"ଚର୍ଚ୍ଚିକା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
୩୮ କ ଧାଡ଼ି:
[[ମହାନଦୀ]] କୂଳରେ ଅଷ୍ଟଭୁଜା ଚାମୁଣ୍ଡା ରୂପରେ ପୂଜା ପାଉଛନ୍ତି ମା’ ଚର୍ଚ୍ଚିକା I ଅଷ୍ଟଭୁଜରେ ମା’ ଧାରଣ କରିଛନ୍ତି ଖଡ୍ଗ, ତ୍ରିଶୂଳ, ସର୍ପ, ଅଙ୍କୁଶ, ଅକ୍ଷମାଳ, ଛିନ୍ନମସ୍ତକ ଓ ଡମ୍ବରୁ I ପୁଣି ଗୋଟିଏ ହାତର କନିଷ୍ଠ ଅଙ୍ଗୁଳିକୁ କାମୁଡ଼ି ଧରିଛନ୍ତି ଦନ୍ତରେ I ତାଙ୍କ ଗ୍ରୀବାରେ ନରମୁଣ୍ଡ ମାଳା ପଡ଼ିଥିବାରୁ ଏବଂ ସେ ଉଲଂଗୀ ହୋଇ ଶବ ଉପରେ ଉପବିଷ୍ଟ ହୋଇଥିବାରୁ ତାଙ୍କୁ ଚାମୁଣ୍ଡା ଭାବେ ଗ୍ରହଣ କରାଯାଇଛି I ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ଓ ମହା ନବମୀରେ ବଳି ପରମ୍ପରା ପ୍ରଚଳିତ I ମନ୍ଦିର ବେଢାରେ ପୂଜା ପାଉଥିବା ମା’ ମଙ୍ଗଳାଙ୍କ ନିକଟରେ ପଶୁବଳି ଦିଆଯିବା ପରେ ବଳିପଶୁର କଟାମୁଣ୍ଡ ଓ ରକ୍ତକୁ କିଛି ମାଟି ପାତ୍ରରେ ସଂଗ୍ରହ କରି ଚର୍ଚ୍ଚିକାଙ୍କୁ ଅର୍ପଣ କରାଯାଏ I ରାଜଗୁରୁମାନେ ଏଠାରେ ଶାରଦୀୟ ଷୋଳପୂଜା ସମ୍ପାଦନ କରିଥାନ୍ତି I ଏଠାରେ ଠାକୁରାଣୀଙ୍କ ଗମ୍ଭୀରା ଭିତରକୁ ସର୍ବସାଧାରଣ ପ୍ରବେଶ ସଂପୂର୍ଣ୍ଣ ମନା I କେବଳ ପୁରୀର ଗଜପତି ମହାରାଜା, ବାଙ୍କୀ ରାଜା ଏବଂ ମନ୍ଦିର ସହ ସଂପୃକ୍ତ ସେବାୟତମାନେ ଗମ୍ଭୀରା ଭିତରକୁ ଯାଇଥାନ୍ତି I
 
ଦେବୀ ଚର୍ଚ୍ଚିକାଙ୍କ ପାଖରେ ବର୍ଷର ତିନି ମାସ [[କାର୍ତ୍ତିକ]], [[ମାଘ]] ଓ [[ବୈଶାଖ|ବୈଶାଖରେ]] ଆମିଷ ଭୋଗ ନିଷିଦ୍ଧ । ଅନ୍ୟ ମାସ ଗୁଡିକରେ କେବଳ ଗୁରୁବାର ଛାଡ଼ି ଅନ୍ୟ ଦିନ ଗୁଡ଼ିକରେ ଆମିଷ ଭୋଗ ହୋଇଥାଏ । କିନ୍ତୁ ଶାରଦୀୟ ପୂଜାରେ ମୂଳାଷଷ୍ଠୀ ଠାରୁମୂଳାଷଷ୍ଠୀଠାରୁ ଷୋଳ ପୂଜା ମଧ୍ୟରେ ପ୍ରତ୍ୟେକ ଦିନ ଆମିଷ ଭୋଗ ହେବାର ବିଧି ବ୍ୟବସ୍ଥା ରହିଛି । <ref>ଖବର, ୧୦ ଅକ୍ଟୋବର ୨୦୧୨, ପୃଷ୍ଠା: ୪</ref>
 
== ଛବି ==