"ଆଖି ପଲକରେ ତୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଉଚିତ ଛାଞ୍ଚ ନାମକୁ ବଦଳାଇଲି
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
୬୩ କ ଧାଡ଼ି:
 
==କାହାଣୀ==
ସ୍ତ୍ରୀ ଶୁଭଲକ୍ଷ୍ମୀ, ପୁଅ ମୁନ୍ନା ଏବଂ ଝିଅ ମାମାକୁ ନେଇ ଜଣେ ପତ୍ରକାର ରହୁଥିଲା । ସେ କିଛି ବଦମାସ ଏବଂ ଖଳ ପ୍ରକୃତିର ଲୋକଙ୍କ ବିଷୟରେ ଖବରକାଜରେ ଲେଖି ଛାପିଥିଲା । ସେଇ କଥାକୁ ନେଇ ସେ ଗୁଣ୍ଡା ବଦମାସମାନେ ତାକୁ ଏବଂ ତା'ର ସ୍ତ୍ରୀର ହତ୍ୟା କରିଦେଲେ । ପତି ପତ୍ନୀ ଦୁଇଜଣଙ୍କର ମୃତ୍ୟୁ ପରେ ସେମାନଙ୍କର ପିଲା ଦୁଇଟି ଅନାଥ ହୋଇଗଲେ । ମୁନ୍ନା ତା' ଭଉଣୀକୁ ନେଇ ଆସିଗଲା ସ‌ହରକୁ । ଅନାଥ ହୋଇଥିବାରୁ ସେମାନଙ୍କ ପାଖରେ କିଛି ନ ଥିଲା । ମୁନ୍ନା ତା'ର ଭଉଣୀକୁ ଧରି ଗୋଟିଏ ବର୍ଷାଭରା ରାତିରେ ଭିଜୁଥିବା ବେଳେ ଗୋରାଭାଇ ନାମକ ଜଣେ ଲୋକ ତାକୁ ତା' ସାଙ୍ଗରେ ନେଇଗଲା । ସେଠାରେ ମୁନା ଟିକେଟ ଚୋରାରେ ବିକ୍ରି କରିବା ଆରମ୍ଭ କଲା, କିନ୍ତୁ ଗୋରା ଭାଇ ତାକୁ ପଇସା ଦେଉ ନ ଥିଲା । ସେଥିପାଇଁ ସେ ଗୋରାଭାଇ ଠାରୁଗୋରାଭାଇଠାରୁ ଟଙ୍କା ଏବଂ ତା' ବନ୍ଧୁକ ଚୋରେଇ ନେଇଆସିଲା । ଗୋରାଭାଇର ଲୋକମାନେ ମୁନ୍ନାକୁ ଖୋଜି ଖୋଜି ଆସିଲେ କିନ୍ତୁ ତା' ପାଖରେ ଥିବା ବନ୍ଧୁକର ଗୁଳିର ଶିକାର ହେଲେ । ସେହି ସମୟରେ ବୀର ([[ଅଶ୍ରୁମୋଚନ ମହାନ୍ତି|ଅଶ୍ରୁମୋଚନ]]) ନାମକ ଜଣେ ଲୋକ‌କୁ କିଛି ଗୁଣ୍ଡା ଆକ୍ରମଣ କଲେ ଏବଂ ମୁନ୍ନା ସେମାନଙ୍କୁ ମଧ୍ୟ ସେହି ବନ୍ଧୁକରେ ହତ୍ୟାକଲା । ସେବେଠାରୁ ସେ ବୀରଭାଇ ପାଖରେ ରହିଲା ।
 
ପରବର୍ତ୍ତୀ ସମୟରେ ମୁନ୍ନା ([[ମୁକେଶ ରିଷି]]) ଅପରାଧ ଜଗତରେ ବଡ଼ ହେଲା ଏବଂ ନିଜର ସାମ୍ରାଜ୍ୟ ଗଠନ କଲେ । ଇତି ମଧ୍ୟରେ ମାମା ([[ବବ୍‌ଲି]]) ମଧ୍ୟ ବଡ଼ ହୋଇ କଲେଜରେ ପଢ଼ୁଥିଲା । ମୁନ୍ନା ତା' ଭଉଣୀର ପାଖ ଆଖରେ ତା'ର ଲୋକମାନଙ୍କୁ ଜଗାଇ ରଖିଥିଲା । ମାମା ସ‌ହ କାହାକୁ ବି ଦେଖିଲେ ସେ ତାକୁ ଲୋକ ଲଗେଇ ବାଡ଼ାଉଥିଲା । ଏହି ସବୁ କାରଣ ପାଇଁ କଲେଜର ପିଲାମାନେ ତା' ସ‌ହ କଥା ହେବା ବନ୍ଦ କରିଦେଲେ । ସେଥିପାଇଁ ମୁନ୍ନା ଉପରେ ସବୁବେଳେ ମାମା ରାଗିକି ଖାଇବା ବନ୍ଦ କରିଦେଇଥିଲା । ତା' ପରେ ମୁନ୍ନା ତାକୁ ବୁଝାଇସୁଝାଇ ଭବିଷ୍ୟତରେ କେବେ ଏମିତି କରିବନି ବୋଲି କଥା ଦେଲା ।