"ସାରଳା ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ (via JWB)
ଟିକେ ବନାନ ସଂଶୋଧନ (via JWB)
୭୯ କ ଧାଡ଼ି:
'''ବାବନାଭୁତ କଥା'''
 
ତୁଙ୍ଗଭଦ୍ରା ନଦୀ କୁଳରେ ଜ୍ଞାନପୁର ନାମକ ଗାଁଟିଏ । ଗାଁକୁ ଲାଗି ଏକ ବଡ ଭୟଙ୍କର ମଶାଣୀ ଥାଏ, ଯାହାର ରାଜା ଥିଲା ବାବନାଭୁତ । ତା ଅଧୀନରେ ଥିବା ଭୁତ, ଡାହାଣୀ, ଚିରୁଗୁଣୀ ତାର ଆଦେଶ ପାଳନ୍ତି । ବାଟରେ ଯାଉଥିବା ଲୋକମାନଙ୍କୁ ସେମାନେ ଢେଲାପଥର ପକାଇ ହଇରାଣ କରନ୍ତି । ରାତିରେ ସେମାନଙ୍କୁ ଦେଖି କେହି ଯଦି ଭେଟଣା ହୋଇଗଲା, ତେବେ ରକ୍ତବାନ୍ତି କରି ମରି ଯାଉଥିଲା । ଭୁତମାନଙ୍କର ଏପରି ଉତ୍ପାତଯୋଗୁ ଗାଁ ଲୋକମାନେ ଡରିଡରି ବଡ କଷ୍ଟରେ ଦିନ ବିତାଉଥାନ୍ତି । ଦିନେ ସୋମରାଷ୍ଟ୍ର ଦେଶରୁ ଶୁଦ୍ରକ ରାଉଳ ବୋଲି ଜଣେ ବ୍ୟକ୍ତି ଆସି ସେ ଗାଁରେ ପହଙ୍ଚିଲେ, ତାଙ୍କୁ ଗୁଣି ଗାରୁଡି ଜଣାଥିଲା । ଲୋକମାନେ ରାଉଳଙ୍କୁ ପାଇ ଖୁସି ହେଲେ, ତାଙ୍କପାଇଁ ଘରଦ୍ୱାର କରିଦେଲେ । ରାଉଳଙ୍କର ଚାଷ କରିବାପାଇଁ ଜମି ଦରକାର ହେବାରୁ ସେ ସ୍ଥିର କଲେ ଯେ ବଡ ମଶାଣୀକୁ ଲାଗି ଯେଉଁ ଅନାବାଦୀ ଜମି ଅଛି, ତାକୁ ତାଡି ଚାଷ କରିବେ । ଚାଷଜମିରୁ ଯାହା ଉତ୍ପନ୍ନ କରିବେ ତାକୁ ବିକି ପରିବାର ପୋଷିବେ । ଗାଁଲୋକଙ୍କୁ ସେ ମନକଥା କହିବାରୁ ସେମାନେ ତାଙ୍କୁ ବାବନାଭୁତର ଉପଦ୍ରବ କଥା କହିଲେ ଓ ସେ ଜମିରେ ଚାଷ ନ କରିବାକୁ ପରାମର୍ଶ ଦେଲେ । ଶୁଦ୍ରକ କହିଲା - "ମୁଁ କେତେ ଭୁତ ପ୍ରେତଙ୍କୁ ସାବାଡ଼ କରିଦେଇଚି, ବାବନାଟା କେତେ ମାତ୍ର! ମୁଁ ଏବର୍ଷ ସେ ଜମିରେ ମାଘତିଳ ଚାଷ କରିବି । ମୋତେ ହଳ ଚାରିଟା ଯୋଗାଡ଼ କରିଦିଅ । ତେଣିକି ମୋ ଦାୟୀତ୍ୱଦାୟିତ୍ୱ । ତୁମେମାନେ ବ୍ୟସ୍ତ ହୁଅନାହିଁ । ମୁଁ କେବଳ ଚାଷ ଆରମ୍ଭ କରେ, ଦେଖିବ ବାବନା କିପରି ଏ ସ୍ଥାନ ଛାଡ଼ିଯାଉଛି ।"
ହଳ କାମ ଆରମ୍ଭ ହେବାରୁ ଭୁତମାନେ ଯାଇ ବାବନାଭୁତକୁ ଏକଥା ଜଣାଇଲେ । ବାବନା ଆଦେଶରେ ଶହ ଶହ ଭୁତ ତାଙ୍କର କିଳିକିଳା ନାଦରେ ହଳିଆମାନଙ୍କୁ ଭୟଭୀତ କଲେ । ଏକଥା ଶ୍ହୁଣି ଶୁଦ୍ରକ ରାଉଳ ସେଠି ପହଙ୍ଚିଯାଇ ତା ବିଦ୍ୟା ପ୍ରୟୋଗ କଲା, ଦଉଡି ଠେଙ୍ଗାରେ ଭୁତମାନଙ୍କୁ ପାନେ ଦେଲା । ଭୁତମାନେ ମୁକ୍ତିଦେବାକୁ ପ୍ରାର୍ଥନା କରିବାରୁ ରାଉଳ କହିଲା ଯଦି ତାକୁ ୬୦ପଉଟି ତିଳ ଦେବେ, ତେବେ ସେମାନଙ୍କୁ ମୁକ୍ତି ମିଳିବ । ସେମାନେ ରାଜି ହୋଇ ପଳାଇଗଲେ ଓ ବାବନାକୁ ସବୁ କହିଲେ । ବାବନାଭୁତ ସେ କଥାରେ ରାଜି ହେଲାନାହିଁ, ବରଙ୍ଗ୍ ତା କାମ କରିବାକୁ ବାହାରି ଗଲା । ରାଉଳ କିଛି ସମୟପରେ ଘରେ ପହନ୍ଚି ଦେଖିଲା ତା ପୁଅ ଖାଲି ନାଚିକୁଦି ଚିତ୍କାର କରୁଛି, ନାନା କଥା କହୁଛି । ରାଉଳ ଜାଣିଲା ତାକୁ ଭୁତ ଗ୍ରାସିଛି । ସେ ମନ୍ତ୍ର ପଢି ଭୁତକୁ ପିଟିଲା । ବାବନାଭୁତ ନାକ ଘଷି ରାଉଳକୁ ଷାଠିଏ ପଉଟି ତିଳ ଦେଲା ଓ ତାର ବଂଶ ଦଳବଳ ନେଇ କୁଅଡେ ଚାଲିଗଲା । ଲୋକମାନେ ରାଉଳକୁ ଧନ୍ୟ ଧନ୍ୟ କରି ଖୁସିରେ ରହିଲେ ।