"ଆଖି ପଲକରେ ତୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ମାନଙ୍କୁ" ଶବ୍ଦ ସହ ଲାଗିରହେ (via JWB)
ଟିକେ ବନାନ ସଂଶୋଧନ (ମାନକ ଲିଖନ) (via JWB)
୧୩ କ ଧାଡ଼ି:
| based on =
| narrator =
| starring = [[ସବ୍ୟସାଚୀ ମିଶ୍ର]], [[ବବ୍‌ଲି]], [[ମିହିର ଦାସ]], [[ମୁକେଶ ରିଷିଋଷି]], [[ବିଜୟ ମହାନ୍ତି]], [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], [[ଗ୍ଲୋରିଆ ମହାନ୍ତି]], [[ମୀନକେତନ]], [[ଅଶ୍ରୁମୋଚନ ମହାନ୍ତି]], [[ବବି ମିଶ୍ର]], [[ପପୁ ପମ ପମ]]
| music = ଶାନ୍ତିରାଜ ଖୋସଲା
| cinematography = ଏସ୍ ରଞ୍ଜନ
୨୯ କ ଧାଡ଼ି:
'''ଆଖି ପଲକରେ ତୁ''', ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲ ଗିରିଧାରୀ ମଲିକ୍ । ରବିନ୍ଦ୍ର ପ୍ରଧାନ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ପ୍ରଦୀପ୍ତ ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ [[ସବ୍ୟସାଚୀ ମିଶ୍ର]] ଏବଂ [[ବବ୍‌ଲି]] । ବବ୍‌ଲି ଏହି କଥାଚିତ୍ର ଜରିଆରେ ନାୟିକା ଭାବରେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।<ref>{{cite web|title=Ollywood Celebrity Abhipsa Panda Biography|url=http://www.ollywood24.com/odia-celebrity-biography/abhipsa-panda.htm|publisher=Ollywood24.com|accessdate=24 August 2016}}</ref> ପୂର୍ବରୁ ସେ ଓଡ଼ିଆ ଆଲବମ୍‌ରେ ଅଭିନୟ କରିଥିଲେ ଏବଂ [[କେଉଁ ଦୁନିଆରୁ ଆସିଲ ବନ୍ଧୁ]] ଚଳଚ୍ଚିତ୍ରରେ ଏହି କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ । [[ମିହିର ଦାସ]], [[ଅଶ୍ରୁମୋଚନ ମହାନ୍ତି]], [[ବିଜୟ ମହାନ୍ତି]], [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], [[ଗ୍ଲୋରିଆ ମହାନ୍ତି]], [[ମୀନକେତନ]], [[ପପୁ ପମ ପମ]], ମୁକେଶ ରିଷିଋଷି ଆଦି ପ୍ରମୁଖ ଅଭିନେତାଗଣ ଅଭିନୟ କରିଥିଲେ ।
 
==ଅଭିନୟ==
୩୫ କ ଧାଡ଼ି:
*[[ବବ୍‌ଲି]]- ମାମା
*[[ମିହିର ଦାସ]]- ରତ୍ନାକର ରାଉତରାୟ
*[[ମୁକେଶ ରିଷିଋଷି]]- ମୁନ୍ନା ଭାଇ
*[[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]]- ଡଙ୍କ
*[[ଗ୍ଲୋରିଆ ମହାନ୍ତି]]- ଜେଜେମା
୬୫ କ ଧାଡ଼ି:
ସ୍ତ୍ରୀ ଶୁଭଲକ୍ଷ୍ମୀ, ପୁଅ ମୁନ୍ନା ଏବଂ ଝିଅ ମାମାକୁ ନେଇ ଜଣେ ପତ୍ରକାର ରହୁଥିଲା । ସେ କିଛି ବଦମାସ ଏବଂ ଖଳ ପ୍ରକୃତିର ଲୋକଙ୍କ ବିଷୟରେ ଖବରକାଜରେ ଲେଖି ଛାପିଥିଲା । ସେଇ କଥାକୁ ନେଇ ସେ ଗୁଣ୍ଡା ବଦମାସମାନେ ତାକୁ ଏବଂ ତା'ର ସ୍ତ୍ରୀର ହତ୍ୟା କରିଦେଲେ । ପତି ପତ୍ନୀ ଦୁଇଜଣଙ୍କର ମୃତ୍ୟୁ ପରେ ସେମାନଙ୍କର ପିଲା ଦୁଇଟି ଅନାଥ ହୋଇଗଲେ । ମୁନ୍ନା ତା' ଭଉଣୀକୁ ନେଇ ଆସିଗଲା ସ‌ହରକୁ । ଅନାଥ ହୋଇଥିବାରୁ ସେମାନଙ୍କ ପାଖରେ କିଛି ନ ଥିଲା । ମୁନ୍ନା ତା'ର ଭଉଣୀକୁ ଧରି ଗୋଟିଏ ବର୍ଷାଭରା ରାତିରେ ଭିଜୁଥିବା ବେଳେ ଗୋରାଭାଇ ନାମକ ଜଣେ ଲୋକ ତାକୁ ତା' ସାଙ୍ଗରେ ନେଇଗଲା । ସେଠାରେ ମୁନା ଟିକେଟ ଚୋରାରେ ବିକ୍ରି କରିବା ଆରମ୍ଭ କଲା, କିନ୍ତୁ ଗୋରା ଭାଇ ତାକୁ ପଇସା ଦେଉ ନ ଥିଲା । ସେଥିପାଇଁ ସେ ଗୋରାଭାଇଠାରୁ ଟଙ୍କା ଏବଂ ତା' ବନ୍ଧୁକ ଚୋରେଇ ନେଇଆସିଲା । ଗୋରାଭାଇର ଲୋକମାନେ ମୁନ୍ନାକୁ ଖୋଜି ଖୋଜି ଆସିଲେ କିନ୍ତୁ ତା' ପାଖରେ ଥିବା ବନ୍ଧୁକର ଗୁଳିର ଶିକାର ହେଲେ । ସେହି ସମୟରେ ବୀର ([[ଅଶ୍ରୁମୋଚନ ମହାନ୍ତି|ଅଶ୍ରୁମୋଚନ]]) ନାମକ ଜଣେ ଲୋକ‌କୁ କିଛି ଗୁଣ୍ଡା ଆକ୍ରମଣ କଲେ ଏବଂ ମୁନ୍ନା ସେମାନଙ୍କୁ ମଧ୍ୟ ସେହି ବନ୍ଧୁକରେ ହତ୍ୟାକଲା । ସେବେଠାରୁ ସେ ବୀରଭାଇ ପାଖରେ ରହିଲା ।
 
ପରବର୍ତ୍ତୀ ସମୟରେ ମୁନ୍ନା ([[ମୁକେଶ ରିଷିଋଷି]]) ଅପରାଧ ଜଗତରେ ବଡ଼ ହେଲା ଏବଂ ନିଜର ସାମ୍ରାଜ୍ୟ ଗଠନ କଲେ । ଇତି ମଧ୍ୟରେ ମାମା ([[ବବ୍‌ଲି]]) ମଧ୍ୟ ବଡ଼ ହୋଇ କଲେଜରେ ପଢ଼ୁଥିଲା । ମୁନ୍ନା ତା' ଭଉଣୀର ପାଖ ଆଖରେ ତା'ର ଲୋକମାନଙ୍କୁ ଜଗାଇ ରଖିଥିଲା । ମାମା ସ‌ହ କାହାକୁ ବି ଦେଖିଲେ ସେ ତାକୁ ଲୋକ ଲଗେଇ ବାଡ଼ାଉଥିଲା । ଏହି ସବୁ କାରଣ ପାଇଁ କଲେଜର ପିଲାମାନେ ତା' ସ‌ହ କଥା ହେବା ବନ୍ଦ କରିଦେଲେ । ସେଥିପାଇଁ ମୁନ୍ନା ଉପରେ ସବୁବେଳେ ମାମା ରାଗିକି ଖାଇବା ବନ୍ଦ କରିଦେଇଥିଲା । ତା' ପରେ ମୁନ୍ନା ତାକୁ ବୁଝାଇସୁଝାଇ ଭବିଷ୍ୟତରେ କେବେ ଏମିତି କରିବନି ବୋଲି କଥା ଦେଲା ।
 
ତେଣେ ବୀର ଏବେ ନିର୍ବାଚନରେ ଜିତି ମନ୍ତ୍ରୀ ହୋଇଗଲାଣି । ବୀରକୁ ମନ୍ତ୍ରୀ କରେଇବା ପାଇଁ ବିଟୁ ([[ମୀନକେତନ]]) ଏବଂ ତା'ର ଲୋକମାନେ ମଧ୍ୟ ବ‌ହୁତ କିଛି କାମ କରିଛନ୍ତି । ସେଥିପାଇଁ ଗୋଟିଏ ଲିଜ୍ ନେବା ପାଇଁ ବିଟୁ ବୀରଭାଇକୁ ବାଧ୍ୟ କରୁଥିବା ବେଳେ, ଗଣମାଧ୍ୟମ ତା' ପଛରେ ଲାଗିଛନ୍ତି ବୋଲି ସେ ସେହି ଲିଜ୍ ବିଟୁକୁ ଦେଇ ପାରିବ ନାହିଁ ବୋଲି କ‌ହିଲା । ଏହା ଶୁଣି ବିଟୁର ବଡ଼ ଭାଇ ଛୋଟୁ ରାଗିଯାଇ ବୀରଭାଇ ଏବଂ ମୁନ୍ନାକୁ ଖରାପ ବ୍ୟବ‌ହାର କରିବା ସ‌ହ ବନ୍ଧୁକ ଧିର ଧମକ ଦେଲା । ଏହା ଦେଖି ମୁନ୍ନା ଛୋଟୁକୁ ହତ୍ୟା କରିଦେଲା । ଆଖି ସାମ୍ନାରେ ଭାଇର ମୃତ୍ୟୁ ଦେଖି ବିଟୁ ମୁନ୍ନାର ବଂଶ ନିପାତ କରିବାକୁ ପ୍ରଣ କଲା ଏବଂ ଜାଣିଲା କି ମୁନ୍ନାର କେବଳ ଗୋଟିଏ ଭଉଣୀ ଅଛି । ସେଥିପାଇଁ ବିଟୁର ଲୋକମାନେ ମାମାକୁ କଲେଜରୁ ଅପ‌ହରଣ କରି ନେଇଯାଉଥିବାବେଳେ ରାଜେଶ ([[ସବ୍ୟସାଚୀ ମିଶ୍ର|ସବ୍ୟସାଚୀ]]) ସେ ଗୁଣ୍ଡାମାନଙ୍କ କବଳରୁ ମାମାକୁ ବଞ୍ଚେଇଲା । ରାଜେଶ ଏବଂ କଲେଜର ଅନ୍ୟପିଲାମାନେ ମୁନ୍ନାର ଲୋକ ଏବଂ ତାର ବିପକ୍ଷ ଦଳର ଲୋକମାନଙ୍କ ପାଇଁ କଲେଜରେ ହେଉଥିବା ମାଡ଼ପିଟ ବିଷୟରେ କ‌ହି ଅପମାନିତ କଲେ । କିଛି ସମୟ ପରେ ମୁନ୍ନା ଆସିବାରୁ ମାମା ତାକୁ ରାଜେଶର ବାହାଦୁରୀ ବିଷୟରେ କ‌ହିଲା ।