"ଜଗନ୍ନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଅଧିକ ତଥ୍ୟ: {{Authority control}}+
ଟିକେ ହୋଇଅଛି -> ହୋଇଛି (ବହୁପ୍ରଚଳିତ ଓ ଆଧୁନିକ ରଚନାଶୈଳୀ) (via JWB)
୨୧ କ ଧାଡ଼ି:
== ଜୀବନ କାଳ ==
=== ପ୍ରାରମ୍ଭିକ ଜୀବନ ===
୧୪୯୦ ଖ୍ରୀଷ୍ଟାଦ୍ଦ ଭାଦ୍ରବମାସ ଶୁକ୍ଲପକ୍ଷ ଅଷ୍ଟମୀ<ref>{{cite web |url= http://www.tattvaloka.com/magazine/november-2011/article/atibadi-jagannath-das |title=Atibadi Jagannath Das |first=Choodala |last= |work=tattvaloka.com |quote=Jagannath Das was born to Bhagaban Das and Padmavathi on Bhadrapada Shukla Ashtami in 1490 AD at Kapileshwar in Orissa. <!--The Vaishnavaits treat him as an incarnation of Sri Radhika and the Shakt adore him as an incarnation of Sri Durga.-->|accessdate=7 November 2012}}</ref> ଅନୁରାଧା ନକ୍ଷତ୍ର ବୁଧବାର ଦିନ ମଧ୍ୟାହ୍ନ ସମୟରେ କପିଳେଶ୍ୱରପୁର ଶାସନରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିଲେ । ଯେଉଁ କ୍ଷଣରେ ବୃଷଭାନୁ ନନ୍ଦିନୀ ରାଧା ଦେବୀଙ୍କର ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛିହୋଇଛି, ଠିକ ସେହିକ୍ଷଣରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ରାଧାଙ୍କର ଅଂଶାବତାର ବୋଲି ଲୋକେ ବିଶ୍ୱାସ କରନ୍ତି । ତାଙ୍କ ପିତାଙ୍କ ନାମ ଭଗବାନ ଦାସ ଓ ମାତାଙ୍କ ନାମ ପଦ୍ମାବତୀ । ଭଗବାନ ଦାଶ ମହାରାଜା ପୁରୁଷୋତ୍ତମ ଦେବଙ୍କର ପୌରାଣିକ ଥିଲେ ।
 
=== ଶିକ୍ଷା ===
୪୨ କ ଧାଡ଼ି:
ଶାସ୍ତ୍ରରେ ଲେଖା ଅଛି, କୃଷ୍ଣରତି ଦୁଇପ୍ରକାର; ଯଥା: ଐଶ୍ୱର୍ଯ୍ୟ ଜ୍ଞାନମିଶ୍ରା ଏବଂ କେବଲା ବା ଐଶ୍ୱର୍ଯ୍ୟ ଜ୍ଞାନଶୂନ୍ୟା । କେହି କେହି ଅତିବଡ଼ି ଗୋସ୍ୱାମୀଙ୍କୁ ଐଶ୍ୱର୍ଯ୍ୟ ଜ୍ଞାନମିଶ୍ରା କୃଷ୍ଣରତିର ଉପାସକ ଶ୍ରେଣୀଯ ବୋଲି କହିଥାଆନ୍ତି ।
 
ପ୍ରତିଦିନ ରାତିରେ ଶ୍ରୀ ଜଗନ୍ନାଥ ଦେବଙ୍କ ପହୁଡ଼ ପରେ ମେଧା ଓ ସୁମେଧା ନାମରେ ପରମା ସୁନ୍ଦରୀ ଦୁଇ ଜଣ ସଖୀ (ଦେବଦାସୀ) ଅତିବଡ଼ ସ୍ୱାମୀଙ୍କ ଆଶ୍ରମକୁ ଆସି ତାହାଙ୍କ ସେବା କରୁଥାଆନ୍ତି ଏହା ଶୁଣି ମହାରାଜ ପ୍ରତାପରୁଦ୍ର ଦେବ ବିସ୍ମିତ ଓ ଦୁଃଖିତ ହୋଇ ଅତିବଡ଼ ସ୍ୱାମୀଙ୍କ ଚରିତ୍ରରେ କଳଙ୍କ ଆଶଙ୍କା କରି ସ୍ୱୟଂ ଅର୍ଦ୍ଧରାତ୍ରି ସମୟରେ ଅନ୍ଧାର ବିଜେ କରି ତାହା ପ୍ରତ୍ୟକ୍ଷ କଲେ ମାତ୍ର ଭକ୍ତାବତାର ଅନ୍ତର୍ଯ୍ୟାମୀ ଅତି ବଡ଼ସ୍ୱାମୀ ତାହା ଜାଣି ପାରି ରାଜାଙ୍କୁ ଉଦ୍ଦେଶ୍ୟ କରି କହିଲେ, 'ମହରାଜ ! ଆପଣଙ୍କ ଅନ୍ତଃପୁରରେ ମହାଦେଈଙ୍କୁ ଯେପରି ପରିଚାରିକା ମାନେ ସେବା କରନ୍ତି, ମୋତେ ମଧ୍ୟ ଏହି ଦୁଇଟି ଭକ୍ତିପରାୟଣୀ ସ୍ତ୍ରୀ ଆସି ସେବା କରନ୍ତି' ମହାରାଜା ତହୁଁ ଏ ଦୁଇଟି ସ୍ତ୍ରୀଙ୍କୁ ଧରିବାକୁ ଚେଷ୍ଟା କରବାରୁ ଉକ୍ତ ସ୍ତ୍ରୀ ଦୁହେଁ ଚାହୁଁ ଚାହୁଁ ଅନ୍ତର୍ହିତା ହୋଇଗଲେ ଏହା ଦେଖି ରାଜା ଭୟରେ ଓ ଭକ୍ତିରେ ବିହ୍ୱଳହୋଇ ଅତିବଡ଼ ସ୍ୱାମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ଆଉ ଦିନେ ମହାରାଜ ବହୁ ମୂଲ୍ୟର ଚନ୍ଦନକାଠ କିଣି ଜଗନ୍ନାଥ ମହାପ୍ରଭୁଙ୍କଠାରେ ତାହା ଲାଗି କରିବା ନିମନ୍ତେ ଅତିବଡ଼ ସ୍ୱାମୀଙ୍କ ହସ୍ତରେ ଅର୍ପଣ କଲେ ମାତ୍ର ସ୍ୱାମୀ ସେହି ଚନ୍ଦନ ଘୋରି ତାଙ୍କ ଆଶ୍ରମର କାନ୍ଥରେ ବୋଳି ଦେଲେ ମହାରାଜ ଏହା ଶୁଣି ପାରି ବଡ଼ ଦୁଃଖିତ ହେଲେ; କିନ୍ତୁ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସି ଦେଖିଲେ ଯେ, ସେହି ଚନ୍ଦନ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବୋଳା ହୋଇଅଛିହୋଇଛି ଅତିବଡ଼ ସ୍ୱାମୀ ଏହିପରି ଅନେକ ଚମତ୍କାର ମହିମା ପ୍ରକାଶ କରି ଭକ୍ତମାନଙ୍କର ହୃଦୟ ବଶୀଭୂତ କରିଥିଲେ ।
 
କିଛି ଦିନ ପରେ ଦିନେ ଶତ ଶିଷ୍ୟ ପରିବେଷ୍ଟିତ ବ୍ରହ୍ମାନନ୍ଦ ନାମକ ଜନୈକ ମାୟାବତୀ ସନ୍ନ୍ୟାସୀ ଆସି ଶ୍ରୀକ୍ଷେତ୍ରରେ ଉପସ୍ଥିତ ହେଲେ ତାଙ୍କ ହସ୍ତରେ ଗୋଟିଏ ପତାକା ଥିଲା; ସଙ୍ଗରେ ଗୋଟିଏ ତ୍ରିକୋଣାକାର ଛତ୍ର ଥିଲା ସେ ମହାରାଜଙ୍କ ମିକଟରେ ଉପସ୍ଥିତ ହୋଇ କହିଲେ, "ପଣ୍ଡିତମାନଙ୍କୁ ଡ଼କାନ୍ତୁ, ମୋତେ ବ୍ରହ୍ମଭିକ୍ଷା ଦିଅନ୍ତୁ ବ୍ରହ୍ମତତ୍ତ୍ୱରେ ମୋତେ ପରାଜୟ କଲେ ମୁଁ ଭିକ୍ଷା ଗ୍ରହଣ କରିବି ନଚେତ୍ ମୁଁ ଏଠାରୁ ଗୋଟିଏ ଚତୁଷ୍କୋଣ ଛତ୍ର ଘେନି ବିଦାଯ ଗ୍ରହଣ କରିବି" ତହୁଁ ମହରାଜ ପ୍ରତାପରୁଦ୍ରଦେବ ଅତିବଡ଼ ସ୍ୱାମୀଙ୍କୁ ଡକାଇ ସନ୍ନ୍ୟାସୀଙ୍କ ସଙ୍ଗେ ତର୍କ ଅଦ୍ୱୈତବାଦ ଖଣ୍ଡନ କରି ସ୍ୱୀୟ ପ୍ରଚାରିତ ଅଚିନ୍ତ୍ୟ ଭେଦାଭେଦ ଭାବ ପ୍ରତିପାଦନ କଲେ ଏଥିରେ ବ୍ରହ୍ମାନନ୍ଦଙ୍କର ଖର୍ବ ଚୂର୍ଣ୍ଣୀଭୂତ ହେଲା ସେ ଛତ୍ର ଓ ପତାକା ତ୍ୟାଗ କରି ସନ୍ନ୍ୟାସଗ୍ରହଣପୂର୍ବକ ଦାକ୍ଷିଣାତ୍ୟକୁ ଯାତ୍ରା କଲେ ।
୫୫ କ ଧାଡ଼ି:
ଦିନେ ଉତ୍କଳର ମହାରାଜା ପ୍ରତାପରୁଦ୍ର ଦେବ ଜଗନ୍ନାଥ ଦର୍ଶନ କରିବାକୁ ଯାଇଥିଲେ, ଏମନ୍ତ ସମୟରେ ଶ୍ରୀଚୈତନ୍ୟଙ୍କ ସଙ୍ଗେ ମନ୍ଦିରରେ ତାଙ୍କର ଭେଟ ହେଲା ମହାରାଜ ଶ୍ରୀଚୈତନଙ୍କୁ ପଚାରିଲେ, "ଜଗନ୍ନାଥ ମୂର୍ତ୍ତିରେ କିପରି ରାଧାକୃଷ୍ଣଙ୍କର ଯୁଗଳମୂର୍ତ୍ତି ଭାବ ଉପଲବ୍ଧି କରି ପାରିବି, ଏହା ମୋତେ ଅନୁଗ୍ରହ କରି ବୁଝାଇ ଦିଅନ୍ତୁ" । ଏହା ଶୁଣି ଶ୍ରୀଚୈତନ୍ୟ ଦେବ ଉତ୍ତର ଦେଲେ 'ଆମ୍ଭ ଅତିବଡ଼ି ସ୍ୱାମୀ ତାହା ଆପଣଙ୍କୁ ସ୍ପଷ୍ଟଭାବେ ବୁଝାଇ ଦେବେ" । ତହୁଁ ଅତିବଡ଼ି ସ୍ୱାମୀ ଶ୍ରୀ ଜଗନ୍ନାଥ ଦାସ ମହାରାଜ ପ୍ରତାପରୁଦ୍ର ଦେବଙ୍କୁ ତାହା ବୁଝାଇ ଦେବାରୁ ରାଜା ତାଙ୍କଠାରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତାଙ୍କର ଭକ୍ତ ଓ ବଶୀଭୂତ ହେଲେ ଶ୍ରୀ ଜଗନ୍ନାଥ ମନ୍ଦିରର ବାୟୁ କୋଣରେ ମାର୍କଣ୍ଡେୟ ତୀର୍ଥର ଅନତିଦୂର ଦକ୍ଷିଣରେ ନିଜ ରାଣୀଙ୍କର ଶ୍ରୀକ୍ଷେତ୍ରରେ ଅବସ୍ଥାନ ନିମନ୍ତେ ମହାରାଜାଙ୍କର ଯେଉଁ ରାଜପ୍ରସାଦ ନିର୍ମିତ ହୋଇଥିଲା, ତହିଁରେ ଜଗନ୍ନାଥ ଦାସଙ୍କୁ ରହିବାକୁ ମହାରାଜ ପ୍ରାର୍ଥନା କଲେ । ଅତିବଡ଼ି ପ୍ରଥମେ ସେଠାରେ ରହିବାକୁ ଅନିଚ୍ଛୁକ ଥିଲେ ସୁଦ୍ଧା ମହରାଜଙ୍କର ସେବାରେ ଓ ଭକ୍ତିରେ ସନ୍ତୁଷ୍ଟ ହୋଇ କିଛି କାଳ ସେଠାରେ ଅବସ୍ଥାନ କଲେ ବର୍ତ୍ତମାନ ତାହା ଓଡ଼ିଆମଠ ନାମରେ ଖ୍ୟାତ ।
 
ଜଗନ୍ନାଥ ଦାସ ସଂସାର କୋଳାହଳ ବର୍ଜ୍ଜିତ ସମୁଦ୍ରତୀରବର୍ତ୍ତୀ ବାଲୁକାମୟ ଭୂମିରେ ଏକ ନିର୍ଜନ ଭଜନ କୁଟୀର ସ୍ଥାପନ କଲେ । ଏହାର ଆଧୁନିକ ନାମ ସାତଲହଡ଼ି ମଠ । ଏହି ମଠଟି ଶଙ୍କରାଚାର୍ଯ୍ୟ ମଠର ଦକ୍ଷିଣରେ ଅବସ୍ଥିତ । ଏଠାରେ ଜଗନ୍ନାଥ ଦାସଙ୍କର ମଣିବିଗ୍ରହ (ପ୍ରସ୍ତର—ମୂର୍ତ୍ତି) ବିଦ୍ୟମାନ । କଥିତ ଅଛି ଜଗନ୍ନାଥ ଦାସ ସମୁଦ୍ର ତରଙ୍ଗର ଘୋର ଗର୍ଜନ ଯୋଗୁଁ ଭଜନସ୍ମରଣରେ ଅସୁବିଧା ଅନୁଭବ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କୃପାପ୍ରାର୍ଥୀ ହେବାରୁ ପ୍ରଭୁଙ୍କ ଆଜ୍ଞାରେ ସମୁଦ୍ର ସାତ ସ୍ତର ଲହରୀର ଦୂରତା ପର୍ଯ୍ୟନ୍ତ ଦୂରକୁ ଘୁଞ୍ଚି ଯାଇଥିଲା । ତେଣୁ ସେହି ଦିନଠାରୁ ଉକ୍ତ ମଠଟିର ନାମ ସାତଲହଡ଼ି ମଠ ହୋଇଅଛିହୋଇଛି
<!--
ଶ୍ରୀ ଅତିବଡ଼ ଜଗନ୍ନାଥ ଦାସଙ୍କ ପରେ ତାଙ୍କର ୧୬ ଶିଷ୍ୟଙ୍କ ମଧ୍ୟରୁ ସୁପ୍ରସିଦ୍ଧ ଗୋପୀନାଥ ଦାସ ପୁରୀ ଓଡ଼ିଆ ମଠର ଅଧିକାରୀ ହେଲେ ତାଙ୍କର ଶିଷ୍ୟ ମାଧବାନନ୍ଦ ଓ ତାହାଙ୍କ ଶିଷ୍ୟ ମୁରାରି ଓ ଦ୍ୱାରିକାବଲ୍ଲଭ ଦାସ ଏମାନେ ଯଥାକ୍ରମେ ଓଡ଼ିଆ ମଠର ଅଧିକାରୀ ହେଲେ । ଅଧିକାରୀ ମୁରାରି ଦାସ ଗୋସ୍ୱାମୀ ଏ ମଠର ମୃତ୍ତିକା ନିର୍ମିତ ୩ ଗୋଟି ବୃହଦାକାର ନନ୍ଦିଆରେ ଶ୍ରୀମହାପ୍ରସାଦ ଜଳ (ଅର୍ଥାତ୍ ଅଭଡ଼ା ତୋଡ଼ାଣି) ରଖାଇ ଥିଲେ ଅଦ୍ୟାବିଧି ପୂର୍ବପରି ଏହା ମଧ୍ୟ ଏ ମଠରେ ରଖାଯାଇଅଛି । ଏ ତୋଡ଼ାଣି ଶୀତ ଓ ଗ୍ରୀଷ୍ମ ସମଯରେ ବମ୍ବେଇ, ମାନ୍ଦ୍ରାଜ, ପଶ୍ଚିମ ଓ କଲିକତା ପ୍ରଭ଼ୃତିକୁ ରେଲଦ୍ୱାରା ପଠାଯାଉ ଅଛି । ଏ ମଧ୍ୟ କେତେଗୁଡ଼ିଏ ଭୂସମ୍ପତ୍ତି କ୍ରଯ କରିଥିଲେ ମୁରାରିଙ୍କ ଶିଷ୍ୟ ରା କୃଷ୍ଣ; ତାହାଙ୍କ ଶିଷ୍ୟ ପୁରୁଷୋତ୍ତମ, ତାହାଙ୍କ ଶିଷ୍ୟ ମୁକୁନ୍ଦ ତାହାଙ୍କ ଶିଷ୍ୟ— ବଂଶୀଧର ଦାସ ଏ ଜଣେ ନୈଷ୍ଠିକ, ବିଦ୍ୱାନ ଓ ସଚ୍ଚରିତ୍ର ସାଧୁ ଥାଇ ମଠୀଯ ସମ୍ପତ୍ତିର ସୁପରିଚାଳନା କରିଥିଲେ ତାହାଙ୍କର ଶିଷ୍ୟ ନୀଳାଦ୍ରି ଦାସ ଅତ୍ୟନ୍ତ ବିଦ୍ୱାନ୍ ଥିଲେ ଉକ୍ତ ମହାତ୍ମା ମଠର ଶ୍ରୀବୃଦ୍ଧି ନିମନ୍ତେ ଢ଼େଙ୍କାନାଳ, ତାଳଚେର, କୁଜଙ୍ଗ, କେନ୍ଦୁଝର, ବଳରାମପୁର, ତିଗରିଆ, ଖଣ୍ଡପଡ଼ା, ରଣପୁର, ହୁମା ପ୍ରଭୃତି ରାଜ୍ୟରୁ ଏବଂ ପୁରୀ, କଟକ, ବାଲେଶ୍ୱର ଜିଲ୍ଲାମାନଙ୍କରୁ ବହୁ ସମ୍ପତ୍ତି ଉପାର୍ଜନ କରିଥିଲେ ଏ ମାହାତ୍ମା ପ୍ରତ୍ୟହ ସନ୍ଧ୍ୟା, ତର୍ପଣ, ପୂଜା, ହୋମ ପୁରାଣପାଠ କରି ଶ୍ରୀ ଜଗନ୍ନାଥଦେବଙ୍କ ଦର୍ଶନ କରିଥିଲେ; ବ୍ରାହ୍ମଣ ଓ ବୈଷ୍ଣବମାନଙ୍କୁ ଯଥାବିଧି ଅର୍ଚ୍ଚନା କରୁଥିଲେ ସେ ମଧ୍ୟ ପୁରୀର ପଞ୍ଚାୟତ କମିଟିର ମେମ୍ବର ଥିଲେ ତାହାଙ୍କ ଶିଷ୍ୟ ରାସବିହାରି ଦାସ; ତାଙ୍କ ଶିଷ୍ୟ ବୈକୁଣ୍ଠଗତ ଶ୍ରୀ ରାମକୃଷ୍ଣ ଦାସ ଗୋସ୍ୱାମୀ ଏହି ମଠର ପୂର୍ବତନ ଅଧିକାରୀ ଏ ମହାତ୍ମା ବିଦ୍ୱାନ୍, ବିବେକୀ, ସ୍ୱଧର୍ମ ପରାୟଣ, ସାଧୁଚରିତ୍ର ଓ ପରମ ବୈଷ୍ଣବ ଥିଲେ । ମଠରେ ସଂସ୍କୃତ ଟୋଲ ଏହାଙ୍କଦ୍ୱାରା ସ୍ଥାପିତ ହୋଇଥିଲା ଏ ମହାଶୟ ଜଗନ୍ନାଥବଲ୍ଲଭ ଏଣ୍ଟାଉମେଣ୍ଟ୍ କମିଟିର ଜଣେ ସଦସ୍ୟ ଥିଲେ ଏହା ଛଡ଼ା ସେ ପୁରୀର ଅବୈତନିକ ବେଞ୍ଚମାଜିଷ୍ଟ୍ରେଟ୍ ଥିଲେ ଏବଂ ଦେଶହିତକର କାର୍ଯ୍ୟ ମାନଙ୍କର ମଧ୍ୟ ଅର୍ଥ ସାହାଯ୍ୟ କରୁଥିଲେ । ଏ ମହାତ୍ମା ନିତ୍ୟନୈମିତ୍ତିକ କର୍ମମାନ ଯଥାବିଧି ସମାଧାନ କରୁଥିଲେ; ବ୍ରାହ୍ମଣ, ବୈଷ୍ଣବ ଓ ଅନ୍ୟାନ୍ୟ ଶ୍ରେଣୀୟ ଲୋକମାନଙ୍କୁ ସମବୃଦ୍ଧିରେ ଦେଖୁଥିବାରୁ ସର୍ବଜନ ଆଦୃତ ହୋଇ ଥିଲେ ସେ ମଠର ସମୁନ୍ନତି ସାଧନ କରିବା ନିମନ୍ତେ କେତେକ ଭୂସମ୍ପତ୍ତି ଅର୍ଜନ କରିଯାଇଅଛନ୍ତି ଏହାଙ୍କର ଶିଷ୍ୟଠାରେ ବର୍ତ୍ତମାନ ଅଧିକାରୀ ଶ୍ରୀ ବୃନ୍ଦାବନ ଦାସ ଗୋସ୍ୱାମୀ । ଏ ମହାଶୟ ବିଦ୍ୱାନ୍, ବିବେକୀ, ଦାନଶୀଳ, ଧର୍ମପରାଯଣ ଓ ଜିତେନ୍ଦ୍ରିୟ ଅଟନ୍ତି; ଗୁରୁଙ୍କ ଆଦର୍ଶରେ ଜୀବନ ଗଠନ କରି ମଠୀଯ ସମ୍ପତ୍ତିର ସୁପରିଚାଳନାରେ ସର୍ବଦା ତତ୍ପର ବ୍ରାହ୍ମଣ, ବୈଷ୍ଣବ, ଅତିଥି ଓ ଅଭ୍ୟାଗତ, ଯେ କେହି ପ୍ରାର୍ଥୀ ଏହାଙ୍କ ନିକଟରେ ଉପସ୍ଥିତ ହେଲେ ନିରାଶ ହୋଇ ଫେରନ୍ତି ନାହିଁ । ଏ ମହାଶୟ ଦେଶହିତକର କାର୍ଯ୍ୟରେ ଅର୍ଥ ସାହାଯ୍ୟ କରିବାରେ କୁଣ୍ଠିତ ହୁଅନ୍ତି ନାହିଁ; ବିଶେଷତଃ, ଗତ ପ୍ରବଳ ବନ୍ୟାରେ ବିପନ୍ନ ଲୋକମାନଙ୍କୁ ଧାନ ଚାଉଳ ସାହାଯ୍ୟ କରିଅଛନ୍ତି ଶ୍ରୀଜଗନ୍ନାଥ ଦେବଙ୍କ ନୈବେଦ୍ୟ ପାଇଁ ମଠରେ ଯାହା ଯାହା ଖଞ୍ଜା ଅଛି ତାହା ଉତ୍ତମରୂପେ ଚଳାଉଅଛନ୍ତି ଶ୍ରୀଜଗନ୍ନାଥ ଦେବଙ୍କ ରତ୍ନସିଂହାସନସ୍ଥ କନକମଣ୍ଡପକୁ ସନ ୧୯୩୬ ମସିହାରେ ବହୁ ଅର୍ଥ ବ୍ୟୟ କରି ନୂତନଭାବେ ନିର୍ମାଣ କରାଇ ଅଛନ୍ତି ଏବଂ ଉକ୍ତ ସିଂହାସନର ପଶ୍ଚିମଭାଗ କଳା ଶଙ୍ଖମର୍ମର ପଥରରେ ନିର୍ମାଣ କରାଇବାଦ୍ୱାରା ତାହାର ପରମ ଶୋଭା ବର୍ଦ୍ଧିତ କରାଇ ଅଛନ୍ତି । ଅତିବଡ଼ ଗୋସ୍ୱାମୀଙ୍କଠାରୁ ଏ ପର୍ଯ୍ୟନ୍ତ ମଠରେ ଏକାଦଶ ପୀଢ଼ ଗୋସ୍ୱାମୀମାନଙ୍କର ଅବସ୍ଥାନ ହେଲା ।
୧୪୦ କ ଧାଡ଼ି:
* ସତ୍‌ସଙ୍ଗ ବର୍ଣ୍ଣନ
* ଅର୍ଥକୋଇଲି (କବି ମାର୍କଣ୍ଡଙ୍କ ରଚିତ କେଶବକୋଇଲିର ଆଧ୍ୟାତ୍ମିକ ବ୍ୟାଖ୍ୟା)
* ତୁଳାଭିଣା (ଶିବ-ପାର୍ବତୀଙ୍କ କଥୋପକଥନ ଛଳରେ ଉତ୍କଳୀୟ ବୈଷ୍ଣବ ଧର୍ମର ବିଶେତ୍ୱମାନ ବର୍ଣ୍ଣିତ ହୋଇଅଛିହୋଇଛି ୤ )
=== କାବ୍ୟ ===
* ଉଷାହରଣ (ଅଷ୍ଟ ଛାନ୍ଦବିଶିଷ୍ଟ)