"କେନ୍ଦ୍ରାପଡ଼ା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ (via JWB)
ଟିକେ "ଭାଗନେଇଥିଲେ" ଗୋଟେ ଶବ୍ଦ ତେଣୁ "ଭାଗ" ଓ "ନେଇଥିଲେ" ଲାଗିକି ରହିବ (via JWB)
୭୫ କ ଧାଡ଼ି:
ଉନ୍ନବିଂଶ ଶତାବ୍ଦୀର ଓଡ଼ିଶା ଇତିହାସ ପୃଷ୍ଠାରେ କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଅଛି । ଓଡ଼ିଶାରେ ସଂଗଠିତ ନଅଙ୍କ ଦୁର୍ଭିକ୍ଷ ସମୟରେ କେନ୍ଦ୍ରାପଡ଼ାର ଖ୍ୟାତନାମା ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ଅକୁଣ୍ଠ ଚିତ୍ତ ସମଗ୍ର ଓଡ଼ିଶା ଲୋକଙ୍କୁ ଯେପରି ଭାବରେ ବୀନା ମୂଲ୍ୟରେ କ୍ଷ୍ଯୁଦାର୍ତ ଲୋକମାନଙ୍କୁ ମାସ ମାସ ଧରି ଆହାର ଯୋଗେଇ ଥିଲେ, ତାହା ସବୁଦିନ ପାଇଁ ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇ ରହିବ । ଉଲ୍ଲେଖ ଅଛି ଯାଜପୁର ପାଇଁ ରାଧାଶ୍ୟାମ ନରେନ୍ଦ୍ର ୭୫ ହଜାର ମହଣ ଧାନ ବୀନା ମୂଲ୍ୟରେ, ଆଦି ନେତା ବିଚିତ୍ରାନନ୍ଦ ଦାସଙ୍କ ଅନୁରୋଧରେ ଦାନ କରିଥିଲେ । ଏଥିପାଇଁ ଦିଲ୍ଲୀ ଦରବାର ଓ କଟକରେ ଉପସ୍ଥିତ ସମସ୍ତ ରାଜାମାନଙ୍କ ସମ୍ମୁଖରେ ରାଧାଶ୍ୟାମ ନରେନ୍ଦ୍ରଙ୍କୁ ସମ୍ମାନିତ କରଯାଇଥିଲା । ଏହି ରାଧାଶ୍ୟାମ ନରେନ୍ଦ୍ରଙ୍କ ପିଉସା ଥିଲେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତରାୟ । ସେ ୧୭୮୫ ମସିହାରେ ରାଧାଶ୍ୟାମ ନରେନ୍ଦ୍ରଙ୍କ ପିଉସୀ ବା ସଦାଶିବ ଜାଣ। (ନରେନ୍ଦ୍ରଙ୍କ ପିତା) ଓ ଭଗ୍ନୀ ବିମଳା ଦେବୀଙ୍କୁ ବିବାହ କରିଥିଲେ । ରାଧାଶ୍ୟାମ ନରେନ୍ଦ୍ରଙ୍କ ଜ୍ୟଷ୍ଠା ଭଗ୍ନୀ ସୁଲକ୍ଷଣାଙ୍କୁ କୁଜଙ୍ଗ ଷଣ୍ଢ ରାଜା ଚନ୍ଦ୍ରଧ୍ୱଜ ଷଣ୍ଢ ବିବାହ କରିଥିଲେ । ଏହି ଚନ୍ଦ୍ରଧ୍ୱଜ ଷଣ୍ଢଙ୍କର ନାତି ଜଗନ୍ନାଥ ବୀରବରଙ୍କ ପୋଷ୍ୟ ପୁତ୍ର ଥିଲେ କୁଜଙ୍ଗ ଗାନ୍ଧୀ ନାରାୟଣ ବୀରବର ସାମନ୍ତ । ରାଧାଶ୍ୟାମ ନରେନ୍ଦ୍ରଙ୍କ ଜମିଦାରୀ ମଧ୍ୟରେ ରହିଥିଲେ ଲଳିତଗିରି, ଉଦୟଗିରି ଓ ରତ୍ନଗିରି । ଏହି ଅଞ୍ଚଳଗୁଡ଼ିକ ତତ୍କାଳୀନ ‘ଅଳତୀ ପ୍ରଗଣା’ ଭୁକ୍ତ ହୋଇଥିଲା । ରାଧାଶ୍ୟାମ ନରେନ୍ଦ୍ରଙ୍କ ତାଙ୍କ ଜମିଦାରୀ ଅଞ୍ଚଳ ମଧ୍ୟରୁ ଓଳାସୁଣୀ ପାହାଡକୁ ସାଧୁ ଅରଖିତଙ୍କୁ ଦାନକରି ତାଙ୍କ ନାମରେ ଉଇଲ କରିନେଇଥିଲେ । ନରେନ୍ଦ୍ର କନିକା ରାଜା ବିନାୟକଭଞ୍ଜଙ୍କ ମୁରବୀ ଭାବରେ ଅଧିଷ୍ଠିତ ହୋଇ କନିକା ରାଜା ବଂଶକୁ ସୁରକ୍ଷା ପ୍ରଦାନ କରିଥିଲେ ।
 
ଉନ୍ନବିଂଶ ଶତାବ୍ଦୀରେ, ଯେଉଁ ସମୟରେ ଓଡ଼ିଆ ଭାଷା ବଙ୍ଗବାସୀଙ୍କ ଦ୍ୱାରାକବଳିତ,ସେହି ସମୟରେ ଓଡ଼ିଆ ଭାଷାକୁ ପାଥେୟ କରି ବଡ଼କୋଠା ମଧ୍ୟସ୍ଥ ରଙ୍ଗ ମହଲରେ ଓଡ଼ିଆ ସଂଗୀତର ଆସର ତୋଳୁଥିଲେ – ସଙ୍ଗୀତଗୁରୁ [[ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ]] । ଏଠାରେ ସମ୍ମିଳିତ ହେଉଥିଲେ ଭାରତର ଶ୍ରେଷ୍ଠ ସଙ୍ଗୀତଜ୍ଞ, ବଡ଼ ଗୋଲମ ଅଲ୍ଲୀ, ରୋସ୍ନାରା ବେଗମ, ହାଫିଜ ଅଲ୍ଲୀ ଖାଁ, ରାୟଚାନ୍ଦ ବରାଳ ଇତ୍ୟାଦି । ଏହି ଆସର ସହିତ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ହୋଇଥିଲେ ପଦ୍ମଶ୍ରୀ [[ନିମାଇଁ ଚରଣ ହରିଚନ୍ଦନ|ବାଣୀକଣ୍ଠ ନିମାଇ ହରିଚନ୍ଦନ]] ଓ [[ବାଳକୃଷ୍ଣ ଦାସ|ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ]] । ୧୮୯୯ ମସିହାରେ ସର୍ବ ପ୍ରଥମେ ସଙ୍ଗୀତ ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ ରେକର୍ଡିଂ କରିଥିଲେ ଓଡ଼ିଆ ସଙ୍ଗୀତ ‘ସଜନିରେ …. ସଜନି। ବାଣୀକଣ୍ଠ ଥିଲେ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ପୁତୁରା ଓ ବୃନ୍ଦାବନ ହରିଚନ୍ଦନଙ୍କ ପୁତ୍ର ଓ ପୁରୀ ବାଳକଟୀ ଗ୍ରାମର ବାଳକୃଷ୍ଣ ଦାସ ଥିଲେ ଗୋକୁଳ ଶ୍ରୀଚନ୍ଦଙ୍କର ଶିଷ୍ୟ ।ବିଂଶ ଶତାବ୍ଦୀର ଇତିହାସ ପୃଷ୍ଠାରେ କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଅଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ କେନ୍ଦ୍ରପାଡ଼ାର ବରେଣ୍ୟ ନେତା ଯଦୁମଣି ମଙ୍ଗରାଜ ,ନାରାୟଣ ବୀରବର ସାମନ୍ତ,ପୀତାମ୍ବର ଜଗଦେବ ,ଆଶାଦୁଲ୍ଲା,ଅମର ଚାଟାର୍ଜୀ,ଆଳିର ଗାନ୍ଧୀ ସହଦେବ ପ୍ରଧାନ ଆଦି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏମାନଙ୍କ ଆହ୍ୱାନରେ ଗାନ୍ଧୀଜୀ କେନ୍ଦ୍ରାପଡ଼ାକୁ ପଦଯାତ୍ରା କରିଥିଲେ ।ହରିଜନ ପଦଯାତ୍ରା ବେଳେ ବହୁ ସଂଖ୍ୟକ ନାରୀମାନେ ମଧ୍ୟ ଏଥିରେ ଭାଗ ନେଇଥିଲେଭାଗନେଇଥିଲେ
 
ଶିକ୍ଷା କ୍ଷେତ୍ରରେ କେନ୍ଦ୍ରାପଡ଼ା ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଅନେକ ଆଗରେ ରହିଛି । ୧୮୪୪ ମସିହାରେ ସର୍ବ ପ୍ରଥମେ ଓଡ଼ିଶାର (କଟକ ସହର ନୁହେଁ) ହରିପୂର,ରେମୁଣା,କେନ୍ଦ୍ରାପଡ଼ାରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା ।୧୮୬୩ ମସିହାରେ ଏହି ବିଦ୍ୟାଳୟ ମଧ୍ୟ ଇଂରାଜୀ ଓ ୧୮୮୩ ମସିହାରେ ତତ୍କାଳୀନ ଏସଡିଓ କୀର୍ତିଗୋବିନ୍ଦ ଗୁପ୍ତଙ୍କଦ୍ୱାରା ଉଚ ବିଦ୍ୟାଳୟରେ ପରିଚିତ ହୋଇଥିଲା ।ବିଶିଷ୍ଟ ଶିକ୍ଷାବିତ ଜାମାଲଉଦ୍ଦୀନ ଓ ପଲ୍ଲୀକବି ନନ୍ଦକିଶୋର ବଳ ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଥିଲେ।ଏହାପରେ ୧୮୯୩ ମସିହାରେ କେନ୍ଦ୍ରାପଡ଼ା ସହରରେ ନାରୀଶିକ୍ଷାର ପ୍ରସାର ପାଇଁ ଫ୍ରେଜର ବାଳିକା ବିଦ୍ୟାଳୟ ସ୍ଥାପିତ ହୋଇଥିଲା ।