"ବିଚ୍ଛନ୍ଦଚରଣ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ {{Authority control}}+
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
୩୮ କ ଧାଡ଼ି:
 
== ଜୀବନକାଳ ==
ବିଚ୍ଛନ୍ଦ ଚରଣ ଖୋର୍ଦ୍ଧା ନିକଟରେ ଥିବା ଜାଅଁଳା ନିବାସୀ ପିତା ଗୋଲୋକ କୃଷ୍ଣ ଓ ମାତା ରାଧାରାଣୀଙ୍କର ମଝିଆ ପୁଅ ଥିଲେ । ତାଙ୍କ ପିଲାବେଳରେ ସେ ବାପାଙ୍କ ପ୍ରଭାବରେ ଆଧ୍ୟାତ୍ମିକ ଓ କଳାନୁରାଗୀ ହୋଇଥିଲେ । ତେବେ ତାଙ୍କ ପୂର୍ବପୁରୁଷଙ୍କ ସଞ୍ଚିତ ଧନରାଶି ଖଳଲୋକଙ୍କ ଚକ୍ରାନ୍ତ ଯୋଗୁଁ ଧର୍ମ୍ରପ୍ରାଣ ପିତାଙ୍କ ଦେଇ ଧୀରେ ଧୀରେ ସରି ଆସିବାରୁ ତାଙ୍କ ପରିବାରର ଆର୍ଥିକ ଅବନତି ଘଟିଲା । ଶାରୀରିକ ଅଚଳତା ହେତୁ ସେ ଅନେକ କାଳ ଚଳପ୍ରଚଳ କରିପାରୁନଥିଲେ । ଜଣେ କାଚରାଣୀର ସହାୟତାରେ ସବୁ ଦିନ ସକଳ ୯ ଘଟିକା ଯାଏଁ ତାଙ୍କ ପାଦ ଠାରୁପାଦଠାରୁ ଅଣ୍ଟା ପର୍ଯ୍ୟନ୍ତ ପୋତା ହୋଇ ରଖାଯାଉଥିଲା । ତିନିମାସ ପରେ ସେ ପାଦ ଘୋଷାଡ଼ି ଘୋଷାଡ଼ି ଚାଲିବା ଆରମ୍ଭ କଲେ । ତାଙ୍କର ବାଳଶିକ୍ଷା ଚାଟଶାଳୀରେ ଶେଷ ହୋଇଥିଲା । ସେ ପିଲାବେଳେ ସାହିତ୍ୟ ଓ ବ୍ୟାକରଣରେ ଅଗାଧ ଜ୍ଞାନ ଓ ରାମାୟଣ, ମହାଭାରତର ଚରିତ୍ରମାନଙ୍କ ବିଷୟରେ ପରିଚିତି ଲାଭ କରିଥିଲେ ।
 
ଓଡ଼ିଆ ସହ ସେ ଇଂରାଜୀ ଓ [[ବଙ୍ଗଳା ଭାଷା]]ରେ ମଧ୍ୟ ଲିଖନ ପଠନରେ ଆଗଭର ଥିଲେ । ଖୋର୍ଦ୍ଧା ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଥିବା ତାଙ୍କ ବଡ଼ ଭାଇ ପଦ୍ମଚରଣ ପଟ୍ଟନାୟକଙ୍କ ପ୍ରେରଣାରେ ସେ ସୁପରିଚିତ ଇଂରାଜୀ କବିମାନଙ୍କର କବିତାକୁ ଓଡ଼ିଆରେ ଅନୁବାଦ କରିଥିଲେ । ସେହିପରି [[ଉପେନ୍ଦ୍ର ଭଞ୍ଜ|କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ]], [[ଦୀନକୃଷ୍ଣ ଦାସ|ଦୀନକୃଷ୍ଣ]], [[ବଳଦେବ ରଥ|କବିସୂର୍ଯ୍ୟ ବଳଦେବ]] ଓ [[ଅଭିମନ୍ୟୁ ସାମନ୍ତ ସିଂହାର]]ଙ୍କ କବିତାବଳୀକୁ ଇଂରାଜୀରେ ଅନୁବାଦ କରିଥିଲେ ।