"ଗର୍ଭଣା ସଂକ୍ରାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଆମ ଅଞ୍ଚଳ ର (ଭଦ୍ରକ) ପର୍ବ ପାଳନ ବିଧି
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୨ କ ଧାଡ଼ି:
|duration = ୧ ଦିନ
|date = ତୁଳା ସଂକ୍ରାନ୍ତି
|date2020 = ୧୭୧୮ ଅକ୍ଟୋବର (ଶନିବାରମଙ୍ଗଳ ବାର)
|celebrations = ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତାଯାଏ
|observances =
୧୯ କ ଧାଡ଼ି:
}}
 
[[ଓଡ଼ିଶା]]ର ପର୍ବପର୍ବାଣିଗୁଡିକପର୍ବପର୍ବାଣି ଗୁଡିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧିୟସମ୍ବନ୍ଧୀୟ । ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ '''ଗର୍ଭଣା ସଂକ୍ରାନ୍ତି''' । ଇଂରାଜୀ ମାସ ଅକ୍ଟୋବରରେ ପଡେ ଏହି ସଂକ୍ରାନ୍ତି । ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଏହି ସଂକ୍ରାନ୍ତି ବେଳକୁ [[ଧାନ]]ଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରବାଦ ରହିଛି । ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କହନ୍ତି । ଏହାର ଅନେକ ଔଷଧୀୟ ଗୁଣ ରହିଛି । ଚାଷୀମାନେ ଏହିଦିନ ନିଷ୍ଠାର ସହିତ ପାଳନ କରନ୍ତି । ଗୃହମାଲିକଗୃହ ମାଲିକ ତଥା କୃଷକ ସ୍ନାନାଦି କର୍ମ ସାରି ଗର୍ଭଣା ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି ଏବଂ ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି । ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି -'''ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁଟୁଣୁ ''' । ଅର୍ଥାତ ଏହି ସମୟକୁ ଧାନଗଛ ଗର୍ଭଧାରଣ କରିସାରିଥାଏ ।<ref>ସମ୍ବାଦ, ପୃଷ୍ଠା-୨, ୧୭.୧୦.୨୦୧୩</ref>
ଯେଉଁ ଅଞ୍ଚଳ ରେ ମୂଖ୍ୟ ଖରିଫ ଫସଲ ହିସାବରେ ଚାଷ କରାଯାଏ, ସେହି ଅଞ୍ଚଳ ରେ ଏହି ପର୍ବ ପାଳନ କରାଯାଏ। ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଚାଷୀ ମାନଙ୍କ ପରିବାର ଲୋକେ ଏହାକୁ ନିଷ୍ଠାର ସହିତ ପାଳନ କରନ୍ତି। ଓଡ଼ିଶାର ଭଦ୍ରକ, ଯାଜପୁର, ବାଲେଶ୍ଵର ଆଦି ଜିଲ୍ଲା ରେ ଏହାର ପାଳନ ବିଧି ନିଆରା।
ପୂଜା ବିଧି : ସକାଳୁ ସକାଳୁ ଉଠି ଘର ଧୂଆ ପୋଛା କରାଯାଏ। ଦାଣ୍ଡ ଦୁଆରେ ଝୋଟି ଚିତା ଅଙ୍କା ଯାଏ। ପୁରୁଷ ମାନେ ସକାଳୁ ଉଠି ଅଧୁଆ ମୁହଁ ରେ ଯାଇ ବତା ଗଛ, ଗଡଗଡା, ଭୂଆଁଳ, ପଳାଶ,ନଟିକଣ୍ଟି,ବାଉଁଶ ଆଦି ଗଛର ପତ୍ର ଓ କଇଁ ଫୁଲ ସଂଗ୍ରହ କରି ଆଣନ୍ତି। ତାକୁ ସବୁ ବିଡ଼ା ବିଡ଼ା କରି ବାନ୍ଧନ୍ତି। ତା'ପରେ ଗାଧୋଇ ପାଧୋଇ ସେହି ବିଡ଼ା ସବୁକୁ ଲକ୍ଷ୍ମୀ ବା ତୁଳସୀ ଚଉରା ପାଖରେ ରଖି ପୂଜା କରନ୍ତି ଓ ଭୋଗ ଦିଅନ୍ତି। ତା'ପରେ ସେହି ବିଡ଼ା ଗୁଡ଼ିକୁ ଧରି ବାମ କାନ୍ଧରେ ରଖନ୍ତି। ସ୍ତ୍ରୀ ଲୋକ ମାନେ ଶଙ୍ଖ ହୁଳହୁଳି ପକାଇଲେ ପୁରୁଷ ମାନେ ଏହାକୁ ଧରି ଘରୁ ବାହାରନ୍ତି ।ପ୍ରଥମେ ଘର ଚାଳ ଓ ଖତଗଦା ରେ ଗୋଟିଏ ଗୋଟିଏ ବିଡ଼ା ପୋତିଲା ପରେ ବାକି ବିଡ଼ା କୁ ନେଇ ଧାନ କ୍ଷେତ କୁ ଯାଆନ୍ତି। ସେଠାରେ ପ୍ରତି କ୍ଷେତ ର ଐଶାନ୍ୟ କୋଣରେ ଜୁହାର ହୋଇ ଗୋଟିଏ ଲେଖାଏଁ ବିଡ଼ା ପୋତନ୍ତି।
ଏହା କଲେ ଲକ୍ଷ୍ମୀ ମାଆ ପ୍ରସନ୍ନ ହୁଅନ୍ତି ଓ ଭଲ ଧାନ ଫସଲ ହୁଏ ବୋଲି ବିଶ୍ବାସ ଅଛି।
<ref>ସମ୍ବାଦ, ପୃଷ୍ଠା-୨, ୧୭.୧୦.୨୦୧୩</ref>
==ଆଧାର==
{{ଆଧାର}}