"ଶ୍ରୀୟା ଚଣ୍ଡାଳୁଣୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ତିଆରି ଚାଲିଛି}} '''ଶ୍ରୀୟା ଚଣ୍ଡାଳୁଣୀ''' ବଳରାମ ଦାସଙ୍କ ରଚିତ ''ଲକ୍ଷ୍ମୀ ପୁରାଣ''ର ମୁଖ୍ୟ ଚରିତ୍ର ଓ ଏହି ରଚନା ଅନୁସାରେ ଜଣେ ଦଳିତ ନାରୀ । ''ଲକ୍ଷ୍ମୀ ପୁରାଣ''ର କାହାଣୀ ତାତ୍କାଳିକ ଓଡ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେ ଆଧାର +
୧ କ ଧାଡ଼ି:
{{ତିଆରି ଚାଲିଛି}}
'''ଶ୍ରୀୟା ଚଣ୍ଡାଳୁଣୀ''' [[ବଳରାମ ଦାସ]]ଙ୍କ ରଚିତ ''[[ଲକ୍ଷ୍ମୀ ପୁରାଣ]]''ର ମୁଖ୍ୟ ଚରିତ୍ର ଓ ଏହି ରଚନା ଅନୁସାରେ ଜଣେ [[ଦଳିତ]] ନାରୀ । ''ଲକ୍ଷ୍ମୀ ପୁରାଣ''ର କାହାଣୀ ତାତ୍କାଳିକ ଓଡ଼ିଶାରେ ଦଳିତ ମହିଳାଙ୍କ ଧାର୍ମିକ ଅଧିକାରକୁ କେନ୍ଦ୍ର କରି । ଏହି କାହାଣୀ ଅନୁସାରେ ଧନର ଦେବୀ [[ଲକ୍ଷ୍ମୀ]]ଙ୍କୁ ନିରନ୍ତର ପୂଜା କରୁଥିବା ଶ୍ରୀୟାଙ୍କ କୁଡ଼ିଆକୁ ଲକ୍ଷ୍ମୀ [[ମାର୍ଗଶିର ମାସ]] ଗୁରୁବାରରେ ବିଜେ କରନ୍ତି । ଦଳିତମାନଙ୍କୁ ସେ ସମୟରେ ହିନ୍ଦୁ ସମାଜର ଉଚ୍ଚ ଜାତିର ଲୋକେ ଅସ୍ପୃଶ୍ୟ ବିବେଚନା କରୁଥିବା ସତ୍ତ୍ୱେ ଲକ୍ଷ୍ମୀ ଶ୍ରୀୟାଙ୍କ କୁଡ଼ିଆକୁ ଯାଇ ତାଙ୍କୁ ଆଶୀର୍ବାଦ ଦିଅନ୍ତି । କିନ୍ତୁ ଲକ୍ଷ୍ମୀ [[ଜଗନ୍ନାଥ ମନ୍ଦିର|ବଡ଼ ଦେଉଳ]]କୁ ବାହୁଡ଼ିବା ବେଳେ ତାଙ୍କ ସ୍ୱାମୀ [[ଜଗନ୍ନାଥ]] ଏବଂ ଦେଢ଼ଶୂର [[ବଳଭଦ୍ର]] ତାଙ୍କୁ ଜଣେ ଅସ୍ପୃଶ୍ଯ ଲୋକର ଘରକୁ ଯାଇଥିବାରୁ ତାଙ୍କୁ "ଦୂଷିତ" ବୋଲି କହି ଅଟକାନ୍ତି । ଲକ୍ଷ୍ମୀ କୋପରେ ଦୁଇ ଭାଇଙ୍କୁ ଅଭିଷାପ ଦିଅନ୍ତି ଓ ଉଭୟ ଜଗନ୍ନାଥ ଓ ବଳଭଦ୍ର ଅସ୍ପୃଶ୍ୟତାର ବିଶାଳ କୁପରିଣାମ ଉପଲବ୍ଧି ନ କଲା ପର୍ଯ୍ୟନ୍ତ ଖାଦ୍ୟ, ପରିଧାନ ଓ ଆଶ୍ରାହୀନ ହୋଇ ରହନ୍ତି । ଅକଥନୀୟ ଦୁଃଖ ଭୋଗିବା ପରେ ସେମାନେ
କାହାକୁ "ଅସ୍ପୃଶ୍ୟ" ବୋଲି ବ୍ୟବହାର କରାଯିବ ନାହିଁ ବୋଲି ହୃଦୟଙ୍ଗମ କରନ୍ତି ।<ref>{{Cite book|url=https://www.worldcat.org/oclc/1256677005|title=Women reinventing development the Odisha experience|date=2021|others=Asha Hans, Amrita M. Patel, Bidyut Mohanty, Swarnamayee Tripathy|isbn=978-1-000-42220-7|location=London|oclc=1256677005}}</ref>
 
== ଆଧାର ==