"ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Reverted 1 edit by 106.211.154.208 (talk) to last revision by Jnanabot (TwinkleGlobal)
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
୩୪ କ ଧାଡ଼ି:
ଗୋପବନ୍ଧୁ ଦାସ ଏହାଙ୍କ ବନ୍ଧୁ ଓ ସହୋଦର ହୋଇଥିବାରୁ ଦୁହେଁ ଓଡ଼ିଶାର ଉନ୍ନତି କଳ୍ପେ ଅନେକ ଜନହିତକର କାମରେ ହାତ ଦେଇଥିଲେ । [[ଓଡ଼ିଆ ଭାଷା]], ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଓ ପ୍ରଶାସନିକ କ୍ଷେତ୍ରରେ ଶ୍ରୀରାମ ଚନ୍ଦ୍ର ବହୁ ଉନ୍ନତି ସାଧନ କରିଯାଇଛନ୍ତି । ଶିକ୍ଷା କ୍ଷେତ୍ରରେ ସେ ପର୍ଯ୍ୟାପ୍ତ ଧନ ବ୍ୟୟ କରିଥିଲେ ଓ ନିଜ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା ୪୪ରୁ ୪୦୦କୁ ବୃଦ୍ଧି କରାଇଥିଲେ। ତାଙ୍କ ଦେଇ ଓ ନାମରେ [[କଟକ]]ଠାରେ [[ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ|ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟ]] ଗଠିତ ହୋଇଥିଲା ।
 
ସେ [[ରୁପସା]] ଠାରୁ [[ବାରିପଦା]] ଯାଏଁ ଏକ ନାରୋଗେଜ ରେଳପଥର ବିକାଶ କରାଇଥିଲେ, ଏଥିପାଇଁ ୬ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା ଏବଂ ଏହାର ଶୁଭ ଉଦ୍‌ଘାଟନ ପାଇଁ ସେତେବେଳେ ଛୋଟ ଲାଟସାହେବ ବାରିପଦା ଆସିଥିଲେ। ଶାସନର ଅଳ୍ପ ଦିନ ମଧ୍ୟରେ ରାଜ୍ୟରେ ୫୦୦ମାଇଲ ରାସ୍ତା ନିର୍ମାଣ କରାଇଥିଲେ।
ରାଜକୋଷରୁ ୬ଲକ୍ଷ ଟଙ୍କା ବ୍ୟୟ କରି ସେ [[ହଳଦିଆ (ମୟୂରଭଞ୍ଜ)|ହଳଦିଆ]] ଓ [[ହଳଡିହ (ମୟୂରଭଞ୍ଜ)|ହଳଡିହ]]ଠାରେ ସେ ରାଜକୋଷ ପାଣ୍ଠିରୁ ୬ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ଜଳ ଜଳଭଣ୍ଡାର ସ୍ଥାପନ କରିଥିଲେ ।<ref>http://www.odisha.gov.in/portal/LIWPL/event_archive/Events_Archives/133MRB.pdf</ref> ତାଙ୍କ ରାଜ୍ୟରେ ଥିବା ଜଳପ୍ରପାତମାନଙ୍କରୁ ବିଦ୍ୟୁତ୍‌ ଉତ୍ପାଦନ କରିବା ପାଇଁ ସେ ପ୍ରୟାସୀ ହୋଇଥିଲେ ।