"ରାଜେନ୍ଦ୍ର ନାରାୟଣ ସିଂହଦେଓ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ (via JWB)
ଟ୍ୟାଗ: Reverted
ଟିକେ "ଦ୍ୱାରା" ଶବ୍ଦ ସହ ଲାଗିକି ରହିବ (via JWB)
ଟ୍ୟାଗ: Manual revert
୫୦ କ ଧାଡ଼ି:
ପ୍ରଜାମାନଙ୍କ ସ୍ୱାସ୍ଥ୍ୟର ସୁବିଧା ପାଇଁ ସେ ଅନେକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରିଥିଲେ । ବଲାଙ୍ଗୀର ଚିକିତ୍ସାକେନ୍ଦ୍ରରେ ପ୍ରଥମ କରି ରଞ୍ଜନ ରଶ୍ମୀ ସ୍ଥାପନ କରାଇଥିଲେ। ସ୍ୱାଧୀନତା ପରେ ଏହା କଟକକୁ ସ୍ଥାନାନ୍ତରିତ ହୋଇ ଯାଇଥିଲା । ସେଠାରେ ଅଭିଜ୍ଞ ଚିକିତ୍ସକଙ୍କୁ ନିୟୋଜିତ କରିବା ସହିତ ବଲାଙ୍ଗୀରରେ ଏକ ଆୟୁର୍ବେଦିକ ଚିକିତ୍ସାଳୟ ମଧ୍ୟ ସ୍ଥାପନା କରାଇଥିଲେ। ରାମକୃଷ୍ଣ ପରମହଂସଙ୍କ ସହଧର୍ମିଣୀ ଶାରଦା ଦେବୀଙ୍କ ନାମ ଅନୁସାରେ ଏହି ଚିକିତ୍ସାଳୟର ନାମ ଶାରଦେଶ୍ୱରୀ ରଖାଯାଇଥିଲା। ବଲାଙ୍ଗୀର ସହରରେ ଏକ ଗୋପାଳନ କେନ୍ଦ୍ର ସ୍ଥାପନ କରିବା ସହିତ ସେଠାରେ ଉନ୍ନତ ଗୋ ମହିଷାଦି ପାଳନର ବ୍ୟବସ୍ଥା କରାଇଥିଲେ ।
=== ଧାର୍ମିକତା ଓ ସମାଜ ସଂସ୍କାର ===
ସେ ଜଣେ ଧର୍ମପ୍ରାଣ ମଣିଷ ଥିଲେ। ନିଜ ମାଆ କିଶୋରୀ ମୋହନ ଦେବୀଙ୍କ ସ୍ମୃତିରେ ସେ ରାଜପ୍ରାସାଦ ଭିତରେ ଦୁଇଟି ପୁଷ୍କରିଣୀ ମଝିରେ ନୀଳକଣ୍ଠେଶ୍ୱର ମନ୍ଦିର ଓ ଶ୍ରୀରଘୁନାଥ ମନ୍ଦିର ସ୍ଥାପନ କରାଇଥିଲେ। ସେ ୧୯୩୯ରେ ସାତ ଦିନିଆ ‘ବିଷ୍ଣୁ ମହାଯଜ୍ଞ’ କରାଇଥିଲେ। ପଣ୍ଡିତ ଅର୍ଜ୍ଜୁନ ହୋତାଙ୍କ ପରାମର୍ଶ କ୍ରମେ ସେ ଅନେକ ମନ୍ଦିରରୁ ବଳିପ୍ରଥା ଦୂର କରିବାରେ ସମର୍ଥ ହୋଇଥିଲେ । ୧୯୩୯ରେ ସେ ଗୋଟିଏ ପଣ୍ଡିତ ସମ୍ମିଳନୀ ଡ଼କାଇଥିଲେ ଯେଉଁଥିଲେ ୫୦୦୦ରୁ ଅଧିକ ପଣ୍ଡିତ ଯୋଗ ଦେଇଥିଲେ । ବାଲ୍ୟବିବାହ ପ୍ରଥାର ଉଚ୍ଛେଦ ଓ ବିଧବା ବିବାହ ପ୍ରଚଳନ ପାଇଁ ସେ ଏହା ଦ୍ୱାରାଏହାଦ୍ୱାରା ଜନ ଜାଗୃତି ସୃଷ୍ଟି କରିଥିଲେ । ପ୍ରତି ଶନିବାର ଓ ବୁଧବାର ଦିନ ଯେ କେହି ପ୍ରଜା ରାଜପ୍ରାସାଦକୁ ଯାଇ ତାଙ୍କୁ ନିଜ ଦୁଃଖ ଜଣାଇ ପାରୁଥିଲା। ୧୯୩୬ ମସିହାରେ ନିଜ ଜନ୍ମଦିନ ଅବସରରେ ସେ ବେଠି ଓ ବେଗାରି ପ୍ରଥା ପ୍ରଜାମାନଙ୍କ ଉପରୁ ଉଠାଇ ଦେଇଥିଲେ ।
=== ନିର୍ମଳ ଶାସନ ===
ବଲାଙ୍ଗୀର ପାଟଣା ଗଡ଼ଜାତରେ ସେ ସମୟରେ ଏକ ସ୍ୱତନ୍ତ୍ର ବିଚାର ବ୍ୟବସ୍ଥା ରହିଥିଲା । ତିନିଜଣ ବିଜ୍ଞ ବିଚାରପତିଙ୍କୁ ନେଇ ବଲାଙ୍ଗୀରରେ ଏକ ଉଚ୍ଚନ୍ୟାୟାଳୟ କାମ କରୁଥିଲା, ଯାହା ସେ ସମୟରେ ଅନ୍ୟ କୌଣସି ପ୍ରାନ୍ତୀୟ ରାଜ୍ୟରେ ବିରଳଥିଲା ।