"ଶ୍ରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ "ମାନଙ୍କ" ଶବ୍ଦ ସହ ଲାଗିରହେ (via JWB)
୫ କ ଧାଡ଼ି:
ମହାପ୍ରଭୁଙ୍କ ପ୍ରସାଦର ନାମ ଶ୍ରୀଶ୍ରୀପ୍ରସାଦ ହେଲେ ଏହାର ଯଥାର୍ଥତା ବିଶାଳ ହବ । '''ଶାଣ୍ଡିଲ୍ୟ''' ମହର୍ଷିଙ୍କ ଅମଳ କଥା । ଐତିହାସିକମାନେ ମହର୍ଷି ଶାଣ୍ଡିଲ୍ୟଙ୍କ ସମୟକୁ ଚତୁର୍ଥ ଶତାବ୍ଦୀ ବୋଲି ଧାର୍ଯ୍ୟ କରିଛନ୍ତି । ଧ୍ୟାନରତ ମହର୍ଷି ଅଖଣ୍ଡ [[ଭାରତ]]ର ସମସ୍ତ ଧର୍ମ ପିଠା ବୁଲିବାକୁ ଇଛା କଲେ। ସବୁ ଧର୍ମ ପିଠା ଭ୍ରମଣ କଲେ । ଶେଷରେ ତାଙ୍କର ଇଛା ହେଲା ପୁରୁଷୋତ୍ତମ ଧାମକୁ ଯାନୀ ଦର୍ଶନ କରିବେ । ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳା ଦେଖିଲେ, ପ୍ରସାଦ ମଧ୍ୟ ସେବନ କଲେ । ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରୁ ଫେରିଲାପରେ ସେ ପୋଥିଟିଏ ଲେଖିଲେ ଏବଂ ତାରନାମ ଦେଲେ '''ଶାଣ୍ଡିଲ୍ୟସଂହିତା''' । ଏହି ସଂହିତାଟି ମୋଟ ୫ ଖଣ୍ଡ ପୋଥିକୁ ନେଇ ରଚନା କଲେ । ୪ ଖଣ୍ଡକୁ ବାଦ ଦେଲେ ପଞ୍ଚମ ଖଣ୍ଡ ପୋଥି ହଉଛି ହରିଭକ୍ତ ଖଣ୍ଡ। ହରିଭକ୍ତ ଖଣ୍ଡର ୪ର୍ଥ ଅଂଶର ୧୧ ଅଧ୍ୟାୟରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ଅନୁଭୂତିକୁ ବର୍ଣ୍ଣନା କରାଯାଇଛି ।
 
[[ଶାଣ୍ଡିଲ୍ୟ]] ଲେଖିଛନ୍ତି ଭାରତର ଅନେକ କ୍ଷେତ୍ରକୁ ଯିବାପରେ ଶେଷରେ ଜଗନ୍ନାଥ କ୍ଷେତ୍ରରେ ପହଞ୍ଚିଥିଲେ । ମହାପ୍ରଭୁ କ୍ଷେତ୍ରର ବହୁ ପ୍ରସିଦ୍ଧି ସେ ଶୁଣିଥିଲେ । ହେଲେ ସେସବୁ ତାଙ୍କ ମନକୁ ପାଇଲା ନାହିଁ । ଏହାପରେ ସେ ଆଖି ବନ୍ଦ କରି ଦୀର୍ଘ ସମୟ ଢେର ବିଚାର କଲେ । ମୁଦ୍ରିତ ଚକ୍ଷୁ ଖୋଲିଲେ, ସେତେବେଳକୁ ସେ ଭାବରେ ଗଦଗଦ ହୋଇ ପଡିଥିଲେ ସେ । ଶିଷ୍ୟ ମାନଙ୍କଶିଷ୍ୟମାନଙ୍କ ଆଗରେ ତାଙ୍କ ପାଟିରୁ ବାହାରି ଆସିଲା 'ଆଃ! ଏହି ତ ପ୍ରକୃତ ସତକ୍ଷେତ୍ର' । ସତ୍ୟର ଯେପରି ବିନାଶ ନାହିଁ ,ସେହିପରି ସତକ୍ଷେତ୍ରର ମଧ୍ୟ ବିନାଶ ନାହିଁ । ତେଣୁ ଶ୍ରୀକ୍ଷେତ୍ରରେ ମହର୍ଷି ବହୁଦିନ ପର୍ଯ୍ୟନ୍ତ ରହିଯାଇଥିଲେ ଓ ରହଣି କଳାରେ ସେ ପ୍ରସାଦ ସେବା କଲେ । ପ୍ରସାଦ ସେବା କଲା ପରେ ସେ ବୁଝିଲେ ,ଏହି ପ୍ରସାଦ ହେଉଛି ଦିବ୍ୟପ୍ରସାଦ । ଶିଷ୍ୟଙ୍କୁ ଡାକିକହିଲେ, ଏହା ମହାପ୍ରସାଦ ନୁହେଁ । ଏହି କ୍ଷେତ୍ର ଓ ମନ୍ଦିର ହେଉଛି 'ଶ୍ରୀ'ଦେବୀଙ୍କର । ତାଙ୍କରି ନାମରେ ଏହା 'ଶ୍ରୀକ୍ଷେତ୍ର' ଓ ତାଙ୍କ ଋ ନାମରେ ଏହା ଶ୍ରୀମନ୍ଦିର। ତାଙ୍କଦ୍ୱାରା ହିଁ ପାକଶାଳାରେ ରନ୍ଧନ କାର୍ଯ୍ୟ ହଉଛି । ତେଣୁ ତାଙ୍କ ପ୍ରସ୍ତୁତ ପ୍ରସାଦ ମହାପ୍ରସାଦ କାହିଁକି 'ଶ୍ରୀପ୍ରସାଦ'କାହିଁକି ନହେବ ।
 
ସେ ଆହୁରି କହିଛନ୍ତି : ମହାପ୍ରଭୁଙ୍କର ଶକ୍ତି ବା ପତ୍ନୀ । ତେଣୁ ମହାପ୍ରଭୁ ହୋଉଛନ୍ତି ଶ୍ରୀପତି । ପାକାଶାଳାରେ ରୋଷେଇ ହେଉଛି ପ୍ରସାଦ । ପ୍ରସାଦ ରୋଷେଇ ହେବା ପୂର୍ବରୁ ହେଉଛି ପାଗ , ଯାହା 'ଶ୍ରୀ'ପାଗ । ଶ୍ରୀଦେବୀ ରୋଷେଇ କରିଥିବା ପ୍ରସାଦକୁ ଶ୍ରୀପତି ସେବନ କରୁଛନ୍ତି । ଦୁଇ ଶକ୍ତିର ମିଶ୍ରଣରେ ସୃଷ୍ଟି ଏହି ଦିବ୍ୟ ପ୍ରସାଦ 'ଶ୍ରୀଶ୍ରୀପ୍ରସାଦ' ହେବ ।
"https://or.wikipedia.org/wiki/ଶ୍ରୀ"ରୁ ଅଣାଯାଇଅଛି