"ନବକୃଷ୍ଣ ଚୌଧୁରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ସ୍ଥିତ" ଶବ୍ଦ ସହ ଲାଗିରହେ (via JWB)
ଟିକେ ବନାନ ସଂଶୋଧନ (via JWB)
୩୩ କ ଧାଡ଼ି:
ହାଇସ୍କୁଲ ପରୀକ୍ଷାରେ କୃତ୍ତିତ୍ୱର ସହ ଉତ୍ତିର୍ଣ୍ଣ ହୋଇ ଉଚ୍ଚ ଶିକ୍ଷା ପାଇଁ ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ । ହେଲେ ପରାଧୀନ [[ଭାରତ|ଭାରତର]] ଦୁରବସ୍ଥା ତାଙ୍କୁ ସର୍ବଦା ବିଚଳିତ କରୁଥିଲା ଏବଂ ଅଧାରୁ ପାଠପଢା ଛାଡି ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଲେ । [[ସାବରମତୀ ଆଶ୍ରମ]]ରେ ଦଶମାସର ରହଣି ତାଙ୍କୁ ସଚ୍ଚୋଟ ଲୋକସେବକ ହେବାରେ ସାହାଯ୍ୟ କରିଥିଲା ଏବଂ [[ଓଡ଼ିଶା]] ଫେରି ଆସି ସାଧାରଣ ଲୋକଙ୍କ ବିକାଶ କାର୍ଯ୍ୟରେ ଲାଗିଥିଲେ । ଅଧାରୁ ଛାଡିଥିବା ଉଚ୍ଚଶିକ୍ଷା ସମାପନ ପାଇଁ ସେ [[ଶାନ୍ତି ନିକେତନ]] ଯାଇ ସେଠାରେ ତାଙ୍କ [[ମାଳତୀ ଚୌଧୁରୀ|ମାଳତୀ ସେନଙ୍କ]] ସହ ପରିଚୟ ହୋଇଥିଲା ।<ref>http://www.indiaelections.co.in/chief-ministers/orissa/nabakrushna-choudhury/</ref> ବିବାହ ପରେ ଦୁହେଁ ଆସି ଜଗତସିଂହପୁର ଅନ୍ତର୍ଗତ ତରିକୁଦ ଗ୍ରାମରେ ବାସ କରିଥିଲେ । ସେଠାରେ ସେମାନେ ସାଧାରଣ ଲୋକଙ୍କ ସହ ମିଶି କୃଷି କାର୍ଯ୍ୟ କରୁଥିଲେ, ଶିକ୍ଷା ଦେଉଥିଲେ, ସ୍କୁଲ ଚଳଉଥିଲେ । କୃଷକ ଓ ସାଧାରଣ ଲୋକଙ୍କ ପାଇଁ ପ୍ରଥମେ '''ସାରଥୀ''' ଏବଂ ତା ପରେ '''କୃଷକ''' ନାମକ ପତ୍ରିକା ବାହାର କରିଥିଲେ ।
== ରାଜନୀତି ==
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ହେଇଥିବା ନିର୍ବାଚନରେ ସେ ତିର୍ତ୍ତୋଲ-ଏରସମା ଆସନରୁ ଲଢି ବିଜୟୀ ହୋଇଥିଲେ । ସେହିପରି ଭାରତ ସ୍ୱାଧିନତାସ୍ୱାଧୀନତା ପରେ [[କେନ୍ଦ୍ରାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|କେନ୍ଦ୍ରାପଡ଼ା ଆସନ]]ରୁ ବିଜୟୀ ହୋଇ ରାଜସ୍ୱ ମନ୍ତ୍ରୀ ହୋଇଥିଲେ । ଏକ ମାତ୍ର ପୁତ୍ର ବିନାୟକଙ୍କ ଆତ୍ମହତ୍ୟା ତାଙ୍କୁ ବ୍ୟଥିତ କରିବାରୁ ସେ ସରକାରରୁ ଇସ୍ତଫା ଦେଇ ଜନସେବାରେ ବ୍ରତୀ ହୋଇଥିଲେ । ପରେ ନେହେରୁଙ୍କ ଉଦ୍ୟମରେ ରାଜ୍ୟର ଶାସନ ଭାର ସମ୍ଭାଳି ଥିଲେ । ନବକୃଷ୍ଣଙ୍କ ଶାସନ କାଳରେ [[ହୀରାକୁଦ ବନ୍ଧ]], [[ଓଡ଼ିଶା କୃଷି ଓ ପଶୁ ଚିକିତ୍ସା ମହାବିଦ୍ୟାଳୟ]] ଏବଂ ବୁର୍ଲା ବୈଷୟିକ ମହାବିଦ୍ୟାଳୟ ଆଦି ସ୍ଥାପିତ ହୋଇଥିଲା । ବହୁ ବିରୋଧ ସତ୍ତ୍ୱେ ତାଙ୍କ ଉଦ୍ୟମରେ [[ଓଡ଼ିଆ ଭାଷା]] ସରକାରୀ ଭାଷାରେ ପରିଣତ ହୋଇଥିଲା । ତାଙ୍କ ଉଦ୍ୟମରେ ମୃତ୍ୟୁଦଣ୍ଡ ପାଇଥିବା ନକ୍ସଲ ନେତା ନାଗଭୂଷଣ ପଟ୍ଟନାୟକଙ୍କୁ ରାଜକ୍ଷମା ପ୍ରଦାନ କରାଯାଇଥିଲା । ଜରୁରିକାଳୀନ ପରିସ୍ଥିତିରେ ଉତ୍ତିର୍ଣ୍ଣ ବୟସରେ ଥିଲେ ସୁଦ୍ଧା ସେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ସମର୍ଥନ ଦେଇ ଗିରଫ ହୋଇଥିଲେ । ୧୯୮୪ ଜୁନ ୨୪ରେ ସେ ମୃତ୍ୟୁବରଣ କରିଥିଲେ ।
== ଆଧାର ==
{{ଆଧାର}}