"ତିଥି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୧ କ ଧାଡ଼ି:
ଚନ୍ଦ୍ର ପୃଥିବୀର ଚାରି ପାଖେ ଥରେ ବୁଲି ଆସିଲେ ଗୋଟିଏ ତିଥି ହୁଏ ୤ ଏହିପରି ୧୫ ଥର ବୁଲିଲେ ଏକ ପକ୍ଷ ହୁଏ ୤ ଦୁଇ ପକ୍ଷରେ ଏକ [[ମାସ]] ହୁଏ ୤ ପୂଣ୍ଣମୀର ପରଦିନ କୃଷ୍ଣପକ୍ଷର ଆରମ୍ଭ ହୁଏ ୤ କୃଷ୍ଣପକ୍ଷର ପ୍ରଥମ ତିଥି ପ୍ରତିପଦ, ତତ୍ବରେ ଯଥାକ୍ରମେ ଦ୍ବିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ବାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଓ ଅମାବାସ୍ୟା ଏପରି ୧୫ ତିଥିରେ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଶେଷ ହୁଏ ୤ ଅମାବାସ୍ୟାର ପରଦିନ ଶୁକ୍ଳପକ୍ଷ ଆରମ୍ଭ ହୁଏ – ଶୁକ୍ଳପକ୍ଷର ପ୍ରଥମ ତିଥି ପ୍ରତିପଦ, ତତ୍ବରେ ଯଥାକ୍ରମେ ଦ୍ବିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ବାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଆଦି ୧୫ ତିଥିରେ ଶୁକ୍ଳପକ୍ଷ ପୂର୍ଣ୍ଣମୀ ଦିନ ଶେଷ ହୁଏ ୤ ଚନ୍ଦ୍ର ପୃଥିବୀକୁ ଥରେ ବୁଲି ଆସିଲାବେଳକୁ ଏକଦିନ ବା ୨୪ ଘଣ୍ଟା ପୁରି ନଥାଏ; ଏଥିପାଇଁ ଏକଦିନରେ ଏକତିଥିରୁ ଅଧିକା କେତେ ସମୟ ପଡ଼େ ୤

ଜ୍ୟୋତିଷଶାସ୍ତ୍ରରେ ତିଥିମାନଙ୍କୁ ନାନା ଶ୍ରେଣୀରେ ବିଭକ୍ତ କରାଯାଇ ଅଛି; ଯଥା:

# କୃଷ୍ଣାତିଥି- କୃଷ୍ଣପକ୍ଷର ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ତିଥି; ଶିକ୍ଳାତିଥି
# ଶୁକ୍ଳାତିଥି- ଶୁକ୍ଳ ପ୍ରତିପଦଠାରୁ ପୂର୍ଣ୍ଣିମା ତିଥି;
# ନନ୍ଦା ତିଥି- ପ୍ରତିପଦ, ଷଷ୍ଠୀ ଓ ଏକାଦଶୀ;
# ଭଦ୍ରାତିଥି- ଦ୍ବିତୀୟା, ସପ୍ତମୀ ଓ ଦ୍ବାଦଶୀ;
# ଜୟା ତିଥି – ତୃତୀୟା, ଅଷ୍ଟମୀ ଓ ତ୍ରୟୋଦଶୀ;
# ରିକ୍ତା ତିଥି- ଚତୁର୍ଥୀ, ନବମୀ ଓ ଚତୁର୍ଦ୍ଦଶୀ; ପୂର୍ଣ୍ଣାତିଥି- ପଞ୍ଚମୀ, ଦଶମୀ, ଅମାବାସ୍ୟା ଓ ପୂର୍ଣ୍ଣିମା; ଐହସ୍ପର୍ଶତିଥି- ଏକାଦିନରେ ତିନିଗୋଟି ତିଥି ପଡ଼ିଥିବା ଦିବସ ୤
# ପୂର୍ଣ୍ଣାତିଥି- ପଞ୍ଚମୀ, ଦଶମୀ, ଅମାବାସ୍ୟା ଓ ପୂର୍ଣ୍ଣିମା;
# ଐହସ୍ପର୍ଶତିଥି- ଏକାଦିନରେ ତିନିଗୋଟି ତିଥି ପଡ଼ିଥିବା ଦିବସ ୤
 
==ପୌରାଣିକ ମତ==
ପୁରାଣ ମତରେ ଚନ୍ଦ୍ରଙ୍କଠାରେ ଅମୃତ ଅଛି; ଦେବତାମାନେ କୃଷ୍ଣପକ୍ଷରେ ପ୍ରତିଦିନ ଚନ୍ଦ୍ରଙ୍କଠାରୁ ଗୋଟିଏ ଗୋଟିଏ କଳା ଅମୃତ ପାନ କରିବାରୁ ଚନ୍ଦ୍ରଙ୍କର କଳା କ୍ଷୟ ହୁଏ ୤ ଶେଷକଳାକୁ ଅମାବାସ୍ୟା ଦିନ ଜଳ ଓ ଓଷଧିମାନେ ପାନ କରନ୍ତି; ଜଳ ଓ ଓଷଧିକୁ ପଶୁମାନେ ପାନ କରି ଦୁଧ ଦିଅନ୍ତି; ଦୁଧରୁ ଘିଅ ହୁଏ; ଏହି ଘିଅ ପୁଣି ଆହୁତିରୂପେ ଚନ୍ଦ୍ରଙ୍କଠାରେ ପ୍ରବେଶ କରିବାରୁ ଚନ୍ଦ୍ର ପୁଣି ଶୁକ୍ଳପକ୍ଷରେ କଳାଏ କେଖାଁଏ ବଢ଼ନ୍ତି ୤ ଚନ୍ଦ୍ରଙ୍କର ନିମ୍ନଲିଖିତ କଳାମାନଙ୍କୁ ନିମ୍ନଲିଖିତ ଦେବତାମାନେ କୃଷ୍ନପ୍ରତିପଦଠାରୁ ଆରମ୍ଭ କରି ଖାଆନ୍ତି ୤ </br>
"https://or.wikipedia.org/wiki/ତିଥି"ରୁ ଅଣାଯାଇଅଛି