"ମହାତ୍ମା ଗାନ୍ଧୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ସଂଶୋଧନ (via JWB)
୩୧ କ ଧାଡ଼ି:
୧୯୨୧ରୁ ୧୯୪୬ ମଧ୍ୟରେ ଗାନ୍ଧୀଜୀ ମୋଟ ୮ଥର ଓଡ଼ିଶା ଆସିଥିଲେ ।<ref>{{cite web |title=ଓଡ଼ିଶା ମୋ ପାଇଁ ତୀର୍ଥ |url=https://sakalaepaper.com/view/403/sindura-24---30-jan-2021/5 |website=sakalaepaper.com |publisher=ସିନ୍ଦୂରା (ସକାଳ) |accessdate=24 January 2021|archive-url=https://web.archive.org/web/20210124062215if_/https://sakalaepaper.com/media/2021-01/22044200-page-05.jpg|archive-date= ୨୪ ଜାନୁଆରୀ ୨୦୨୧ |url-status=live}}</ref>
=== ପ୍ରଥମ ଗସ୍ତ: ୧୯୨୧ ===
 
[[File:Gandhi first visit to Odisha.jpg|thumb|୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆଗମନ କରିବା ଅବସରରେ କଟକ କାଠଯୋଡି ନଦୀ ପଠାରେ ଅନୁଷ୍ଠିତ ସାଧାରଣ ସଭାରେ ମହାତ୍ମା ଗାନ୍ଧୀଙ୍କ ଉଦବୋଧନ।]]
ଉତ୍କଳମଣି [[ଗୋପବନ୍ଧୁ ଦାସ|ଗୋପବନ୍ଧୁଙ୍କ]] ନିମନ୍ତ୍ରଣକୁ ସାଦରେ ଗ୍ରହଣ କରି ଗାନ୍ଧୀଜୀ ୨୩ ମାର୍ଚ୍ଚ ୧୯୨୩ ପ୍ରତ୍ୟୁଷରୁ ପତ୍ନୀ କସ୍ତୁରବା, କନିଷ୍ଠପୁତ୍ର ଦେବଦାସ ଓ ଅନ୍ୟ କେତେଜଣ ଅନୁଚରଙ୍କ ସହ [[କଟକ ରେଳ ଷ୍ଟେସନ]]ରେ ପହଞ୍ଚିଥିଲେ ।<ref>ପ୍ରଫେସର ଅନନ୍ତଚରଣ ସାହୁ, ଗାନ୍ଧିଜୀଙ୍କ ଓଡ଼ିଶା ପରିଦର୍ଶନ ପୃଷ୍ଠଭୂମିରେ ଉତ୍କଳମଣିଙ୍କ ପ୍ରେରଣା, [[ସମାଜ (ଖବରକାଗଜ)|ସମାଜ]], ୨ ଅକ୍ଟୋବର ୨୦୧୧, ପୃଷ୍ଠା: ୦୬</ref>
ଗୋପବନ୍ଧୁଙ୍କ ସମେତ କଟକର ବହୁ ବିଶିଷ୍ଟ ବ୍ୟକ୍ତି ଓ କର୍ମୀମାନେ ଗାନ୍ଧିଜୀଙ୍କୁ ଏକ ପୁରୁଣା ଫୋର୍ଡ଼ ମୋଟର କାରରେ କଟକର ସ୍ୱରାଜ ଆଶ୍ରମକୁ ଘେନି ଯାଇଥିଲେ । ସେହିଦିନ ସନ୍ଧ୍ୟାରେ କଟକ [[କାଠଯୋଡ଼ି ନଦୀ]]ର ଗଣେଶଘାଟ ନିକଟସ୍ଥ ବାଲିଶଯ୍ୟା ଉପରେ ଗୋପବନ୍ଧୁଙ୍କ ଉଦ୍ୟମରେ କଟକବାସୀଙ୍କ ତରଫରୁ ଗାନ୍ଧିଜୀଙ୍କ ଅଭ୍ୟର୍ଥନା ଉଦ୍ଦେଶ୍ୟରେ ଏକ ବିରାଟ ସାଧାରଣ ସଭା ଆୟୋଜିତ ହୋଇଥିଲା । ସେହି ସାଧାରଣ ସଭାରେ ଗାନ୍ଧୀଜୀଙ୍କ ବାଣୀକୁ ଗ୍ରହଣ କରି ବହୁଛାତ୍ର [[ଅସହଯୋଗ ଆନ୍ଦୋଳନ]]ରେ ସହଯୋଗ ଦେଇଥିଲେ । ଏହି କ୍ରମରେ ଗାନ୍ଧୀଜୀ ମାର୍ଚ୍ଚ ୨୬ତାରିଖରେ [[ପୁରୀ]]ରେ ପହଞ୍ଚି, ସମୁଦ୍ର ବାଲିରେ ଏକ ବିରାଟ ସାଧାରଣ ସଭାରେ ଉଦ୍‌ବୋଧନ ଦେବାପରେ, ୨୭ ତାରିଖ ଦିନ ଗୋପବନ୍ଧୁଙ୍କ ଗହଣରେ [[ପୁରୀ ଜିଲ୍ଲା]]ର କେତେକ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରିଥିଲେ ।