"ରଣବୀର ସିଂ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ବନାନ ସଂଶୋଧନ (via JWB) |
ଟିକେ ମାନକ ବନାନ (via JWB) |
||
୩୦ କ ଧାଡ଼ି:
== ବାଲ୍ୟ ଜୀବନ ଓ ଶିକ୍ଷା ==
୬ ଜୁଲାଇ ୧୯୮୫ରେ [[ମୁମ୍ବାଇ]]ର ଏକ ସିନ୍ଧି ପରିବାରରେ ରଣବୀର ସିଂଙ୍କ ଜନ୍ମ । ପିତା ହେଉଛନ୍ତି ଜଗଜିତ୍ ସିଂ ଏବଂ ମା ଅଞ୍ଜୁ । ରଣବୀରଙ୍କ ଜେଜେବାପା ସୁନ୍ଦର ସିଂ ଭବନାନୀ ଓ ଜେଜେମା ଚାନ୍ଦ ବୁର୍କେ ଭାରତ ବିଭାଜନ ବେଳେ କରାଚୀରୁ(ବର୍ତ୍ତମାନର ପାକିସ୍ଥାନ) ଆସି ମୁମ୍ବାଇରେ ବସବାସ କଲେ । ରଣବୀରଙ୍କର
ପିଲାଟି ଦିନରୁ ତାଙ୍କର ଅଭିନୟ ତଥା ନାଚ ପ୍ରତି ଆକର୍ଷଣ ରହିଥିଲା । ମୁମ୍ବାଇର H.R. College of Commerce and Economicsରେ ଯୋଗ ଦେବାପରେ ସେ ଅନୁଭବ କଲେ କି ଅଭିନେତା ହେବା ଏତେ ସହଜ ନୁହେଁ । ଅଭିନେତା ହେବା ନିଶାରୁ ସେ ଦୁରେଇଯାଇ ଉଚ୍ଚତର ଶିକ୍ଷା ପାଇଁ ସେ ଯୁକ୍ତରାଷ୍ଟ୍ର ଆମେରିକା ଯାଇ ଇଣ୍ଡିଆନା ୟୁନିଭରସିଟିରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କଲେ । ତେବେ ୟୁନିଭର୍ସିଟିରେ ସେ ଅଭିନୟ ଶିକ୍ଷାରେ ରୁଚି ରଖିବା ସହ ଥିଏଟର ପାଠ୍ୟକ୍ରମକୁ ଗୌଣ ବିଷୟ ରୁପେ ବାଛିଥିଲେ । ୨୦୦୭ରେ ମୁମ୍ବାଇ ଫେରି କିଛି ଦିନ ବିଜ୍ଞାପନ ଦୁନିଆରେ କପି ଲେଖକ ଭାବେ ଏବଂ କିଛି ଦିନ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କଲେ । ତେବେ ଅଭିନୟ ପ୍ରତି ତାଙ୍କର ନିଶା ତାଙ୍କୁ ଅଭିନୟ ଜଗତକୁ ଟାଣିବାରେ ଲାଗିଲା । ସେ ଗୋଟାଏ ପରେ ଗୋଟାଏ ଅଡିସନ ଦେଲେ ସିନା ପ୍ରାରମ୍ଭିକ ଅବସ୍ଥାରେ କୌଣସିଠାରେ ସଫଳ ହେଲେ ନାହିଁ ।
|