"ଜୟଦ୍ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
ଟିକେ ବନାନ ସଂଶୋଧନ (via JWB)
୮ କ ଧାଡ଼ି:
 
== ଦ୍ରୌପଦୀ ହରଣ ==
' ମହାଭାରତ 'ରେ ଜୟଦ୍ରଥ ଚରିତ୍ର ପ୍ରାଧାନ୍ୟତାକୁ ଆସନ୍ତି ଯେତେବେଳେ ପାଣ୍ଡବ ମାନଙ୍କ ବନବାସ ପର୍ବ ଚାଲେ । ଶକୁନିଙ୍କ ଚକ୍ରାନ୍ତ ଫଳ ସ୍ୱରୂପ ଧର୍ମରାଜ ଯୁଧିଷ୍ଠିରଙ୍କ ସହ ତାଙ୍କର ଭାଇ ମାନେ ପତ୍ନୀ ଦ୍ରୌପଦୀଙ୍କୁ ନେଇ ବନବାସରେ ରହନ୍ତି । ଦିନେ ପାଣ୍ଡବ ମାନେ ଫୁଲ , ଡୁବ ଘାସ, ହୋମ କାଷ୍ଠ  ଓ ଅନ୍ୟ ପୂଜା ସାମଗ୍ରୀ ସଂଗ୍ରହ ପାଇଁ ପାଣ୍ଡବ ମାନେ ଦ୍ରୌପଦୀଙ୍କୁ ଆଶ୍ରମରେ ଏକ ଛାଡି ଅରଣ୍ୟକୁ ଗଲେ । ଗଲା ବେଳେ ନିକଟରେ ଥିବା ମୁନି ତୃଣବିନ୍ଦୁଙ୍କୁ ଦ୍ରୌପଦୀଙ୍କ ନିରାପତ୍ତା ଉପରେ ଧ୍ୟାନ ଦେବାକୁ କହି ଯାଇଥିଲେ । ସେହି ଦିନ ଶିକାରରେ ଯାଇଥିବା ଜୟଦ୍ରଥ ଦ୍ରୌପଦୀଙ୍କୁ ଅରଣ୍ୟରେ ଦେଖିଲେ । ତାଙ୍କ ମନ୍ତ୍ରୀ କୋଟିକାଶ୍ୟଙ୍କଠାରୁ ଦ୍ରୌପଦୀଙ୍କ ପରିଚୟ ବିଷୟରେ ଜାଣିବା ପରେ ତାଙ୍କ ପାଖକୁ ଯାଇ ତାଙ୍କ ରୂପରେ ମୁଗ୍ଧ ହେଇହୋଇ ତାଙ୍କୁ ବିବାହର ପ୍ରସ୍ତାବ ଦେଲେ । ଦ୍ରୌପଦୀ ଏଥିରେ ମନା କରିବାରେ ଜୟଦ୍ରଥ କ୍ରୋଧିତ ହେଇ ଜୋର ଜବରଦସ୍ତି ତାଙ୍କୁ ରଥରେ ବସେଇ ଅପହରଣ କରି ନିଜ ରାଜଧାନୀ ଦିଗରେ ଗମନ କଲେ । ଏଣେ ପାଣ୍ଡବ ମାନେ ତାଙ୍କ ଆଶ୍ରମକୁ ଫେରି କୁଟୀରରେ ଦ୍ରୌପଦୀ ନଥିବା ଦେଖି ତାଙ୍କୁ ଅପହରଣ କରା ହେଇଥିବା ବିଷୟରେ ଅବଗତ ହେଲେ । ଯୁଧିଷ୍ଠିର ଦ୍ରୌପଦୀଙ୍କୁ ଉଦ୍ଧାର କରିବାକୁ ଅର୍ଜୁନ ଓ ଭୀମାଙ୍କୁ ଆଦେଶ ଦେଲେ ।ଉଭୟ ଯାଇ ଜୟଦ୍ରଥଙ୍କ ସହ ଯୁଦ୍ଧ କରି ତାଙ୍କୁ ପରାସ୍ତ କାଲେ ଓ ତାଙ୍କୁ ଯୁଧିଷ୍ଠିରଙ୍କ ସମିପକୁ ଆଣିଲେ । ଦ୍ରୌପଦୀ ଦୟା ପରବଶ ହେଇ ଜୟଦ୍ରଥଙ୍କୁ ହତ୍ୟା ନ କରି ଛାଡି ଦେବାକୁ ଅନୁରୋଧ କଲେ । ତାଙ୍କୁ ହତ୍ୟା କଲେ ଦୁଶାଳା ବିଧବା ହେଇଥାନ୍ତେ । ଧର୍ମରାଜ ଯୁଧିଷ୍ଠିରଙ୍କ ଆଦେଶ କ୍ରମେ ଭୀମ ଦୃଷ୍ଟାନ୍ତମୂଳକ ଦଣ୍ଡ ସ୍ୱରୂପ ଜୟଦ୍ରଥଙ୍କ ମୁଣ୍ଡନ କରି ତାଙ୍କୁ ଛାଡି ଦେଇଥିଲେ ।   
 
== ଭଗବାନ ଶିବଙ୍କ ପ୍ରଥମ ଆଶୀର୍ବାଦ ==
"https://or.wikipedia.org/wiki/ଜୟଦ୍ରଥ"ରୁ ଅଣାଯାଇଅଛି