିତ ହୋଇଅଛି ।
 
ଯୁଗେ ଯୁଗେ କାଳେ କାଳେ ବେଦ ପୁରାଣ ଯାଜପୁରର ଅନନ୍ତ ମହିମାକୁ ଗାନ କରିଛି । ଗଙ୍ଗାରୂପିଣୀ ସ୍ରୋତସ୍ଵତୀ ବୈତରଣୀ ଏହାର କୋଳ ମଣ୍ଡନ କରିଛି । ରତ୍ନଗିରି,ଲଳିତଗିରି,ଉଦୟଗିରି ରୂପେ ତ୍ରିରତ୍ନ ଏହାର ମସ୍ତକ କିରୀଟରେ ଶୋଭା ପାଉଛି । ନାଭିଗୟା ତୀର୍ଥ; ପିତୃପିଣ୍ଡଦାନର ମହତ୍ ପରମ୍ପରାକୁ ଗଗନ ବିସ୍ତୃତ କରାଇଛି । ପଞ୍ଚଦେବତାର ପୀଠ ସ୍ଥଳୀ ମହାବିନାୟକ , ମହାଭାରତ ପ୍ରସିଦ୍ଧ ବ୍ୟାସ ସରୋବର ତୀର୍ଥ, ପଞ୍ଚ "ବ" କାର ( ବିରଜା - ବିପ୍ର - ବେଦ - ବୈତରଣୀ - ବରାହ ),ସପ୍ତମାତୃକା,ଏବଂ ଅନକୋଟି ଶିବଲିଙ୍ଗରେ ଏ ଭୂମି ହୋଇଛି ଉଦ୍ଭାସିତ ।
©ପ୍ରୀତମ୍ ରାଉତ(9437712955)
 
== ଇତିହାସ ==
"https://or.wikipedia.org/wiki/ଯାଜପୁର"ରୁ ଅଣାଯାଇଅଛି