"ସାରଳା ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ମାନକ ବନାନ (ବହୁପ୍ରଚଳିତ) (via JWB)
ଟିକେ ମାନକ ବନାନ (ବହୁପ୍ରଚଳିତ) (via JWB)
୮୪ କ ଧାଡ଼ି:
'''ଦ୍ୱାପର ଯୁଗର ଶ୍ରୀକୃଷ୍ଣ କଳିଯୁଗର ଜଗନ୍ନାଥ'''
 
ଜଗନ୍ନାଥ ଓଡ଼ିଆ ଜାତିର ଆରାଧ୍ୟ ଦେବତା, ତାଙ୍କର ପ୍ରସିଦ୍ଧି ବିଶ୍ୱବ୍ୟାପୀ । ବିଶ୍ୱ ଦରବାରରେ ଓଡ଼ିଶାର ଜଗନ୍ନାଥ ଧର୍ମ ଅତୁଳନୀୟ, ସେ ହେଉଛନ୍ତି ସବୁ ଧର୍ମର ସମନ୍ୱୟ । ସବୁ ଚିନ୍ତା ଚେତନା ଏବଂ ସାରସ୍ୱତକୁ ଏକାଠି ମିଶାଇ ଦେଲେ ଯାହା ହେବ ତାହା ହିଁ ହେଉଛି - ଜଗନ୍ନାଥ ଧର୍ମ । ସେଇଥି ପାଇଁ ପ୍ରତ୍ୟେକ ଧର୍ମର ଧର୍ମାବଲମ୍ବୀ ତାଙ୍କୁ ନିଜ ନିଜ ଧର୍ମମତର ପ୍ରତୀକ ରୁପେରୂପେ ଗ୍ରହଣ କରିବା ଲାଗି ଦ୍ୱିଧା ପ୍ରକଶ କରନ୍ତି ନାହିଁ । ଜଗତର ନାଥ ଜଗନ୍ନାଥଙ୍କୁ କିଏ କହେ 'ରାମ' କିଏ କହେ 'ବାମନ' କିଏ କହେ 'ଅଲେଖ ନିରଞନ' ପୁଣି କିଏ କହେ 'ବୁଦ୍ଧଦେବ' । ମାତ୍ର ଶାରଳା ଦାସ ଯୁକ୍ତି ଦର୍ଶାଇ ଦ୍ରୁଢ ସ୍ୱରରେ କହିଛନ୍ତି, ସେ ହେଉଛନ୍ତି 'ଶ୍ରୀକୃଷ୍ଣ' ।
 
ଦ୍ୱାପର ଯୁଗର କଥା । ଶ୍ରୀକୃଷ୍ଣ ଶିଆଳି ଲତାରେ ଚୁପ ଚାପ ଶୋଇଥିଲେ । ଏଇ ସମୟରେ ସେ ବଣକୁ ମୃଗୟା ଉଦ୍ଦେଶ୍ୟରେ ଆସିଥିବା ଜାରାଶବର ଲତା ଗହଳିରେ ଶ୍ରୀକୃଷ୍ଣର ପାଦ ଯୋଡିକୁ ଦେଖି ମୃଗୁଣୀର କାନ ବୋଲି ଭାବିଲା ଏବଂ ଶର ବିନ୍ଧିଲା । ପାଖକୁ ଯାଇ ଦେଖେ ତ ସେ ଦ୍ୱାରିକାଧିପତି ଶ୍ରୀକୃଷ୍ଣ । ଜାରା ପ୍ରଭଙ୍କର ମହିମା ଆଗରୁ ଜାଣିଥିଲା, ଏବେ ଶ୍ରୀକୃଷ୍ଣଙ୍କର ହତ୍ୟାର କାରଣ ହୋଇଥିବାରୁ ସେ ନିଜକୁ ଖୁବ ଧିକ୍କାର କଲା । ମାତ୍ର ଏହା ଥିଲା ବିଧିର ବିଧାନ - ଜାରା ପୁର୍ବ ଜନ୍ମରେ ମାଗିଥିବା ବରର ମନସ୍କାମନା ପୁରଣ ମାତ୍ର ।