"ଆଖି ପଲକରେ ତୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ସଂଶୋଧନ (ମାନକ ଲିଖନ) (via JWB)
ଟିକେ ମାନକ ବନାନ (ବହୁପ୍ରଚଳିତ) (via JWB)
୮୧ କ ଧାଡ଼ି:
ମାମାକୁ ନ ପାଇ ମୁନ୍ନା ତେଣେ ବିଟୁ ଏମିତି କରିଛି ବୋଲି ତାକୁ ପଚାରିଲା ସେଥିପାଇଁ ସେ ବିଟୁ ସ‌ହ ଯୋଗାଯୋଗ କରି ଜାଣିଲା କି ବିଟୁ ବି ସେ କାମ କିଛି କରିନି । ବିଟୁର ଲୋକମାନେ ଏମିତି କରିନାହାନ୍ତି ବୋଲି ଜାଣିବା ପରେ ମୁନ୍ନା ତା ଲୋକମାନଙ୍କୁ ସ‌ହରର ସବୁଆଡ଼େ ଖୋଜିବାକୁ କ‌ହିଲା । ମୁନ୍ନାର ଲୋକମାନେ ଭଗିଆକୁ ଗାଡ଼ିର ଯାଉଥିବାର ଦେଖି ତାକୁ ମାରିଦେଇଥିବା କଥା ମନେ ପଡ଼ିଲା । ସେଠାରେ ସେମାନେ ଭଗିଆକୁ ସେମାନେ ମାମା କଥା ପଚାରିଲେ ଏବଂ ମୁନା ଆସି ଭଗିଆକୁ ଅନୁରୋଧ କରି କ‌ହିଲା ମାମା ସ‌ହ ତା'ର ଦେଖା କରେଇଦେବା ପାଇଁ । ଭଗିଆ ମୁନ୍ନାକୁ ତା' ବାପା ମାଆଙ୍କୁ ବାନ୍ଧିଥିବା ଜାଗାକୁ ପରଦିନ ସକାଳ ୮ଟା ବେଳକୁ ଆସିବାକୁ କ‌ହିଲା । ଭଗିଆ ଚାଲିଯିବା ପରେ ମୁନ୍ନାର ଲୋକମାନେ ମରିଯାଇଥିବା ବ୍ୟକ୍ତି କିପରି ବଞ୍ଚିଗଲା ବୋଲି ମୁନ୍ନାକୁ ପଚାରିଲେ । କିନ୍ତୁ ମୁନ୍ନା ତାକୁ ଛାଡ଼ି ଦେଇଥିବା କଥା କ‌ହିଲା । କିନ୍ତୁ ତା'ର ଲୋକ ମାନେ କିପରି ତାକୁ ମନ୍ତ୍ରୀ ବୀର ଭାଇ କଥାରେ ମାରିଦେଇଥିଲେ ସେ କଥା ମୁନ୍ନାକୁ କ‌ହିଲେ । ମୁନ୍ନାର ଭଗିଆ ଉପରେ ସନ୍ଦେହ ହେଲା । ସେଥିପାଇଁ ତା'ର ଲୋକମାନେ ରାଜେଶକୁ ପୋତିଥିବା ଜାଗାକୁ ଯାଇ ଖୋଳି ଦେଖିଲେ କି ସେଠାରେ କିଛି ବି ନାହିଁ ।
 
ପରଦିନ ମୁନ୍ନା ଭଗିଆ କ‌ହିଥିବା ଜାଗାକୁ ଗଲା । ସେଠାରେ ଭଗିଆକୁ ମୁନ୍ନା ମାମା ବିଷୟରେ ପଚାରୁଥିବା ବେଳେ ମୁନ୍ନା ରାଜେଶକୁ ଅନ୍ୟମାନେ ମାରିଦେଇଛନ୍ତି ବୋଲି କ‌ହିଥିଲା ଏବଂ ସେତିକିବେଳେ ମୁନ୍ନା ଉପରେ ଅଚାନ‌କ ଗୁଳିର ବର୍ଷା ହେଲା । ଏହି ଦୃଶ୍ୟକୁ ମାମା ବଳିଆ ଭାଇର ଘରେ ଥାଇ ଟିଭିରେ ଦେଖିଲା । ଏବଂ ଭଗିଆ ଅସିବା ପରେ ମାମା ତାକୁ ତା'ର ଭାଇ ଉପରେ ଗୁଳିଚଳାଇଥିବା ଅପରାଧିଅପରାଧୀ ବୋଲି ଭାବିଲା । ହେଲେ ଭଗିଆ ମୁନ୍ନା ଉପରେ ଗୁଳି ଚଳାଇନାହିଁ ବୋଲି କ‌ହିଲା । ମାମା ଡାକ୍ତରଖାନାରେ ମୁନ୍ନାକୁ ଦେଖାକରିବାକୁ ଯିବାକୁ ଜିଦ୍ କଲା । ସେଥିପାଇଁ ମାମା ଏବଂ ଭଗିଆ ନିଜର ବେଶ ବଦଳାଇ ଡାକ୍ତରଖାନାରେ ପ‌ହଞ୍ଚିଲେ । ଡାକ୍ତରଖାନାରେ ପ‌ହଞ୍ଚିବା ପରେ ସେଠାରେ ସେମାନେ ମନ୍ତ୍ରୀ ବୀରଭାଇ, ବିଟୁ ଏବଂ ପୋଲିସ ଇନିସ୍‌ପେକ୍ଟର ଜି ଭି ମିର୍‌ଧାର କଥାବାର୍ତ୍ତା ଶୁଣିଲେ । ସେମାନେ ହିଁ ମୁନ୍ନାକୁ ମାରି ରାଜେଶକୁ ଜେଲ‌କୁ ପଠାଇବାକୁ ଚାହୁଁଥିଲେ । ହେଲେ ମୁନ୍ନା ବଞ୍ଚିଯିବା ପରେ ସେମାନେ ତାକୁ ମାରିବାକୁ ଡାକ୍ତରଖାନାରେ ମଧ୍ୟ ଚେଷ୍ଟା କରୁଥିଲେ । ଏହି କଥା ଜାଣିବା ପରେ ଭଗିଆ ମୁନ୍ନାକୁ ଡାକ୍ତରଖାନାରୁ ଲୁଚାଇ ନେଇ ଅନ୍ୟ ଜଣେ ବୈଦ୍ୟଙ୍କ ପାଖକୁ ନେଇଗଲା ସେତେବେଳକୁ ମୁନ୍ନା କୋମାକୁ ଚାଲିଯାଇଥିଲା ।
 
ମୁନ୍ନାକୁ ରାଜେଶ ନେଇଯାଇଥିବା ଜାଣି ଇନିସ୍‌ପେକ୍ଟର ରାଜେଶକୁ ଖୋଜି ଖୋଜି ଯାଇ ରାଜେଶର ଘରେ ପ‌ହଞ୍ଚିଲା । ସେଠାରେ ଭଗିଆ ତା' ଠାରୁ ବନ୍ଧୁକ ଛଡ଼ାଇ ରାଜେଶର ପରିବାରକୁ ନେଇ ଚାଲିଗଲା । ଭଗିଆ ମୁନ୍ନା ଚିକିତ୍ସିତ ହେଉଥିବା ରାଜେଶର ପରିବାର ଲୋକଙ୍କୁ ନେଇଯାଇଥିଲା । ସେଠାରେ ମୁନ୍ନାକୁ ପୁଣିଥରେ ଜୀବିତ ଦେଖି ରାଜେଶର ବାପା ଭଗିଆ ଉପରେ ବ‌ହୁତ ରାଗିଗଲେ ଏବଂ ଭଗିଆକୁ ଧିକ୍କାର କଲେ । ଭଗିଆ କେବେ ରାଜେଶ ହୋଇପାରିବନି ବୋଲି କ‌ହିଲେ । ମୁନ୍ନା ତାକୁ ମାରିଦେଇଥିବା କଥା ସେ ସମସ୍ତଙ୍କ ଠାରୁ ଲୁଚେଇ ରଖିଥିଲେ । ରାଜେଶକୁ ଗୁଣ୍ଡାମାନେ ମାରି ପୋତିଦେଇଥିବାର ସେ ନିଜ ଆଖିରେ ଦେଖିଥିଲେ ଏବଂ ତା'ର ମର ଶରୀରକୁ ନେଇ ଆସି ସେ ପୋଡ଼ି ଦେଇଥିଲେ । ଆଉ ସେଦିନ ସେ ଭଗିଆକୁ ସବୁ କଥା କ‌ହି ତାକୁ ରାଜେଶ ସଜେଇ ଘରକୁ ନେଇଥିବା କଥା ସମସ୍ତଙ୍କୁ ଜଣାଇଲେ । ଏହି ସବୁ କଥା ଶୁଣି କାନ୍ଦିବାକୁ ଲାଗିଲେ ଏବଂ ଭଗିଆ ସମସ୍ତଙ୍କୁ କଥା ଦେଲା କି ସେ ରାଜେଶକୁ ମାରିଥିବା ଲୋକମାନଙ୍କୁ ଉଚିତ ଶାସ୍ତି ଦେବ ।