"ଗୌରୀଶଙ୍କର ରାୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.2) (robot Removing: en:Gauri Shankar Ray; cosmetic changes
୨୨ କ ଧାଡ଼ି:
ଓଡ଼ିଶା ମୋଗଲ ଶାସନାଧୀନ ହେଲା ପରେ ବଙ୍ଗର ଶାସନ କର୍ତ୍ତା ତୋଡ଼ରମଲ୍ଲଙ୍କୁ [[ଓଡ଼ିଶା]]ର ରାଜସ୍ବ-ବନ୍ଦୋବସ୍ତ କରିବାକୁ ପଠାଇଥିଲେ ୤ ତାଙ୍କ ସହିତ ସହିତ ଯେଉଁ ବଙ୍ଗୀୟ ରାଜ କର୍ମଚାରୀମାନେ ଓଡ଼ିଶା ଆସି, [[ଓଡ଼ିଶା]]ରେ ଘରଦ୍ବାର କରି ରହି ଯାଇଥିଲେ, ଗୌରୀ ଶଙ୍କରଙ୍କ ପୂର୍ବପୁରୁଷ ଥିଲେ ସେଇମାନଙ୍କ ମଧ୍ୟରୁ ଅନ୍ୟତମ ୤ ସେମାନଙ୍କ ପଦବୀ ଥିଲା ‘ବସୁ’, ଏମାନେ ଥିଲେ ରାଜବଂଶୀୟ କାୟସ୍ଥ ୤ ମୋଗଲ ଶାସକମାନଙ୍କୁ, ରାଜସ୍ବ ବନ୍ଦୋବସ୍ତ କରିବାରେ ସହାୟତା କରିଥିବା ହେତୁ ଏମାନଙ୍କୁ ‘ରାୟ’ ଉପାଧି ମିଳିଥିଲା ୤ ଗୌରୀ ଶଙ୍କରଙ୍କ ପ୍ରପିତାମହ ମାଧବଚନ୍ଦ୍ର ‘ବସୁ’ ଉପାଧି ବର୍ଜନ କରି ‘ରାୟ’ ହୋଇଥିଲେ ୤
 
ଗ୍ରାମ ଚାଟଶାଳୀରେ ପ୍ରାଥମିକ [[ଓଡ଼ିଆ ]] ଶିକ୍ଷା ସମାପ୍ତ ପରେ ଏଗାର ବର୍ଷ ବୟସରେ କଟକ ହାଇସ୍କ୍ମୁଲ ଏବଂ ପରେ ହୁଗୁଳି ଯାଇ ସେଠାରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ ୤ ଶିକ୍ଷା ସମାପ୍ତ ପରେ ପ୍ରଥମେ ମାସିକ ୨୦ ଟଙ୍କା ବେତନରେ ବାଲେଶ୍ବର ଜିଲ୍ଲା ସ୍କୂଲରେ ଶିକ୍ଷକତା ଏବଂ ପରେ କଟକ କମିଶନରଙ୍କ କାର୍ଯ୍ୟାଳୟରେ କିରାଣି ଭାବରେ କାର୍ଯ୍ୟ କରିଥିଲେ ୤ ଗୌରୀ ଶଙ୍କର ଓ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ ୧୮୬୪ ମସିହାରେ ‘କଟକ ପ୍ରିଣ୍ଟିଂ କମ୍ପାନୀ’ ଗଢ଼ିଥିଲେ ୤ ଏହି କଟକ ପ୍ରିଣ୍ଟିଂ କମ୍ପାନୀ ଆନୁକୂଲ୍ୟରେ ୧୮୬୫ ମସିହା ଜୁଲାଇ ପହିଲା ଦିନ ମୁଦ୍ରଣ ଯନ୍ତ୍ର ସ୍ଥାପିତ ହୋଇଥିଲା ଏବଂ ଏହାର ମାସକ ପରେ ଏଠାରୁ ପ୍ରଥମ [[ଓଡ଼ିଆ]] ସମ୍ବାଦ ପତ୍ର ‘ଉତ୍କଳ ଦୀପିକା’ ପ୍ରକାଶିତ ହୋଇଥିଲା ୤ ଏହା ପ୍ରଥମେ ସାପ୍ତାହିକ ଆକାରରେ ପ୍ରକାଶିତ ହୋଇଥିଲେ ସୁଦ୍ଧା ପରେ ଏହା ଦୈନିକ ହୋଇଥିଲା ୤ ଗୌରୀ ଶଙ୍କର ଥିଲେ କଟକ ପ୍ରିଣ୍ଟିଂ କମ୍ପାନୀର ଆଜୀବନ ସଚିବ ଓ ‘ଉତ୍କଳ ଦୀପିକା’ ର ପ୍ରଥମ ସମ୍ପାଦକ ୤
 
ଗୌରୀ ଶଙ୍କର ଥିଲେ ଉନବିଂଶ ଶତାବ୍ଦୀ [[ଓଡ଼ିଆ]] ନବଜାଗରଣର ଅନ୍ୟତମ ବିଶିଷ୍ଟ କର୍ଣ୍ଣଧାର ୤ ଗୌରୀ ଶଙ୍କର [[ଓଡ଼ିଶା]]ବାସୀ ବଙ୍ଗାଳୀ ହୋଇ ସୁଦ୍ଧା, ‘ଉତ୍କଳ ସାହିତ୍ୟ ସମାଜ’ର ସଭାପତି ଏବଂ ‘ଉତ୍କଳ ସଭା’ର ସମ୍ପାଦକ-ପରିଚାଳକ ଭାବରେ ସେ ନିଜ [[ଓଡ଼ିଆ]] ପ୍ରୀତି ଓ ସଙ୍ଗଠନ ଶକ୍ତିର ପରିଚୟ ଦେଇ ଯାଇଛନ୍ତି ୤ ତାଙ୍କର ବଳିଷ୍ଟ ସମ୍ପାଦନାରେ ଉତ୍କଳ ଦୀପିକା ଓଡ଼ିଆମାନଙ୍କ ସ୍ବାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ ଅଗ୍ରଣି ଭୂମିକା ଗ୍ରହଣ କରିଥିଲା ୤
 
କଟକ ଟାଉନ୍‌ ହଲ ତାଙ୍କରି ଅବଦାନ ୤ [[ଓଡ଼ିଶା|ସ୍ବତନ୍ତ୍ର ଉତ୍କଳ ପ୍ରଦେଶ]] ଗଠନ ହେବା ପୂର୍ବରୁ ୧୯୧୭ ମସିହା ମାର୍ଚ୍ଚ ୫ ତାରିଖ ଦିନ ସେ ଇହଧାମ ତ୍ୟାଗ କରିଥିଲେ ୤
 
== ଦ୍ରଷ୍ଟବ୍ୟ ==
 
== ବାହାର ଲିଙ୍କ ==
 
[[ବିଭାଗ:ଓଡ଼ିଆ ଭାଷା]]
୩୭ କ ଧାଡ଼ି:
[[ବିଭାଗ:୧୮୩୮ ଜନ୍ମ]]
[[ବିଭାଗ:୧୯୧୭ ମୃତ୍ୟୁ]]
[[en:Gauri Shankar Ray]]