"ଲକ୍ଷ୍ମଣ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବହୁପ୍ରଚଳିତ ବ୍ୟବହାର (via JWB)
ଟିକେ ବହୁପ୍ରଚଳିତ ବନାନ (ଛଡାଇ -> ଛଡ଼ାଇ) (via JWB)
୧୮ କ ଧାଡ଼ି:
୧୯୩୬ ମସିହା [[ଅପ୍ରେଲ]] ୧ ତାରିଖରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପରେ ଆତ୍ମପ୍ରକାଶ କରିଥିଲା । [[ସାର ଜନ ଅଷ୍ଟିନ ହବାକ]] ହେଲେ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର। ଏକଦା ତାଙ୍କ କୋରାପୁଟ ଗସ୍ତ ସମୟରେ ତାଙ୍କ ପ୍ରତିନିଧି ଭାବରେ ତତ୍କାଳିନ ଜୟପୁର ରାଜା ସମସ୍ତ ସୁଖସୁବିଧାର ଆୟୋଜନ କରିଥିଲେ । ମାତ୍ର ଏଥି ନିମନ୍ତେ ଆଦିବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା । ସମସ୍ତ ପ୍ରକାରର ଉପଲବ୍ଧ ଉତ୍ତମ ଖାଦ୍ୟଦ୍ରବ୍ୟ ବିନାମୂଲ୍ୟରେ ସରକାରଙ୍କୁ ଦେବାସହ ସାହେବଙ୍କ ସେବାନିମନ୍ତେ ବେଠି ଖଟିବାକୁ ପଡ଼ିଥିଲା । ପ୍ରତିବାଦର ପରିଣାମ ଥିଲା ରାଜଦଣ୍ଡ । ସାହେବ ଓ ତାଙ୍କ ଅମଲାମାନଙ୍କର ଏ ଅତ୍ୟାଚରରେ ବିଚଳିତ ଲକ୍ଷ୍ମଣ ନାୟକ ନିଜ ଲୋକଙ୍କ ଦୂରବସ୍ଥା ବିଷୟରେ ତତ୍କାଲିନ ଘୁମର ଗ୍ରାମ ପଞ୍ଚାୟତର କଂଗ୍ରେସ ସଭାପତି ନିଳକଣ୍ଠ ପାତ୍ରଙ୍କୁ ଜଣାଇଥିଲେ । ନିଳକଣ୍ଠ ପାତ୍ର ଆଦିବାସୀମାନେ ହରାଇଥିବା ସମସ୍ତ ସମ୍ପତିର ତାଲିକା ପ୍ରସ୍ତୁତ କରି ଜୟପୁରର ରାଧାକୃଷ୍ଣ ବିଶ୍ୱାସରାୟଙ୍କ ନିକଟକୁ ଯାଇଥିଲେ ଓ ସେ ଏ ସମ୍ବାଦକୁ ଖବର କାଗଜରେ ପ୍ରକାଶ କରିବା ପରେ ତୀବ୍ର ପ୍ରତିକିୟା ପ୍ରକାଶ ପାଇଥିଲା । ପରିଣାମ ସ୍ୱରୂପ ଇଂରେଜ ସରକାର ଲୋକମାନଙ୍କ ଠାରୁ ନିଆଯାଇଥିବା ଜିନିଷର ମୂଲ୍ୟ ଫେରାଇଥିଲେ । ଏହି ଘଟଣା ଫଳରେ ଲକ୍ଷ୍ମଣ ନାୟକଙ୍କ ମନରେ ଅହିଂସା ଓ ତତ୍କାଲିନ କଂଗ୍ରେସ ଉପରେ ବିଶ୍ୱାସ ଜନ୍ମିଥିଲା । ୧୯୩୭-୩୮ରେ ରାଧାକୃଷ୍ଣ ବିଶ୍ୱାସରାୟ ଜୟପୁର ନିକଟସ୍ଥ ନୂଆପୁଟରେ ଖୋଲିଥିବା ତାଲିମ ଶିବିରରେ ଯୋଗଦାନ କରି ମହାତ୍ମାଗାନ୍ଧିଙ୍କ ଦର୍ଶିତ ଆଦର୍ଶ ନୀତି ଓ ଶୃଙ୍ଖଳିତ ଜୀବନଯାପନ ବିଷୟରେ ଶିକ୍ଷା ଲାଭ କରିଥିଲେ ।
==ସଂଗ୍ରାମୀ ଜୀବନ==
ତାଲିମ ଶିବିରରୁ ଫେରି ଲକ୍ଷ୍ମଣ କୋରାପୁଟରେ ଖଦୀ ଓ ଅହିଂସାର ପ୍ରଚାର ଓ ପ୍ରସାରରେ ଯୋଗ ଦେଇଥିଲେ । ପଶୁବଳିକୁ ବିରୋଧ କରିବା ସହ ନିଜର ତିଶାରି ବୃତ୍ତିରେ ଆଉ ପଶୁବଳି ଦେଇନଥିଲେ । ଲକ୍ଷ୍ମଣ ଗାଁକୁ ଗାଁ ବୁଲି ଲୋକଙ୍କୁ ନିର୍ଭିକ ହେବା ସହ ସରକାରଙ୍କୁ ଟିକସ ନ ଦେବା ଅହିଂସା ମାର୍ଗରେ ପରିଚାଳିତ ହେବା ମଦ୍ୟ ତ୍ୟାଗ କରିବା ସହ ଏକ ଶୃଙ୍ଖଳିତ ଜୀବନ ଧାରଣ ନିମନ୍ତେ ବାର୍ତ୍ତା ପ୍ରଚାର କରୁଥିଲେ । <ref name="Saheed Laxman">{{cite web|title=Saheed Laxman Nayak|url=http://creativeodisha.com/AboutOdisha/View-Eminent-Personalities/Laxman-Nayak|work=creativeodisha.com|accessdate=12 April 2016}}</ref> ତାଙ୍କର ପ୍ରଧାନ ସହାୟକ ମଧ୍ୟରେ ବଲରାମ ସିଂ ପୁଜାରୀ,ମୋତିରାମ ସିଂ ପୁଜାରୀ ,ବନସିଂ ପୁଜାରୀ,କୃଷ୍ଣଚନ୍ଦ୍ର ବିଶୋଇ ପ୍ରମୁଖ ଥିଲେ । କୃଷ୍ଣଚନ୍ଦ୍ର ସାକ୍ଷରତା ଅଭିଯାନରେ ସାହାଯ୍ୟ କରି କୋରାପୁଟର ଉଦୟଗିରିଠାରେ ଏକ ସ୍କୁଲ ଖୋଲିଥିଲେ । ଏକ ମୁସ୍ତାଦା ହୋଇ ମଧ୍ୟ ଲୋକଙ୍କୁ କର ନ ଦେବା ପାଇ କହିବାର ପରିଣାମ ସ୍ୱରୂପ ଲକ୍ଷ୍ମଣଙ୍କୁ ରାଜଦ୍ରୋହୀ ବା ଫିତୁରିଦାର୍ (ଅର୍ଥାତ ରାଜାଙ୍କୁ ବିରୁଦ୍ଧ କରୁଥିବା ମେଳିର ସର୍ଦ୍ଦାର ) ଘୋଷଣା କରି ତାଙ୍କ ଠାରୁ ସରକାରଙ୍କ ତରଫରୁ ଦିଆଯାଇଥିବା ପଦବୀ ଓ ଚାଷ ଜମି ଛଡାଇଛଡ଼ାଇ ନିଆଯାଇଥିଲା ।
 
[[ଦ୍ୱିତୀୟ ବିଶ୍ୱଯୁଦ୍ଧ]] ସମୟରେ ମହାତ୍ମାଗାନ୍ଧିଙ୍କ ଆହ୍ୱାନରେ ବ୍ୟକ୍ତିଗତ ସତ୍ୟାଗ୍ରହରେ ଅଂଶଗ୍ରହଣ କରି ଜେଲଦଣ୍ଡ ପାଇଥିଲେ । ୧୯୪୨ ମସିହା ଅଗଷ୍ଟ ୯ ବମ୍ବେ ଅଧିବେଶନରେ କଂଗ୍ରେସ ବ୍ରିଟିଶ ସରକାର ଭାରତ ଛାଡ଼ ପ୍ରସ୍ତାବ ପାଶ କରିଥିଲା । ଏହା ପରେ ବ୍ରିଟିଶ ସରକାର କଂଗ୍ରେସକୁ ବେଆଇନ ଘୋଷଣା କରିଥିଲା । ଗୁପ୍ତରେ ଏହି ସମ୍ବାଦ ପାଇବା ପରେ ଲକ୍ଷ୍ମଣ ନାୟକ ବଲରାମ ପୁଜାରୀଙ୍କଦ୍ୱାରା ଜୟପୁରରୁ ଆସିଥିବା ନିର୍ଦ୍ଦେଶଗୁଡିକୁ ଆଦିବାସୀ ଭାଷାରେ ଅନୁବାଦ କରାଇ ( “କର ବା ମର”କୁ “ତୋର୍ ବୁତା ତୁଇ କର୍ , ନ ପାରିଲେ ମର୍”) ଗାଁ ଗାଁ ବୁଲି ଲୋକମାନଙ୍କୁ ସତ୍ୟାଗ୍ରହ ଓ ସ୍ୱାଧିନତା ନିମନ୍ତେ ଅହିଂସା ଲଢେଇର ବାର୍ତ୍ତା ପ୍ରଚାର କରିଥିଲେ ।