"କ୍ଷୀରଚୋରା ଗୋପୀନାଥ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; cosmetic changes
ଟିକେ + ଫଟୋ
୪୫ କ ଧାଡ଼ି:
 
== '''କିମ୍ବଦନ୍ତି''' ==
[[File:KhiraChoraGopinath.jpg |thumb| କ୍ଷୀରଚୋରା ଗୋପୀନାଥ ମନ୍ଦିର, ରେମୁଣା ]]
କୁହାଯାଏ ଥରେ ଜଣେ ଭକ୍ତ ମାଧବେନ୍ଦ୍ର ପୁରୀ, ବୃନ୍ଦାବନର ତାଙ୍କର ସେବିତ ଠାକୁର ଶ୍ରୀ ଗୋପାଳଙ୍କ ପାଇଁ ଜଗନ୍ନାଥ ପୁରୀରୁ[[ପୁରୀ]]ରୁ ମଲୟ ଚନ୍ଦନ ନେବା ଉଦେଶ୍ୟରେ ବୃନ୍ଦାବନରୁ ଚାଲି ଚାଲି ଆସି ରେମୁଣା ଗୋପୀନାଥ ମନ୍ଦିରରେ ବିଶ୍ରାମ କରିଥିଲେ । ଗୋପୀନାଥଙ୍କ ଠାରେ ଲାଗିଥିବା କ୍ଷୀରଭୋଗ(ଅମୃତକେଳି)କୁ ଦେଖି ଭୋଗ ପାଇବାର ଇଚ୍ଛା ହୋଇଥିଲା । କିନ୍ତୁ ସେ ଅଯାଚିତ ହୋଇଥିବାରୁ ମନର ଇଚ୍ଛା ପ୍ରକାଶ କଲେ ନହିଁ । ଶ୍ରୀ ଗୋପୀନାଥ ଭକ୍ତର ମନକଥା ଜାଣିପାରି ବାରଟି କ୍ଷୀରଭୋଗ ମଧ୍ୟରୁ ଗୋଟିଏ କ୍ଷୀରଭୋଗ ତାଙ୍କ ପିନ୍ଧିଥିବା ଧୋତିତଳେ ଲୁଚାଇ ରଖି ପୂଜକ କୁ ଅର୍ଦ୍ଧରାତ୍ରିରେ ଉଠାଇ ଭକ୍ତ ମାଧବେନ୍ଦ୍ରଙ୍କୁ କ୍ଷୀରଭୋଗ ଦେଇଆସିବା ପାଇଁ ନିର୍ଦେଶ ଦେଲେ । ପୂଜକ ଉଠି ସ୍ନାନକରି ସତକୁ ସତ ଦେଖିଲେ ଗୋପୀନାଥଙ୍କ ଧୋତିତଳେ କ୍ଷୀରଭୋଗଟିଏ ଅଛି । ସେ ତୁରନ୍ତ କ୍ଷୀରଭୋଗଟି ନେଇ ଅନତି ଦୂରରେ ବସି କୀର୍ତନ କରୁଥିବା ମାଧବେନ୍ଦ୍ରଙ୍କୁ ଦେଇଥିଲେ । ମାଧବେନ୍ଦ୍ର ପୁରୀ ସେଇ କ୍ଷୀରଭୋଗ ପାଇ ଆନନ୍ଦରେ ନୃତ୍ୟ କରି ମୁର୍ଚ୍ଛିତ ହୋଇପଡିଲେ, ପୁଣି ଉଠି ନିଜକୁ ଧିକାର କଲେକି ପ୍ରଭୁ ଗୋପୀନାଥ ତାଙ୍କ ପାଇଁ ରାତ୍ରି ଅନିଦ୍ରା ରହି ଏତେ କଷ୍ଟ କଲେ । ତତ୍ପରେ ସେ ପ୍ରତିଷ୍ଠା ଭୟରେ ସକାଳ ହେବା ପୂର୍ବରୁ ରେମୁଣା ଛାଡି [[ପୁରୀ]] ଅଭିମୁଖେ ପଳାୟନ କଲେ। ସେହିଦିନଠାରୁ ଶ୍ରୀ ଗୋପୀନାଥ କ୍ଷୀରଚୋରା ଗୋପୀନାଥ ନାମରେ ପ୍ରସିଦ୍ଧ ହେଲେ । ଭକ୍ତ ମାଧବେନ୍ଦ୍ର ପୁରୀରୁ[[ପୁରୀ]]ରୁ ମଲୟ ଚନ୍ଦନ ଆଣି ରେମୁଣା ଦେଇ ଫେରିବା ବାଟରେ ଏଠାକାର ଭକ୍ତ ମାନେ ଏଠାରେ ରହିବା ପାଇଁ ଅନୁରୋଧ କଲେ । ସେ ଏଠାରେ ରହଣି ସମୟରେ ତାଙ୍କ ବୃନ୍ଦାବନର ଠାକୁର ଶ୍ରୀ ଗୋପାଳ ନିର୍ଦେଶନିର୍ଦ୍ଦେଶ ଦେଲେ ଯେ ମୁଁ ଯିଏ ରେମୁଣାର ଗୋପୀନାଥ ସିଏ । ତୁମେ ଗୋପୀନାଥଙ୍କ ଶ୍ରୀଅଙ୍ଗରେ ମଲୟ ଚନ୍ଦନ ଲେପନ କରିଦେଲେ ମୁଁ ପାଇଯିବି । ସେହିଦିନଠାରୁ ଅକ୍ଷୟ ତୃତୀୟା ଓ ଚନ୍ଦନ ପୂର୍ଣ୍ଣମୀରେ ଗୋପୀନାଥଙ୍କ ସର୍ବାଙ୍ଗ ଚନ୍ଦନ ବେଶ ହୁଏ । ଏବଂ ଅକ୍ଷୟ ତୃତୀୟା ଠାରୁ ୪୫ ଦିନଧରି ଭକ୍ତଶ୍ରେଷ୍ଠ ମାଧବେନ୍ଦ୍ର ପୁରୀ ଗୋସ୍ଵାମୀଙ୍କ ସ୍ମୃତି ଉଦେଶ୍ୟରେ ଚନ୍ଦନ ଲାଗି ହୁଏ । ତାଙ୍କୁ ଏହିଠାରେ ସ୍ଥୂଳ ସମାଧି ଦିଆଯାଇଛି ଓ ଏବେ ସେଠାରେ ତାଙ୍କର ସମାଧି ମନ୍ଦିର ମଧ୍ୟ ଅଛି ।
 
== '''ବିଗ୍ରହ''' ==