"ଅସହଯୋଗ ଆନ୍ଦୋଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ (via JWB)
ଟିକେ ବନାନ ସଂଶୋଧନ (via JWB)
୩ କ ଧାଡ଼ି:
'''ଅସହଯୋଗ ଆନ୍ଦୋଳନ''' [[ମହାତ୍ମା ଗାନ୍ଧୀ]]ଙ୍କ ପରିଚାଳିତ ଇଂରେଜ ସରକାରଙ୍କ ବିରୁଦ୍ଧରେ ଥିଲା ପ୍ରଥମ ଜନ ଆନ୍ଦୋଳନ । ଏହି ଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟର ମୂଳଭିତ୍ତିକୁ ଦୋହଲାଇ ଦେଇଥିଲା । କେତେକ କାରଣ ଯୋଗୁଁ ଗାନ୍ଧିଜୀ ଇଂରେଜ ସରକାର ବିରୁଦ୍ଧରେ ଏହି ଆନ୍ଦୋଳନ କରିବା ପାଇଁ ସ୍ଥିର କରିଥିଲେ ।
==ସୂତ୍ରପାତ==
ପ୍ରଥମତଃ ଭାରତୀୟମାନେ [[ପ୍ରଥମ ବିଶ୍ୱଯୁଦ୍ଧ]]ରେ [[ଇଂଲଣ୍ଡ]]କୁ ଅକାରଣରେ ସାହାଯ୍ୟ କରିଥିଲେ । ତେଣୁ ଭାରତୀୟମାନେ ଆଶା କରିଥିଲେ ଯେ ବିଶ୍ୱଯୁଦ୍ଧ ପରେ ଇଂରେଜ ସରକାର [[ସ୍ୱାୟତ ଶାସନ]] ମାଧ୍ୟମରେ କିଛି ସଂସ୍କାର ପ୍ରଦାନ କରିବେ । କିନ୍ତୁ ଯୁଦ୍ଧ ଶେଷରେ ଭାରତୀୟମାନଙ୍କୁ ଦମନ କରିବା ପାଇଁ ଇଂରେଜ ସରକାର ରାଓଲାତ୍ ଆଇନ(Rawlatt Act) ପ୍ରଚଳନ କଲେ । ୧୯୧୯ ମସିହାରେ ସାରା ଭିରତରେ ରାଓଲାତ୍ ଆଇନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କିନ୍ତୁ ଇଂରେଜ ସରକାର ଏଥିପ୍ରତି କର୍ଣ୍ଣପାତ କଲେ ନାହିଁ । ଅପରପକ୍ଷେ ସରକାର ଭାରତୀୟମାନଙ୍କ ବିରୁଦ୍ଧରେ ଦମନମୂଳକ ନୀତି ପ୍ରୟୋଗ କଲେ । ରାଓଲାତ୍ ଆଇନ ପରେ [[ଜଳିଆନାୱାଲାବାଗ୍ ହତ୍ୟାକାଣ୍ଡ]], ଖିଲାଫତ୍ ଘଟଣା ପରି ପ୍ରତାରଣାମୂଳକ ଓ ଆମାନୁଷିକ ଘଟଣାମାନ ଘଟିଥିଲା । ୧୯୧୯ ମସିହା ଏପ୍ରିଲ ମାସରେ [[ପଞ୍ଜାବ]]ର [[ଜାଲିଆନାୱାଲାବାଗ]]ରେ [[ଜେନେରାଲ୍ ଡାୟାର]] ନିରୀହ ପ୍ରଜାମାନଙ୍କୁ ଆଖିବୁଜା ଗୁଳିଚାଳନା କରିଥିଲେ । ଗାନ୍ଧିଜୀ ଓ [[ଭାରତୀୟ ଜାତୀୟ କଂଗ୍ରେସ]] ଏହି ହତ୍ୟାକାଣ୍ଡର ନ୍ୟାୟ ବିଚାର ପାଇଁ ଇଂରେଜ ସରକାରଙ୍କ ନିକଟରେ ଆପତ୍ତି ଜଣାଇଥିଲେ ମଧ୍ୟ ସରକାର ଏହି ହତ୍ୟାକାଣ୍ଡକୁ ଶାସନର ଏକ ଅଙ୍ଗ ରୂପେ ଘୋଷଣା କରିଥିଲେ । ଏହି ଘଟଣାମାନ ଭାରତୀୟମାନଙ୍କର ବ୍ରିଟିଶ ଶାସନ ଉପରେ ଥିବା ବିଶ୍ୱାସକୁ ପରିବର୍ତ୍ତନ କଲା । ଇଂରେଜ ଜାତିର ଉଦାରତା ଉପରେ ଥିବା ଗାନ୍ଧିଙ୍କର ବିଶ୍ୱାସ ଲୋପ ପାଇବାରୁ ସେ ଦୃଢଦୃଢ଼ କଣ୍ଠରେ ଘୋଷଣା କଲେ, "ଜାତିର ସମ୍ନାନ ରକ୍ଷା ପାଇଁ ଏକମାତ୍ର ଉପାୟ ହେଉଛି ସ୍ୱରାଜ ସ୍ଥପନ" ।
 
୧୯୨୦ ମସିହା ସେପ୍ଟେମ୍ବର ମାସରେ ଭାରତୀୟ ଜାତୀୟ କଂଗ୍ରେସର ଏକ ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଥିଲା । [[ବାଲ୍ ଗଙ୍ଗାଧର ତିଳକ]]ଙ୍କ ତିରୋଧାନ ହେତୁ ଉକ୍ତ ଅଧିବେଶନରେ ନେତୃତ୍ୱ ପଡିଥିଲା ଗାନ୍ଧିଜୀଙ୍କ ଉପରେ । ସେଠାରେ ସେ ପ୍ରସ୍ତୁତ କରିଥିବା ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ଅଧିବେଶନରେ ଉପସ୍ଥାପନ କରିଥିଲେ । ଏହା ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସର ଅନ୍ୟାନ୍ୟ ଜାତୀୟତାବାଦୀ ନେତାମାନଙ୍କଦ୍ୱାରା ସମର୍ଥନ ଲାଭ କରିଥିଲା । ଏହିପରି ଉପରୋକ୍ତ ଘଟଣାମାନଙ୍କଦ୍ୱାରା ଅସହଯୋଗ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ।