"କେନ୍ଦ୍ରାପଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଠିକ ବନାନ (via JWB)
ଟିକେ ବନାନ (via JWB)
୬୨ କ ଧାଡ଼ି:
'''କେନ୍ଦ୍ରାପଡ଼ା''' [[କେନ୍ଦ୍ରାପଡ଼ା ଜିଲ୍ଲା]]ର ମୁଖ୍ୟ ପ୍ରଶାସନିକ ସହର ।
==ଇତିହାସ==
ବ୍ରିଟିଶ ଶାସନ ସମୟରେ ୧୦ ମାର୍ଚ୍ଚ ୧୮୬୯ରେ କେନ୍ଦ୍ରାପଡାକେନ୍ଦ୍ରାପଡ଼ା ପୌରପାଳିକା ଗଠିତ ହେଇଥିଲା ।<ref>{{cite web|title=ପୁରାତନ ପୌରପାଳିକା ସ୍ଥିତି ଦୟନୀୟ|url=http://www.dharitri.com/epaper/310814/p9.htm|publisher=ଧରିତ୍ରୀ|accessdate=8 March 2017}}</ref>
 
ଇତିହାସ-କେନ୍ଦ୍ରାପଡାକେନ୍ଦ୍ରାପଡ଼ା ଜିଲ୍ଲା
 
ଐତିହ୍ୟ ବିମଣ୍ଡିତ କେନ୍ଦ୍ରାପଡ଼ା ଜିଲ୍ଲା ବା ପ୍ରାଚୀନ ତୁଳସୀକ୍ଷେତ୍ରର ଇତିହାସ ଯେପରି ଘଟଣାବହୁଳ, ସେହିପରି ସୁଦୂରପ୍ରସାରୀ । ଏହି ମାଟିର ପରମ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଙ୍କ ‘କନ୍ଦରାସୁର ଉପାଖ୍ୟାନଙ୍କୁ ନେଇ ଏହାର ନାମ କେନ୍ଦ୍ରାପଡ଼ା ହୋଇଥିବାର ପୌରାଣିକ ତଥ୍ୟକୁ ବାଦ ଦେଲାପରେ ଅନେକ ପଲ୍ଲୀ ବା ଗ୍ରାମର ମଧ୍ୟସ୍ଥଳ ଭାବରେ ଏହାକୁ ପୂର୍ବେ ‘କେନ୍ଦ୍ରପଲ୍ଲୀ’ କୁହାଯାଉଥିବାର ଐତିହାସିକ ପ୍ରମାଣନୁଯାୟୀ ଏହାକୁ କେନ୍ଦ୍ରାପଡ଼ା କୁହାଯାଇଥାଏ ବୋଲି ବିଜ୍ଞ ଓ ଗବେଷକ ମାନେ ମତ ପୋଷଣ କରିଥାଆନ୍ତି ।
୭୫ କ ଧାଡ଼ି:
ଉନ୍ନବିଂଶ ଶତାବ୍ଦୀରେ, ଯେଉଁ ସମୟରେ ଓଡ଼ିଆ ଭାଷା ବଙ୍ଗବାସୀଙ୍କ ଦ୍ୱାରାକବଳିତ,ସେହି ସମୟରେ ଓଡ଼ିଆ ଭାଷାକୁ ପାଥେୟ କରି ବଡକୋଠା ମଧ୍ୟସ୍ଥ ରଙ୍ଗ ମହଲରେ ଓଡ଼ିଆ ସଂଗୀତର ଆସର ତୋଳୁଥିଲେ – ସଙ୍ଗୀତଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ । ଏଠାରେ ସମ୍ମିଳିତ ହେଉଥିଲେ ଭାରତର ଶ୍ରେଷ୍ଠ ସଙ୍ଗୀତଜ୍ଞ, ବଡ ଗୋଲମ ଅଲ୍ଲୀ, ରୋସ୍ନାରା ବେଗମ, ହାଫିଜ ଅଲ୍ଲୀ ଖାଁ, ରାୟଚାନ୍ଦ ବରାଳ ଇତ୍ୟାଦି । ଏହି ଆସର ସହିତ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ହୋଇଥିଲେ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇ ହରିଚନ୍ଦନ ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ । ୧୮୯୯ ମସିହାରେ ସର୍ବ ପ୍ରଥମେ ସଙ୍ଗୀତ ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ ରେକର୍ଡିଂ କରିଥିଲେ ଓଡ଼ିଆ ସଙ୍ଗୀତ ‘ସଜନିରେ …. ସଜନି ‘ବାଣୀକଣ୍ଠ ଥିଲେ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ପୁତୁରା ଓ ବୃନ୍ଦାବନ ହରିଚନ୍ଦନଙ୍କ ପୁତ୍ର ଓ ପୁରୀ ବାଳକଟୀ ଗ୍ରାମର ବାଳକୃଷ୍ଣ ଦାସ ଥିଲେ ଗୋକୁଳ ଶ୍ରୀଚନ୍ଦଙ୍କର ଶିଷ୍ୟ ।ବିଂଶ ଶତାବ୍ଦୀର ଇତିହାସ ପୃଷ୍ଠାରେ କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଅଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ କେନ୍ଦ୍ରପାଡ଼ାର ବରେଣ୍ୟ ନେତା ଯଦୁମଣି ମଙ୍ଗରାଜ ,ନାରାୟଣ ବୀରବର ସାମନ୍ତ,ପୀତାମ୍ବର ଜଗଦେବ ,ଆଶାଦୁଲ୍ଲା,ଅମର ଚାଟାର୍ଜୀ,ଆଳିର ଗାନ୍ଧୀ ସହଦେବ ପ୍ରଧାନ ଆଦି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏମାନଙ୍କ ଆହ୍ୱାନରେ ଗାନ୍ଧୀଜୀ କେନ୍ଦ୍ରାପଡ଼ାକୁ ପଦଯାତ୍ରା କରିଥିଲେ ।ହରିଜନ ପଦଯାତ୍ରା ବେଳେ ବହୁ ସଂଖ୍ୟକ ନାରୀମାନେ ମଧ୍ୟ ଏଥିରେ ଭାଗ ନେଇଥିଲେ ।
 
ଶିକ୍ଷା କ୍ଷେତ୍ରରେ କେନ୍ଦ୍ରାପଡ଼ା ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଅନେକ ଆଗରେ ରହିଛି । ୧୮୪୪ ମସିହାରେ ସର୍ବ ପ୍ରଥମେ ଓଡ଼ିଶାର (କଟକ ସହର ନୁହେଁ) ହରିପୂର,ରେମୁଣା,କେନ୍ଦ୍ରାପଡ଼ାରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା ।୧୮୬୩ ମସିହାରେ ଏହି ବିଦ୍ୟାଳୟ ମଧ୍ୟ ଇଂରାଜୀ ଓ ୧୮୮୩ ମସିହାରେ ତତ୍କାଳୀନ ଏସଡିଓ କୀର୍ତିଗୋବିନ୍ଦ ଗୁପ୍ତଙ୍କଦ୍ୱାରା ଉଚ ବିଦ୍ୟାଳୟରେ ପରିଚିତ ହୋଇଥିଲା ।ବିଶିଷ୍ଟ ଶିକ୍ଷାବିତ ଜାମାଲଉଦ୍ଦୀନ ଓ ପଲ୍ଲୀକବି ନନ୍ଦକିଶୋର ବଳ ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଥିଲେ।ଏହାପରେ ୧୮୯୩ ମସିହାରେ କେନ୍ଦ୍ରାପଡାକେନ୍ଦ୍ରାପଡ଼ା ସହରରେ ନାରୀଶିକ୍ଷାର ପ୍ରସାର ପାଇଁ ଫ୍ରେଜର ବାଳିକା ବିଦ୍ୟାଳୟ ସ୍ଥାପିତ ହୋଇଥିଲା ।
 
୧୮୯୩ ମସିହାରେ ,ସର୍ବ ପ୍ରଥମେ କେନ୍ଦ୍ରାପଡ଼ାରେ ଏକ ସର୍ବସାଧାରଣ ପାଠାଗାର ସ୍ଥାପିତ ହୋଇଥିଲା,ଏହାର ନାମ ତତ୍କାଳୀନ ଥିଲା ‘ନରେନ୍ଦ୍ର ପାଠାଗାର’ ମାତ୍ର ମହାରାଣୀ ଭିକ୍ଟୋରିଆଙ୍କ ଜନ୍ମ ଜୟନ୍ତୀରେଏହାର ନାମ ‘ଡାଏମଣ୍ଡଯୁବଲୀ ଲାଇବ୍ରେରୀ’ ହୋଇଥିଲା । ସ୍ୱାୟତ ଶାସନ ପ୍ରସଙ୍ଗରେ ସର୍ବପ୍ରଥମେ କେନ୍ଦ୍ରାପଡ଼ାରେ ତା ୧୦.୦୩.୧୮୬୯ ମସିହାରେ ମୁନିସିପାଲିଟି ସ୍ଥାପିତ ହୋଇଥିଲା । ଏହି ପୌରସଂସ୍ଥା ଓଡ଼ିଶାର ସର୍ବପ୍ରଚୀନ ଓ ସର୍ବପ୍ରଥମ ପୌରସଂସ୍ଥା ଭାବରେ ନମିତା ହୋଇଅଛି । କଟକ ଗେଜେଟିୟରରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି।
 
== ଭୌଗଳିକ ସ୍ଥିତି ==
[[ଫାଇଲ:Baladevjew Temple, Ichhapur, Kendrapara district, Odisha..JPG|thumb|କେନ୍ଦ୍ରାପଡାରେକେନ୍ଦ୍ରାପଡ଼ାରେ ଥିବା ବଳଦେବଜୀଉ ମନ୍ଦିର]]
୧୦.୮୬ ବର୍ଗ କିଲୋମିଟର ବ୍ୟାପ୍ତ ଏହି ଅଞ୍ଚଳ ୨୧ଟି ୱାର୍ଡ଼କୁ ନେଇ ଗଠିତ ।
 
୮୭ କ ଧାଡ଼ି:
 
== ଯୋଗାଯୋଗ ଓ ପରିବହନ ==
କେନ୍ଦ୍ରପଡ଼ା ସହରଟି ରାଜଧାନୀ [[ଭୁବନେଶ୍ୱର]]ଠାରୁ ପ୍ରାୟ ୧୨୦ କି.ମି. ଦୂରରେ ଅବସ୍ଥିତ । ପାଖାପାଖି ରେଳ ଷ୍ଟେସନ ହେଉଛି କଟକ ଓ ରାହାମ । ଭୁବନେଶ୍ୱର ଅଂତଃର୍ଜାତୀୟ ବିମାନ ବନ୍ଦରଠାରୁ କେନ୍ଦ୍ରାପଡାକେନ୍ଦ୍ରାପଡ଼ା ମାତ୍ର ୩ ଘଣ୍ଟାର ଯାତ୍ରା।
 
== ସଂସ୍କୃତି ଏବଂ ପରମ୍ପରା ==