"ସାରଳା ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ମାନକ ବନାନ (ବହୁପ୍ରଚଳିତ) (via JWB)
ଟିକେ ସଠିକ ବନାନ "ପୂର୍ଣ୍ଣ" (via JWB)
୯୩ କ ଧାଡ଼ି:
ତୁ ନାଥ ଜଗତ ସୋଦର, ଏ ଅପରାଧ କ୍ଷମା କର"
</poem></center>
ଜାରାଶବର ହାତରେ ଶ୍ରୀକୃଷ୍ଣଙ୍କ ଦେହବସାନ ହେଲା ପରେ ପାଣ୍ଡବମାନେ ତାଙ୍କୁ ନେଇ ସମୁଦ୍ର କୁଳରେ ଦାହ କଲେ । ମାତ୍ର ସେ ଅକ୍ଷୟ ବ୍ରହ୍ମ ପୁର୍ଣ୍ଣପୂର୍ଣ୍ଣ ଦାହ ହେଲା ନାହ୍ହି ତେଣୁ ପାଣ୍ଡବମାନେ ନିରାଶ ହୋଇ ଶେଷକୁ ଉପାୟ ନପାଇ ସେଇ ଦରପୋଡା ବ୍ରହ୍ମକୁ ସମୁଦ୍ରରେ ଭସାଇ ଦେଲେ । ସେ ବ୍ରହ୍ମ ଭାସି ଭାସି ଯାଇ ପୁରୀର ସମୁଦ୍ର ତଟରେ ପହନ୍ଚିଲା । ସେଇଠି ଯୁଗ ଯୁଗ ଧରି ସେ ନୀଳମାଧବ ରୁପରେ ପୂଜା ପାଇଲେ । ବିଷ୍ଣୁଙ୍କ ସନ୍ଧାନରେ ମାଳବରୁ ରାଜା ଇନ୍ଦ୍ରଦ୍ୟୁମ୍ନ ଏବଂ ବ୍ରାହ୍ମଣ ବିଦ୍ୟାପତି ଆସିଲେ । ନୀଳମାଧବ ଉଭେଇ ଯାଇ ବାଙ୍କି ମୁହାଣରେ ଦେଖା ଦେଲେ ଦାରୁବ୍ରହ୍ମ ଆକାରରେ । ରାଜା ସୈନ୍ୟସାମନ୍ତ, ସକଳ ଅଶ୍ୱ ଗଜ ନେଇ "ଦାରୁବ୍ରହ୍ମ" ପାଇଁ ଗଲେ । ଦାରୁବ୍ରହ୍ମ ପ୍ରୁଷ୍ଠରେ ଶ୍ରୀକୃଷ୍ଣଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ ପ୍ରଭୃତି ଚିହ୍ଣ ସବୁ ବିଦ୍ୟମାନ ଥିଲା । ମାତ୍ର ଦାରୁବ୍ରହ୍ମ ଅଟଳ ରହିବାରୁ ରାଜା ଅଧିଆ ପଡିଲେ । ଠାକୁର ତାଙ୍କୁ ସ୍ୱପ୍ନରେ ଛାୟାପ୍ରାୟ ଦୃଶ୍ୟ ହୋଇ କହିଲେ "ରାଜା, ତୋର ପାର୍ଥିବ ଶକ୍ତି ବଳରେ ଏଠାରୁ ମୋତେ ଟଳେଇ ନେବାର ବୃଥା ଚେଷ୍ଟା କରନା । ଆସନ୍ତା କାଲି ମୋର ପ୍ରକୃତ ସେବକ ବିଦ୍ୟାପତିଙ୍କର ବଂଶଧରମାନଙ୍କୁ ଡକେଇ ଆଣି ଗୋଟିଏ ପାଖରେ ଠିଆ କରାଇବୁ ଓ ଆର ପାଖରେ ଜାରାର ବଂଶଧରଙ୍କୁ । ସେଇମାନେ ଏକତ୍ର ଛୁଇଁଲେ ମୁଁ ଯିବି" । ଶେଷରେ ତାହା ହି ହେଲା । ଦାରୁବ୍ରହ୍ମ ଭକ୍ତମାନଙ୍କ ଉପସ୍ଥିତିରେ ଅକ୍ଳେଶରେ ଉଠି ଚାଲିଲେ । ଅମୁହାଁ ଦେଉଳରେ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କ ପରାମର୍ଶରେ ମୂର୍ତ୍ତୀଗଢା ଆରମ୍ଭ ହେଲା । ଏଇ ମୂର୍ତ୍ତୀ ଗଢିବା କାର୍ଯ଼୍ୟ କଲେ ସ୍ୱୟଂ ବିଶ୍ୱକର୍ମା ।
 
ସେଇ ଦାରୁ ଦେବତା । । । ଶବର ଦେବତା । । । ହେଉଛନ୍ତି ଦ୍ୱାପରର ଶ୍ରୀକୃଷ୍ଣ (ଜଗନ୍ନାଥ) ବଳଭଦ୍ର ଏବଂ ସୁଭଦ୍ରା! ପାଖରେ ତାଙ୍କର ସୁଦର୍ଶନ । ଯାହା ପାଖରେ ବିଚାର ନାହିଁ ଆର୍ଯ଼୍ୟ, ଅନାର୍ଯ଼୍ୟ, ବ୍ରାହ୍ମଣ, ଶୁଦ୍ର, ହିନ୍ଦୁ, ମୁସଲମାନର । ସେ ଆଚାଣ୍ଡାଳ ବ୍ରାହ୍ମଣ ସମସ୍ତଙ୍କର ।