"ଲକ୍ଷ୍ମୀ ପୁରାଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ଢ" ତଳେ ବିନ୍ଦୁ ବହୁପ୍ରଚଳିତ ବନାନ (via JWB)
୧ କ ଧାଡ଼ି:
{{ଛୋଟ|Laxmi Puran}}
 
'''ଲକ୍ଷ୍ମୀ ପୁରାଣ''' [[ଓଡ଼ିଆ ସାହିତ୍ୟ]]ର ପଞ୍ଚସଖା ([[ଜଗନ୍ନାଥ ଦାସ]], [[ଅଚ୍ୟୁତାନନ୍ଦ ଦାସ]], [[ବଳରାମ ଦାସ]], [[ଅନନ୍ତ ଦାସ]], [[ଯଶୋବନ୍ତ ଦାସ]])ଙ୍କ ମଧ୍ୟରେ ଜ୍ୟେଷ୍ଠ କବି [[ବଳରାମ ଦାସ]]ଙ୍କଦ୍ୱାରା ପଞ୍ଚଦଶ ଶତାବ୍ଦୀରେ [[ଓଡ଼ିଆ ଭାଷା]]ରେ ଲେଖା ଏକ ସାହିତ୍ୟିକ ପୁରାଣ କୃତି ।<ref name=oscav>{{cite web|title=Manabasa Gurubara katha|url=http://oscav.in/laxmi-purana/|accessdate=12 September 2015}}</ref> <ref name=destinationodisha>{{cite web|title=Mahalaxmi Purana|url=http://destinationodisha.com/wp-content/uploads/2012/12/MAHA-LAKSHMI-PURANA-ENGLISH-SCRIPT.pdf|accessdate=12 September 2015}}</ref> <ref name=orissahovtportal>{{cite web|title=Manabasa Gurubara|url=http://www.odisha.gov.in/portal/LIWPL/event_archive/Events_Archives/124Manabasa_gurubar.pdf|accessdate=12 September 2015}}</ref>
 
== କିମ୍ବଦନ୍ତୀ ==
=== ବିଷୟବସୁ ===
ମାଣବସା ଗୁରୁବାରର କିମ୍ବଦନ୍ତୀ [[ବଳରାମ ଦାସ|ବଳରାମ ଦାସଙ୍କ]] [[ଲକ୍ଷ୍ମୀ ପୁରାଣ|ଲକ୍ଷ୍ମୀ ପୁରାଣରେ]] ବଖଣାଯାଇଛି । ଏଥି ମତେ ଦାସଦାସୀ ପରିବେଷ୍ଟିତ ଲକ୍ଷ୍ମୀ ଦିନେ ସ୍ୱାମୀଙ୍କୁ ମାଣବସା ଗୁରୁବାର ବାବଦରେ ଜଣାଇ ଦେଶ ଭ୍ରମଣରେ [[ବଡ଼ ଦେଉଳ|ବଡ଼ ଦେଉଳରୁ]] ବିଜେ କଲେ । କିଏ ତାଙ୍କୁ ପୂଜୁଛି ତାହା ଜାଣିବା ନିମନ୍ତେ ସେ ଘର ଘର ବୁଲିଲେ । ଅନେକ ଧନୀ, ବଡ଼ ଲୋକ ସେଦିନ ଗୁରୁବାର ବୋଲି ଭୁଲି ଯାଇଥିବା ଦେଖିବା ପରେ ସେ [[ଶ୍ରୀୟା ଚଣ୍ଡାଳୁଣୀ|ଶ୍ରୀୟା]] ନାମକ ଜଣେ [[ଦଳିତ]] ନାରୀ ଘରେ ପହଞ୍ଚିଥିଲେ। ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ସଜ, ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖିବା ଦେଖି ଲକ୍ଷ୍ମୀ ତାହାଙ୍କ ଭକ୍ତିରେ ମୁଗ୍ଧ ହୋଇ ସେଠାରେ ହିଁ ରହିଗଲେ । ଏହା ଶୁଣି [[ବଳରାମ]] କୋପକଲେ । ସେତେବେଳର ସମାଜରେ ଦଳିତମାନଙ୍କୁ ଅଛୁଆଁ ଭାବେ ଗଣା ଯାଉଥିବାରୁ ଜଣେ ଦଳିତ ଲୋକର ଘରେ ପାଦ ଦେଇଥିବାକୁ ଅପରାଧ ବିବେଚନା କରି ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା । ଅପମାନିତ ହୋଇ ସେ ଘରୁ ବାହାରି ଗଲେ । ଯିବା ବେଳେ ପଣ କଲେ କାଳିଆ-ବଳିଆ (ଜଗନ୍ନାଥ-ବଳଭଦ୍ର) ଦୁଇ ଭାଇଙ୍କୁ ଉଚିତ ଶିକ୍ଷା ଦେବେ । ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ [[ତାଳବେତାଳ]] ନାମକ ଆଉ ଏକ ପ୍ରାସାଦ ଗଢ଼ାହେଲା । ଲକ୍ଷ୍ମୀ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ତାହାକୁ ଶ୍ରୀହୀନ କରିଦେଲେ । ଖାଇବାକୁ ନପାଇ ଦୁଇଭାଇ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁଖରେ ପହଞ୍ଚିଲେ । ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମାଲିକ/ମାଲିକାଣୀଙ୍କୁ ଲୋଡ଼ିଲେ । ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ । ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ ।<ref name="bibek">{{cite web|url=http://www.scribd.com/doc/231386520/Ama-vivek-November-01-15-2009|title=ମାଣବସା ଗୁରୁବାର|publisher=ଆମ ବିବେକ|accessdate=13 November 2014}}</ref>
ମାର୍ଗଶୀର ମାସର ଏକ ଗୁରୁବାର ଦିନ ଶ୍ରୀୟା ଚଣ୍ଡାଳୁଣୀ ନାମକ ଏକ ଅଚ୍ଛବର ଭକ୍ତିରେ ପ୍ରୀତ ହୋଇ ଦେବୀ ଲକ୍ଷ୍ମୀ ତା ଘରେ ପହଞ୍ଚିଲେ । ଦେବୀ ଲକ୍ଷ୍ମୀଙ୍କ ଏଭଳି ଆଚରଣରେ ପ୍ରଭୁ ବଳରାମ କ୍ରୋଧାନ୍ୱିତ ହୋଇ ଦେବୀଙ୍କୁ ଘରୁ ବାହାର କରିଦେବାକୁ ପ୍ରଭୁ ଜଗନ୍ନାଥଙ୍କୁ ଆଦେଶ ଦେଲେ । ଦେବୀ [[ଲକ୍ଷ୍ମୀ]] ଏଥିରେ ମର୍ମାହତ ହୋଇ [[ଶ୍ରୀମନ୍ଦିର]] ଛାଡି ଚାଲିଗଲେ । ହେଲେ ଦେବୀଙ୍କ କ୍ରୋଧ ଫଳରେ [[ଜଗନ୍ନାଥ]] ଓ [[ବଳରାମ]] ଦୁଇ ଭାଇ ଖାଇବାକୁ ନ ପାଇ ଦୁଆର ଦୁଆର ବୁଲି ବିବିଧ ପ୍ରକାରେ ଅପମାନିତ ହେଲେ ।<ref name=devdutta>{{cite web|title=Laxmi's Purana|url=http://devdutt.com/articles/indian-mythology/lakshmis-purana.html|accessdate=12 September 2015}}</ref> ପରିଶେଷରେ ଦୁଇ ଭାଇ ନିଜର ଭୁଲ ବୁଝିପାରିଲେ ଏବଂ ଦୁଇ ଠାକୁରଙ୍କ ଅନୁରୋଧକ୍ରମେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରିଆସିଲେ । ଏହା ହିଁ ଲକ୍ଷ୍ମୀ ପୁରାଣର ମୁଖ୍ୟ ବିଷୟ ବସ୍ତୁ । [[ନାରଦ]] ମୁନିଙ୍କ ପ୍ରଶ୍ନର ଉତ୍ତରରେ [[ପରାଶର]] ଋଷି ନାରଦଙ୍କୁ ଲକ୍ଷ୍ମୀ ପୂଜାର ମାହାତ୍ମ୍ୟ ବୁଝାଇଛନ୍ତି ।<ref name=manusi>{{cite web|last=Das|first=J.P.|title=Laxmi Purana|url=http://www.manushi-india.org/pdfs_issues/PDF%20files%2073/lakshmi_purana%20_balram_das.pdf|accessdate=12 September 2015}}</ref>
 
== ଲୋକପ୍ରିୟତା ==